ସୁଶାନ୍ତଙ୍କ ମୃତ୍ୟୁ ମାମଲା ପରି ଦିଶା ସାଲିୟାନଙ୍କ ମାମଲା ମଧ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଗରୁ ମଧ୍ୟ ବହୁତ ଥର କୁହାଯାଇ ଆସିଛି ଯେ, ଦିଶା ମୃତ୍ୟୁ ପୂର୍ବରୁ ଏକ ପାର୍ଟିରେ ଯାଇଥିଲେ। ତେବେ ପାର୍ଟିରେ କଣ ହୋଇଥିଲା ଏହା ସବୁଠୁ ବଡ଼ ରହସ୍ୟ ହୋଇ ରହିଛି। କେତେକ ଲୋକ ଏହା କହିଛନ୍ତି ଯେ ଦିଶାଙ୍କ ସହିତ ପ୍ରଥମେ ପାର୍ଟିରେ ଗଣଦୁଷ୍କର୍ମ କରାଯାଇ ତାଙ୍କୁ କୋଠାର ଛାତ ଉପରୁ ଫିଙ୍ଗି ଦିଆଯାଇଥିଲା।
ଆଉ କିଛି କହିଲେ ଯେ, ଦିଶା ପାର୍ଟିରେ ମଦ୍ୟପାନ କରୁଥିବା ସମୟରେ ଦୁଃଖିତ ଅନୁଭବ କରିଥିଲେ ଏବଂ ଗୋଟିଏ ରୁମରେ ନିଜକୁ ଲକ୍ କରିନେଇଥିଲେ। ଲୋକମାନେ ଡାକିବା ପରେ କବାଟ ନଖୋଲିବାରୁ କବାଟ ଭାଙ୍ଗି ସମସ୍ତେ ଘର ଭିତରକୁ ପଶିଥିଲେ ଏବଂ ଦେଖିଥିଲେ ଯେ ଦିଶାଙ୍କ ସହିତ ଦୁର୍ଘଟଣା ହୋଇଯାଇଥିଲା ସେ ୧୪ ମହଲା ଉପରୁ ତଳକୁ ଖସି ପଡ଼ିଥିଲେ।
ଦିଶା ସାଲିୟାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଗତକାଲି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା। ରିପବ୍ଲିକ ଟିଭି କୌଣସି ସୂତ୍ରରୁ ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଯାଇଥିଲେ। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଲେଖା ଅଛି ଯେ, ପୋଲିସଙ୍କୁ ଦିଶା ସାଲିୟାନଙ୍କ ଶରୀର ଯେତେବେଳେ ମିଳିଥିଲା ସେତେବେଳେ ଦିଶାଙ୍କ ଦେହରେ ଗୋଟିଏ ହେଲେ କପଡା ନଥିଲା ସେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଥିଲେ।
ମିଡିଆରେ ଆଉ ଏକ କଥା କୁହାଯାଉଛି ଯେ, ଦିଶା ଛାତରୁ ତଳକୁ ପଡିଯିବା ପରେ ଜୀବିତ ଥିଲେ ଏବଂ ତାଙ୍କ ନିଶ୍ୱାସ ଚାଲୁଥିଲା। ତାଙ୍କୁ ହସ୍ପିଟାଲ ମଧ୍ୟ ନିଆଯାଇଥିଲା ମାତ୍ର ତିନୋଟି ହସ୍ପିଟାଲରେ କୌଣସି ଗୋଟିଏ ହେଲେ ହସ୍ପିଟାଲ ତାଙ୍କୁ ଆଡ଼ମିଟ କରିନଥିଲେ। କିନ୍ତୁ ଏହି କେସର ତଦନ୍ତ ନକରାଯାଇ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେଇଦିଆ ଯାଇଥିଲା। ଏହା ସମ୍ପୂର୍ଣ୍ଣ ଅସମ୍ଭବ ଯେ ଜଣେ ଝିଅ ନିଜକୁ ଉଲଗ୍ନ କରି ଆତ୍ମହତ୍ୟା କରିଛନ୍ତି।
ସୁଶାନ୍ତଙ୍କ ମାମଲାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଚଲାଇଛି। ଏକ ବଡ଼ ଖୁଲାସା କରିଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନିସନ୍ଧେ। ସେ ରିୟା ଏବଂ ସୁଶାନ୍ତଙ୍କ ଏକ ୱାଟସଆପ ଚାଟିଙ୍ଗ ସେୟାର କରିଛନ୍ତି। ତେବେ ଏହି ଚାଟ ବାସ୍ତବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଚାଟରେ ସୁଶାନ୍ତ ତାଙ୍କ ଭଉଣୀଙ୍କ ଉପରେ ରାଗିଛନ୍ତି। ସୁଶାନ୍ତ, ରିୟାଙ୍କୁ କହୁଛନ୍ତି ଯେ “ରିୟା ତୁମ ପରିବାର ବହୁତ ଭଲ। ତୁମ ଭାଇ ଏବଂ ବାପା ବହୁତ ଦୟାଳୁ। ତୁମେ ମୋ ଭିତରେ ଆସିଥିବା ପରିବର୍ତ୍ତନର କାରଣ। ମୁଁ ତୁମ ମାନଙ୍କ ସହିତ ରହିଲେ ମୋତେ ଖୁସି ମିଳିବ। ତୁମେ ସବୁବେଳେ ହସୁଥାଉ ତୁମେ ହସିଲେ ବହୁତ ଭଲ ଲାଗ। ମୁଁ ଏବେ ଶୋଇବାକୁ ଯାଉଛି ତୁମକୁ ହିଁ ସ୍ୱପ୍ନରେ ଦେଖିବି”। ରିୟା ଏହାର ଉତ୍ତରରେ କହିଥିଲେ “Sweet Boy, ତୁମେ ଶୋଇଯାଅ”।
ଏହାର ଦୁଇ ତିନି ଘଣ୍ଟା ପରେ ରିୟା ମେସେଜ କରି ସୁଶାନ୍ତଙ୍କୁ ପଚାରିଲେ “My baby, ବର୍ତ୍ତମାନ ତୁମେ କେମିତି ଅଛ?” ଉତ୍ତରରେ ସୁଶାନ୍ତ କହିଲେ ” ମୁଁ ଠିକ ନାହିଁ ମୋ ଭଉଣୀ ମୋ Sid ଭିଣୋଇଙ୍କୁ ପ୍ରବର୍ତ୍ତାଉଛନ୍ତି। ଭିକ୍ଟିମର ଅଭିନୟ କରି ସମ୍ପୂର୍ଣ୍ଣ ମାମଲାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିଛନ୍ତି।” ଏହାପରେ ରିୟା କହୁଛନ୍ତି ଯେ, ମିଟିଙ୍ଗ ପରେ ମୋତେ କଲ କରିବ। ଏଠାରେ ଆଉ ଏକ ଚାଟିଙ୍ଗ ମଧ୍ୟ ରହିଛି ସୁଶାନ୍ତ ଏବଂ ତାଙ୍କ ଭଉଣୀଙ୍କର। ସୁଶାନ୍ତ ଏହାର ସ୍କ୍ରିନସଟ ନେଇ ରିୟାଙ୍କୁ ପଠାଇଥିବାର ଦାବି କରିଛନ୍ତି ରିୟା।
ସୁଶାନ୍ତ ତାଙ୍କ ଭଉଣୀଙ୍କୁ କହୁଛନ୍ତି ତୁମେ ଏପରି ଲଜ୍ଜାଜନକ କାର୍ଯ୍ୟ କରିବା ପରେ ଏମିତି ଭିକ୍ଟିମ ପରି ଅଭିନୟ କରୁଛ। ଆହୁରି ଅନେକ ମେସେଜ ରହିଛି ଯେଉଁଥିରୁ ଏହା ପ୍ରମାଣ କରାଇବାକୁ ଚେଷ୍ଟା କରାଯାଉଛି ଯେ, ସୁଶାନ୍ତଙ୍କ ସହିତ ତାଙ୍କ ପରିବାର ସବୁବେଳେ ଝଗଡା କରୁଥିଲେ। ସେ ନିଜ ପରିବାର ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ। ସେ ରିୟା ଏବଂ ତାଙ୍କ ପରିବାର ସହିତ ଖୁସିରେ ରହୁଥିଲେ। ତେବେ ଆଜିକାଲି ଫେକ ୱାଟସଆପ ଚାଟିଙ୍ଗ ବନାଇବା ବହୁତ ସହଜ।
ତେବେ ନିକଟରେ ରିୟାଙ୍କ କଲ ରେକର୍ଡ଼ିଙ୍ଗ ମଧ୍ୟ ଭାଇରାଲ ହୋଇଯାଇଛି। ଏହି କଲ ରେକର୍ଡ ଆଧାରରେ ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଦୂରେଇ ରଖିଥିବାର ରିୟାଙ୍କ ଉପରେ ଆରୋପ ଲଗାଯାଇଛି। ତେବେ ଆଗରୁ ମଧ୍ୟ ସୁଶାନ୍ତଙ୍କ ପିତା ରିୟାଙ୍କ ଉପରେ ଏହି ଆରୋପ ଲଗାଇ ସାରିଥିଲେ।
ବର୍ତ୍ତମାନ ରିୟାଙ୍କ ଉପରେ ଆରୋପ ରହିଛି ଯେତେବେଳେ ସୁଶାନ୍ତ ୨୦ ରୁ ୨୪ ଜାନୁଆରୀ ୨୦୨୦ ସମୟରେ ନିଜ ଭଉଣୀ ରାନୀଙ୍କୁ ଦେଖା କରିବାକୁ ଯାଇଥିଲେ ସେତେବେଳେ ରିୟା ତାଙ୍କୁ ୫ ଦିନରେ ପାଖାପାଖି ୨୫ ଥର କଲ କରିଥିଲେ। ଏହାଛଡା ସୁଶାନ୍ତଙ୍କ ଅନୁପସ୍ଥିତରେ ରିୟା ଅନେକ ଥର ମହେଶ ଭଟ୍ଟଙ୍କୁ କଲ କରୁଥିଲେ ଏବଂ ମୋଟ ୯୫ ମିନିଟର କଥା ମଧ୍ୟ ହୋଇଥିଲେ। ଏତେ ବଡ଼ ଫିଲ୍ମ ନିର୍ମାତା ଜଣେ ଝିଅକୁ ଏପରି ୯୫ ମିନିଟ ସମୟ ଦେଇ କଥା ହେବା କେବେ ହେଲେ ସଧାରଣ ନୁହେଁ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।