୨ କୋଟି ଚାକିରୀ ଦେବାର ଥିଲା ପ୍ରତିଶ୍ରୁତି, ହେଲେ ୧୪ କୋଟି ହୋଇଗଲେ ବେରୋଜଗାର, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରଶ୍ନ ଆଣିଲେ ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀ କହିଲେ ଯେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଭାରତର ଯୁବ ପିଢୀକୁ ପ୍ରତିଶ୍ରୁତି ଦେଇଥିଲେ ଯେ ୨କୋଟି ଯୁବକ ସେ ରୋଜଗାର ଦେବେ। କିନ୍ତୁ ତାଙ୍କ ନୀତି ଗୁଡିକ କାରଣରୁ ୧୪ କୋଟି ଲୋକ ବେରୋଜଗାର ହୋଇ ଯାଇଥିଲେ।

ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ବେରୋଜଗାର ଯୁବକଙ୍କ ପାଇଁ ଚାକିରୀର ଦାବି କରି ଏକ ଅନଲାଇନ ଅଭିଯାନ ଆରମ୍ଭ କରିଛନ୍ତି। “ରୋଜଗାର ଦୋ” ଅଭିଯାନକୁ ଲଞ୍ଚ କରି ରାହୁଲ ଗାନ୍ଧୀ, ମୋଦୀ ସରକାରଙ୍କୁ ଟାର୍ଗେଟ କରି କରି କହିଛନ୍ତି ମୋଦୀ ସରକାର ପ୍ରତ୍ୟେକ ବର୍ଷ ୨ କୋଟି ଟଙ୍କା ରୋଜଗାର ଦେବା ପାଇଁ କରିଥିବା ନିଜର ପ୍ରତିଶ୍ରୁତି ପୂରଣ କରି ନାହାନ୍ତି।

ରାହୁଲ ଗାନ୍ଧୀ ପ୍ରତ୍ୟେକ ସୁଯୋଗରେ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଠିଆ କରୁଛନ୍ତି। ସେ ଯୁବପିଢ଼ିଙ୍କ ବେରୋଜଗାର ମାମଲାକୁ ଉଠାଇଛନ୍ତି। ଯୁବ କଂଗ୍ରେସ ସ୍ଥାପନା ଦିବସର ଅବସରରେ ୯ ଅଗଷ୍ଟକୁ ରାହୁଲ ଗାନ୍ଧୀ ବେରୋଜଗାରୀକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଟ୍ୱିଟରରେ ଜାରି ହୋଇଥିବା ଭିଡ଼ିଓରେ ରାହୁଲ ଗାନ୍ଧୀ କହିଥିଲେ ଯେ, ” ଯେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀର ପଦ ଗ୍ରହଣ କରିଥିଲେ ସେ ଦେଶର ଯୁବପିଢ଼ିକୁ ପ୍ରତିଶ୍ରୁତି କରିଥଲେ ଯେ ସେ ପ୍ରତ୍ୟେକ ବର୍ଷ ଦୁଇ କୋଟି ବେରୋଜଗାର ଯୁବାଙ୍କୁ ରୋଜଗାର ଯୋଗାଇ ଦେବେ। ଏପରି ଏକ ବଡ଼ ସ୍ୱପ୍ନ ଦେଖାଇଥିଲେ ମୋଦୀ। କିନ୍ତୁ ଏହା ଏକ ମିଛ ପ୍ରତିଶ୍ରୁତି ଥିଲା। ନରେନ୍ଦ୍ର ମୋଦୀଙ୍କ ନୀତି ଗୁଡିକ କାରଣରୁ ୧୪ କୋଟି ଲୋକ ବେରୋଜଗାର ହୋଇଗଲେ”

ରାହୁଲ ଗାନ୍ଧୀ କହିଲେ ଯେ, ଏହା କାହିଁକି ହେଲା ? ସରକାରଙ୍କ ଭୁଲ ନୀତି ଦ୍ୱାରା ହେଲା। ନୋଟବନ୍ଦୀ, ଭୁଲ GST, ତା’ପରେ ତାଲାବନ୍ଦ। ଏହି ତିନୋଟି ନୀତି ଭାରତର ଢାଞ୍ଚାକୁ, ଇକୋନୋମିକ ଷ୍ଟ୍ରକଚରକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ନଷ୍ଟ କରିଦେଇଛି। ବର୍ତ୍ତମାନର ସତ୍ୟତା ଏହା ଯେ ଭାରତ କୌଣସି ଯୁବପିଢ଼ିକୁ ରୋଜଗାର ଦେଇ ପାରିବ ନାହିଁ। ସେଥିପାଇଁ ୟୁଥ କଂଗ୍ରେସ ସଂଘର୍ଷ କ୍ଷେତ୍ରକୁ ଅବତରଣ କରୁଛି।

ରାହୁଲ ଗାନ୍ଧୀ କହିଲେ,” ମୁଁ ବହୁତ ଖୁସି ଯେ ଏହି ପ୍ରସଙ୍ଗ ଯୁବ କଂଗ୍ରେସ ପ୍ରତ୍ୟେକ ସହରରେ, ପ୍ରତ୍ୟେକ ରାସ୍ତାରେ ଉଠାଇବ। ୟୁଥ କଂଗ୍ରେସ ସମ୍ପୂର୍ଣ୍ଣ ଶକ୍ତି ସହିତ ଯୁବପିଢ଼ି ବେକାର ସମସ୍ୟାକୁ ଉଠାଇବାକୁ ଯାଉଛି”। ରାହୁଲ ଗାନ୍ଧୀ ଲୋକଙ୍କୁ ଅପିଲ କଲେ ଯେ, ଆପଣ ମାନେ “ରୋଜଗାର ଦୋ”ରେ ଯୋଗ ଦିଅନ୍ତୁ ଏବଂ ଦେଶର ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇବା ପାଇଁ ୟୁଥ କଂଗ୍ରେସ ସହିତ ମିଶି କାର୍ଯ୍ୟ କରନ୍ତୁ।

ସେପଟେ କଂଗ୍ରେସ ମହାସଚିବ କେ ସି ବେଣୁଗୋପାଲ ଟ୍ୱିଟ କରିଲେ, “ବିଜେପି ପ୍ରତିଶ୍ରୁତି ଦେଇଥିଲା ଗୋଟିଏ ବର୍ଷ ଭିତରେ ୨ କୋଟି ଚାକିରୀ ଦେବ। କିନ୍ତୁ ବିଜେପି ସରକାରର ନୀତି ଗୁଡ଼ିକ କାରଣରୁ ଏକ ଦଶନ୍ଧି ମଧ୍ୟରେ ସବୁଠୁ ଅଧିକ ବେକାରୀ ହାର ବଢିଥିବା ବେଳେ ଲକ୍ଷ ଲକ୍ଷ ଚାକିରୀ ଚାଲିଯାଇଛି। ଯେତେବେଳେ ଦେଶର ଯୁବପିଢ଼ି ପାଖରେ ରୋଜଗାର ନାହିଁ ତାହେଲେ କେମିତି ଭାବରେ ଦେଶ ଆଗକୁ ବଢିବ? ରୋଜଗାର ଅଭିଯାନରେ ସାମିଲ ହୁଅନ୍ତୁ ଏବଂ ନିଜର ସ୍ୱର ଉଠାନ୍ତୁ। ”

ଏହା ପୂର୍ବରୁ ରାହୁଲ ଗାନ୍ଧୀ ଟ୍ୱିଟ କରିଥିଲେ, ” ଆଦିବାସୀ ସମୁଦାୟରେ ଜୀବନଶୈଳୀରେ ପ୍ରକୃତି ପ୍ରତି ଆସ୍ଥ। ପ୍ରେମ ଏବଂ ସମ୍ମାନ ରହିଥାଏ। ଯେଉଁଥିରୁ ସମଗ୍ର ବିଶ୍ୱ ସଂରକ୍ଷଣ ଏବଂ ମିଳିମିଶି ଚାଲିବାର ଶିକ୍ଷା ପାଇଥାଏ। ଆମେ ସମସ୍ତେ ମିଶି ଏହି ସାଂସ୍କୃତିକ ବଞ୍ଚାଇ ରଖିବାକୁ ପଡିବ। ବିଶ୍ୱ ଆଦିବାସୀ ଦିବସର ହାର୍ଦିକ ଶୁଭେଚ୍ଛା।”

Leave a Reply

Your email address will not be published. Required fields are marked *