ପ୍ରଥମେ ତାଲା ଭାଙ୍ଗିଲେ, ପଙ୍ଖା ଠିକ କଲେ, ଡାଏରୀ ଫାଡ଼ି ଦିଆଗଲା, ଏମିତି ନଷ୍ଟ କରିଦିଆଗଲା ସମସ୍ତ ପ୍ରମାଣ…

ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ ଅନେକ ଖୁଲାସା କରାଯାଉଥିବା ବେଳେ ବର୍ତ୍ତମାନ ଫରେନସିକ ରିପୋର୍ଟର ଖୁଲାସା ଶୁଣିଲେ ଆପଣ ମଧ୍ୟ ସ୍ତବ୍ଧ ରହିଯିବେ। ସୁଶାନ୍ତଙ୍କ ସହିତ ଅନେକ କିଛି ଖରାପ କରାଯାଇଥିବା ବେଳେ ଏସବୁ ଜାଣି ମଧ୍ୟ ଚୁପ ରହିଥିଲା ମୁମ୍ବାଇ ପୋଲିସ ଖାଲି ଏତିକି ନୁହେଁ ଦୋଷୀଙ୍କ ସାଥ ମଧ୍ୟ ଦେଇଥିଲା।

ସୁଶାନ୍ତଙ୍କ ବେଡରୁମର ଲକ ଭଗ୍ନ ଅବସ୍ଥାରେ ଥିଲା, ତାଙ୍କ ଡାଏରୀର ପୃଷ୍ଠା ଗୁଡିକ ମଧ୍ୟ ଚିରି ଦିଆଯାଥିଲା। ପଙ୍ଖାକୁ ନେଇ ମଧ୍ୟ ଫରେନସିକ ବିଭାଗ ବହୁତ ବଡ଼ ଖୁଲାସା କରିଛି। ହେଲେ ବଡ଼ କଥା ହେଉଛି ଏସବୁ ତଥ୍ୟ ବିଷୟରେ ଫରେନସିକ ବିଭାଗ ମୁମ୍ବାଇ ପୋଲିସକୁ ମଧ୍ୟ ଜଣାଇଥିଲା। କିନ୍ତୁ ମୁମ୍ବାଇ ପୋଲିସ ଏନେଇ କୌଣସି ପଦକ୍ଷେପ ହିଁ ଗ୍ରହଣ କରିନଥିଲେ।

ସୁଶାନ୍ତଙ୍କ କେସର ଆଜି ପର୍ଯ୍ୟନ୍ତ ହୋଇଥିବା ଖୁଲାସା ଭିତରେ ଏହା ସବୁଠୁ ବଡ଼ ଖୁଲାସା ଯେ ସୁଶାନ୍ତଙ୍କ ବେଡରୁମର କୁଣ୍ଢି ଭଗ୍ନ ଅବସ୍ଥାରେ ରହିଥିଲା। ଏଥିସହିତ ସୁଶାନ୍ତ ଫାଶି ଲଗାଥିବା ପଙ୍ଖା ସାମାନ୍ୟ ହେଲେ ତଳକୁ ନଇଁ ନଥିଲା। ୬ ଫୁଟ ଲମ୍ବା ୭୫ କିଲୋ ଓଜନର ସୁଶାନ୍ତଙ୍କ ଝୁଲିବା ପରେ ମଧ୍ୟ ପଙ୍ଖାରେ କୌଣସି ପରିବର୍ତ୍ତନ ଆସି ନଥିଲା ଏହା ଏକ ସମ୍ପୂର୍ଣ୍ଣ ଅସମ୍ଭବ କଥା। ଏହିସବୁ କଥା କ୍ୟାମେରା ସାମ୍ନାରେ କହିଛନ୍ତି କେସର ଯାଞ୍ଚ କରିଥବା ଫରେନସିକ ବିଭାଗର ଅଧିକାରୀ।

ପ୍ରଥମେ ଫରେନସିକ ବିଭାଗକୁ ପଚରା ଯାଇଥିଲା ଯେ ଆପଣ ଯାଞ୍ଚ କରିବାକୁ ଯାଇଥିଲେ ସେଠାରେ କିଛି ଭୁଲ କିମ୍ବା ଅସାଧାରଣ ଦେଖିଥିଲେ କି? ତୁରନ୍ତ ଫରେନସିକ ଅଧିକାରୀ କହିଲେ ସୁଶାନ୍ତଙ୍କ ଡାଏରୀଏ କେତେକ ପୃଷ୍ଠା ଚିରିଦିଆ ଯାଇଥିଲା। ତେବେ ଏହାକୁ କିଏ ଚିରିଥିଲା ଜାଣିନଥିଲେ ମଧ୍ୟ ନିଜ ରିପୋର୍ଟରେ ଲେଖି ମୁମ୍ବାଇ ପୋଲିସକୁ ଜଣାଇଥିଲେ। ସୁଶାନ୍ତଙ୍କ ରୁମରେ ଥିବା ପଙ୍ଖା ଟିକେ ହେଲେ ବି ତଳକୁ ନଇଁ ନଥିଲା।

ଏହା ଉପରେ ଜଣେ ରିପୋର୍ଟର କହିଥିଲେ ହୋଇଥାଇ ପରେ ସୁଶାନ୍ତ ଦୁର୍ବଳ ହୋଇଯିବା କାରଣରୁ ତାଙ୍କ ଓଜନ କମିଯାଇଥିବ। ଏହାର ଉତ୍ତରରେ ଫରେନସିକ ଅଧିକାରୀ ତୁରନ୍ତ କହିଥିଲେ ଏହା ସମ୍ଭବ ହିଁ ନୁହେଁ ଯେ ପଙ୍ଖା ଉପରେ ୪୦ କିଲୋରୁ ବି ଅଧିକ ଓଜନ ଝୁଲାଇ ଦିଆଗଲେ ଏହା ସାମାନ୍ୟ ହେଲେ ତଳକୁ ନଇଁବ ନାହିଁ। ହେଲେ ସୁଶାନ୍ତଙ୍କ ଫ୍ୟାନ ସମ୍ପୂର୍ଣ୍ଣ ଠିକ ଥିଲା ଏବଂ ତାଙ୍କ ଓଜନ ୬୫ କିଲୋରୁ ଅଧିକ ରହିଥିଲା।

ଫରେନସିକ ଅଧିକାରୀ ଏହା ମଧ୍ୟ କହିଥିଲେ ସୁଶାନ୍ତଙ୍କ ବେଡରୁମର ଛିଟିକିଣି ଭଙ୍ଗା ଯାଇଥିଲା ଯେତେବେଳେ ସୁଶାନ୍ତଙ୍କ ଚାକର ଦାବି କରିଛନ୍ତି ଯେ, ଚାବି କରିଗରଙ୍କୁ ଡାକି ଚାବି ଭଙ୍ଗା ଯାଇଥିଲା। ତେବେ ଏସବୁ ଜାଣି ମଧ୍ୟ ମୁମ୍ବାଇ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା। ସୁଶାନ୍ତଙ୍କ ପିତା ଏବଂ ଓକିଲ ଲଗାତର ଆରୋପ ଲଗାଇ ଆସୁଛନ୍ତି ଯେ ବାନ୍ଦ୍ରା ପୋଲିସ ତାଙ୍କୁ ସହଯୋଗ କରୁ ନାହାନ୍ତି।

ଏଥିସହିତ ମୁମ୍ବାଇ ପୋଲିସ କିଛି ଲୋକଙ୍କୁ ସୁରକ୍ଷା ଦେବା ସହିତ ସୁଶାନ୍ତଙ୍କ କେସର ନେତୃତ୍ୱ କରୁଥିବା ବାନ୍ଦ୍ରାର ଡିସିପି ଲଗାତର ଭାବରେ ରିୟାଙ୍କ ସହିତ ଫୋନ କଲ ଏବଂ ମେସେଜ ଦ୍ୱାରା ସମ୍ପର୍କରେ ଥିଲେ। ଯାହାର ପୁଅ ମାରିଛନ୍ତି ତାଙ୍କ ସହିତ ସମ୍ପର୍କରେ ରହିବା ତ ଦୂରର କଥା ତାଙ୍କ କଥା ଶୁଣୁ ହିଁ ନାହାନ୍ତି ହେଲେ ଯାହା ଉପରେ ଆରୋପ ରହିଛି ତାଙ୍କ ସହିତ ଲଗାତର ସମ୍ପର୍କରେ ରହୁଛନ୍ତି ପୋଲିସ କର୍ମଚାରୀ।

ପ୍ରଥମେ ସୁଶାନ୍ତଙ୍କ ପିତା ରିୟାଙ୍କ ଉପରେ ଆରୋପ ଲଗାଇଥିବା ବେଳେ ବର୍ତ୍ତମାନ ମୁମ୍ବାଇ ପୋଲିସ ଉପରେ ଆଣିଛନ୍ତି ଆରୋପ। ସେ ଏହା ମଧ୍ୟ କହିଛନ୍ତି ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ସବୁକିଛି ଜାଣିଛି। ସେଦିନ ଘରେ କଣ ହୋଇଥିଲା ଜାଣିଛି ମୁମ୍ବାଇ ପୋଲିସ ଏଥିସହିତ ଏହି ପୋଲିସ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଧମକ ଦେବା ସହିତ ଚାପ ପକାଉ ଥିବାର ଆରୋପ ଆଣିଛନ୍ତି କେ କେ ସିଂ।

ସୁଶାନ୍ତଙ୍କ ଓକିଲ ବିକାଶ ସିଂ କହିଛନ୍ତି ଯେ, ସୁଶାନ୍ତଙ୍କ ପିତା ଅତ୍ୟନ୍ତ ଅସହାୟ ହୋଇ ପାଟଣାରେ କେସ ଫାଇଲ କରାଇଛନ୍ତି, କାରଣ ମୁମ୍ବାଇ ପୋଲିସ କେ କେ ସିଂଙ୍କ କେସ ହିଁ ଫାଇଲ କରି ନଥିଲା। ତାଙ୍କୁ ମୁମ୍ବାଇ ପୋଲିସ ଧମକାଇବା ସହିତ ଚାପ ପକାଇ କହୁଥିଲେ ବଲିଉଡର ଏହି ୪ଟି ବଡ଼ କଳାକାରଙ୍କ ନାମ ନେଇ ସୁଶାନ୍ତଙ୍କ ମୃତ୍ୟୁରେ ଏମାନଙ୍କ ହାତ ରହିଛି ବୋଲି କହିଦିଅ।

ସୁଶାନ୍ତ ମଣିକାର୍ନିକା ଫିଲ୍ମ ପରେ ଅଙ୍କିତାଙ୍କୁ ଶୁଭେଚ୍ଛା ଦେବା ପାଇଁ ତାଙ୍କ ସହ କଥା ହୋଇଥିଲେ ସେତେବେଳେ ସେ କହିଥିଲେ ଯେ ରିୟାଙ୍କ ସହିତ ସମ୍ପର୍କକୁ ନେଇ ସେ ବହୁତ ଅସୁବିଧାରେ ଅଛନ୍ତି। ତେବେ ଅଙ୍କିତା ଏହି ଚାଟିଙ୍ଗକୁ ବିହାର ପୋଲିସକୁ ଜଣାଇଛନ୍ତି। ଅଙ୍କିତା କହିଛନ୍ତି ଯେ ସେ ଏହି ଚାଟିଙ୍ଗ ବିବରଣୀ ମୁମ୍ବାଇ ପୋଲିସକୁ ମଧ୍ୟ ଦେଖାଇଥିଲେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *