ଏହି ପ୍ରାଣୀର ରକ୍ତରେ ପ୍ରସ୍ତୁତ ହେବ କରୋନା ଟୀକା, ଲିଟର ପିଛା ୧୧ ଲକ୍ଷ ଟଙ୍କା ରହିଛି ଏହାର ମୂଲ୍ୟ।

ଏହି ପ୍ରାଣୀର ରକ୍ତ ଅତି ମୂଲ୍ୟବାନ ଅଟେ। ବୈଜ୍ଞାନିକ ମାନଙ୍କ ବିଶ୍ୱାସ ରହିଛି ଯେ, ଏହି ଜୀବର ରକ୍ତ ଦ୍ୱାରା କୋଭିଡ-୧୯ ଭାଇରସର ଟୀକା ପ୍ରସ୍ତୁତ କରାଯାଇ ପାରିବ। ଏହା ଏମିତି ଏକମାତ୍ର ଜୀବ ଯାହାର ରକ୍ତ ପାଇଁ ଔଷଧ କମ୍ପାନୀ ଗୁଡିକ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି। କାରଣ ଏହି ଜୀବର ନୀଳ ରଙ୍ଗ ରକ୍ତରେ ଟୀକା, ଔଷଧ ଏବଂ ଷ୍ଟରାଇଲ ଲିକ୍ବିଡ୍ସ ତିଆରି କରାଯାଇ ଥାଏ।

ଏହି ଜୀବର ନାମ ହର୍ଷ ଶୁ (Horseshoe Crab) ଅଟେ। ଏହା ଏକ ବିରଳ ପ୍ରଜାତିର ଦୁର୍ଲଭ କଙ୍କଡା। ସବୁଠାରୁ ଅଧିକ କୌତୁହଳର କଥା ଏହିକି ଯେ, ଏହି ଜୀବର ମାତ୍ର ଏକ ଲିଟର ନୀଳ ରଙ୍ଗ ରକ୍ତର ମୂଲ୍ୟ ୧୧ ଲକ୍ଷ ଟଙ୍କା। ସୂଚନା ମୁତାବକ ହର୍ଷ ଶୁ (Horseshoe Crab) କଙ୍କଡା ଦୁନିଆର ସବୁଠୁ ପୁରୁଣା ଜୀବ ମାନଙ୍କ ମଧ୍ୟରୁ ଗୋଟିଏ। ଏହି ପ୍ରଜାତି ପୃଥିବୀ ପୃଷ୍ଠରେ ଅତିକମରୁ ୪୫ କୋଟି ବର୍ଷରୁ ରହିଛି।

ଏପରି ଦାବି କରିଥିବା କମ୍ପାନୀ ହିସାବରେ ଏହି ଜୀବର ରକ୍ତ ଦ୍ୱାରା ଅନେକ ପ୍ରକାରର ଔଷଧ ପ୍ରସ୍ତୁତ କରଯାଇଥାଏ। ଏହାର ରକ୍ତରେ ଲିମୁଲସ୍ ଆମେବୋସାଇଟ୍ ଲାଇସେଟ୍(Limulus amebocyte lysate) ନାମକ ଏକ ତତ୍ତ୍ୱ ଅଛି ଯାହା ଶରୀରରେ ଏଣ୍ଡୋଟୋକ୍ସିନ୍(endotoxin) ନାମକ ଏକ ଖରାପ ରାସାୟନିକ ତତ୍ତ୍ୱକୁ ଖୋଜିଥାଏ। ଏଣ୍ଡୋଟୋକ୍ସିନ୍ ଉପାଦାନ କୌଣସି ସଂକ୍ରମଣ ସମୟରେ ଶରୀରରୁ ବାହାରିଥାଏ।

ଆଟଲାଣ୍ଟିକ୍, ଭାରତ ଏବଂ ପ୍ରଶାନ୍ତ ମହାସାଗରରେ ମିଳୁଥିବା ଏହି ହର୍ଷ ଶୁ (Horseshoe Crab) କଙ୍କଡା ବସନ୍ତ ୠତୁରୁ ମଇ-ଜୁନ ମାସ ପର୍ଯ୍ୟନ୍ତ ଦେଖା ଦେଇଥାଏ। ସବୁଠୁ ବିଶେଷ କଥା ହେଉଛି ପୂର୍ଣ୍ଣିମା ସମୟରେ ଏମାନେ ଉଚ୍ଚ ଜୁଆରରେ ସମୁଦ୍ର ପୃଷ୍ଠ ପର୍ଯ୍ୟନ୍ତ ଆସିଯାଇଥାନ୍ତି।

ଯଦି ଏହି କଙ୍କଡ଼ାର ମୂଲ୍ୟ ବିଷୟରେ କୁହାଯାଏ ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି କଙ୍କଡ଼ା ରକ୍ତର ମୂଲ୍ୟ ଏକ ଲିଟର ପିଛା ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ। ଏହାକୁ ଦୁନିଆର ସବୁଠୁ ଅଧିକ ଦାମି ତରଳ ପଦାର୍ଥ ମଧ୍ୟ କୁହାଯାଇଥାଏ।କୁହାଯାଏ ଯେ ହର୍ଷ ଶୁ (Horseshoe Crab) କଙ୍କଡା ରକ୍ତର ଉପଯୋଗ ୧୯୭୦ ମସିହାରୁ ବୈଜ୍ଞାନିକ ମାନେ କରିଆସୁଛନ୍ତି।

ଏହାକୁ ବ୍ୟବହାର କରି ବୈଜ୍ଞାନିକ ମାନେ ମେଡ଼ିକାଲ ଉପକରଣ ଏବଂ ଔଷଧ ଗୁଡିକ ଜୀବାଣୁ ରହିତ ଅଛି କି ନାହିଁ ପରୀକ୍ଷଣ କରିଥାନ୍ତି। ଏଥିରେ ଆଇବି ଏବଂ ଟୀକାକରଣ ପାଇଁ ବ୍ୟବହୃତ ମେଡ଼ିକାଲ ଉପକରଣ ମଧ୍ୟ ସାମିଲ ରହିଛି। ଆଟଲାଣ୍ଟିକ୍ ଷ୍ଟେଟସ୍ ସାମୁଦ୍ରିକ ମତ୍ସ୍ୟ ଆୟୋଗ ଅନୁଯାୟୀ ପ୍ରତ୍ୟେକ ବର୍ଷ ପାଞ୍ଚ କୋଟି ଆଟଲାଣ୍ଟିକ୍ ହର୍ଷ ଶୁ (Horseshoe Crab) କଙ୍କଡାର ବ୍ୟବହାର ଚିକିତ୍ସା କାର୍ଯ୍ୟ ପାଇଁ କରାଯାଇଥାଏ।

ହର୍ଷ ଶୁ (Horseshoe Crab) କଙ୍କଡାର ନୀଳ ରକ୍ତରେ ତମ୍ବାର ଉପାଦାନ ଉପସ୍ଥିତ ରହିଥାଏ। ଏଥିସହିତ ଏକ ବିଶେଷ ରାସାୟନିକ ପଦାର୍ଥ ରହିଥାଏ ଯାହା କୌଣସିବି ଭାଇରସର ଆଖପାଖରେ ଜମା ହୋଇଯାଇଥାଏ ଏବଂ ଏହାର ଚିହ୍ନଟ କରିଥାଏ। ଏଥିସହିତ ସେହି ଭାଇରସକୁ ନିଷ୍କ୍ରିୟ କରିବାରେ ସାହାଯ୍ୟ କରିଥାଏ।

ହର୍ଷ ଶୁ (Horseshoe Crab) କଙ୍କଡାର ରକ୍ତ ସେମାନଙ୍କ ହୃଦୟ ପାଖରେ କଣା କରି ବାହାର କରାଯାଇଥାଏ। ଗୋଟିଏ କଙ୍କଡ଼ା ପାଖରୁ ୩୦ ପ୍ରତିଶତ ରକ୍ତ ବାହାର କରିନେବା ପରେ ତାକୁ ପୁଣିଥରେ ସମୁଦ୍ରରେ ଛାଡିଦିଆ ଯାଇଥାଏ। ୧୦ରୁ ୩୦ ପ୍ରତିଶତ କଙ୍କଡ଼ା ଏହି ରକ୍ତ ନିଷ୍କାସନ ପ୍ରକ୍ରିୟାରେ ମୃତ୍ୟୁବରଣ କରିଥାନ୍ତି। ଏହାପରେ ବାକି ରହିଥିବା ମାଈ କଙ୍କଡାଙ୍କୁ ପ୍ରଜନନ କଷ୍ଟର ସମ୍ମୁଖୀନ କରିବାକୁ ପଡିଥାଏ।

ଜୁଲାଇ ମାସର ପ୍ରାରମ୍ଭରେ ସ୍ୱିଜରଲ୍ୟାଣ୍ଡର ଔଷଧ କମ୍ପାନୀ ଲୋଞ୍ଜା କୋଭିଡ-୧୯ ଟିକାର ହ୍ୟୁମାନ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି। ଆମେରିକାରେ ପରୀକ୍ଷଣ କରିବା ପାଇଁ ଔଷଧ କମ୍ପାନୀକୁ ବହୁତ ମାତ୍ରାରେ ଲିମୁଲସ୍ ଆମେବୋସାଇଟ୍ ଲାଇସେଟ୍(Limulus amebocyte lysate)ର ଆବଶ୍ୟକତା ପଡିବ ଏବଂ ଏହା ହର୍ଷ ଶୁ (Horseshoe Crab) କଙ୍କଡା ରକ୍ତରୁ ଉପଲବ୍ଧ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *