ସୂଚନାଯୋଗ୍ୟ ଯେ ୧୪ ଜୁନରେ ବଲିଉଡର ସଫଳ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ତାଙ୍କ ବାନ୍ଦ୍ରା ସ୍ଥିତ ବାସ ଭବନରେ ମୃତ୍ୟୁ ହୋଇଥିଲା। ସେ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଅନେକ ଦିନ ହେବ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସମସ୍ତେ କ୍ରାଇମବ୍ରାଞ୍ଚ ତଦନ୍ତର ଦାବି କରି ଆସୁଥିଲେ।
ତେବେ ବର୍ତ୍ତମାନ ସୁଶାନ୍ତଙ୍କ କେସରେ ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ମିଳିଯାଇଛି। ସିବିଆଇ ନିଜ ହିସାବରେ ସୁଶାନ୍ତଙ୍କ କେସକୁ ହ୍ୟାଣ୍ଡେଲ କରିଛନ୍ତି। ଆଗରୁ ହିଁ ଜଣେ ପୂର୍ବତନ ସିବିଆଇ ଅଫିସର କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ କ୍ରାଇମବ୍ରାଞ୍ଚ ଯେତେବେଳେ ଗୋଟିଏ କେସକୁ ହ୍ୟାଣ୍ଡେଲ କରିଥାଏ ସେତେବେଳେ କୌଣସି ତଦନ୍ତ କରିବା ପୂର୍ବରୁ ନିଷ୍ପତ୍ତି ନେଇନଥାଏ।
ସୁଶାନ୍ତ ସିଂ ରାଜପୁତଙ୍କ ଘର ବାହାରେ ଯେଉଁ ଚୌକିଦାର ଥିଲେ ତାଙ୍କୁ କିଛିଦିନ ପୂର୍ବରୁ ବଦଳାଇ ଦିଆଯାଇଥିଲା। ପ୍ରଥମେ ପୋଲିସ ତଦନ୍ତ କରୁଥିବା ସମୟରେ ଏହା ଜାଣି ନଥିଲେ ଯେ ଚୌକିଦାରର କିଏ ବଦଳାଇଥିଲେ। ଏଥିସହିତ ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ଏହି ଚୌକିଦାରଙ୍କ ଦେଖା ହିଁ ନଥିଲା। ସୁଶାନ୍ତଙ୍କ ଆପାର୍ଟମେଂଟରେ ଦିନ ଏବଂ ରାତିରେ ଡ୍ୟୁଟି କରୁଥିବା ଉଭୟ ଚୌକିଦାର ଗାୟବ ହୋଇଯାଇଥିଲେ ଏବଂ ଏହା ପୂର୍ବରୁ ଯେଉଁ ଚୌକିଦାର କାମ କରୁଥିଲେ ସେ କରୋନା କାରଣରୁ ନିଜ ଗାଁକୁ ଚାଲି ଯାଇଥିଲେ।
ସିବିଆଇ ଯାଞ୍ଚ ସମୟରେ ଜାଣିବାକୁ ପାଇଥିଲେ ଯେ ସୁଶାନ୍ତଙ୍କ ଆପାର୍ଟମେଂଟରେ କାର୍ଯ୍ୟରତ ଚୌକିଦାର ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ରାତିରୁ ହିଁ ନିଖୋଜ ଅଛନ୍ତି। ଦୁଇଜଣ ଚୌକିଦାରଙ୍କ ଦ୍ଵାରା ଦାଖଲ କରିଥିବା କାଗଜପତ୍ରରେ ଯେଉଁ ଠିକଣା ରହିଥିଲା ସେସବୁ ଭୁଲ ଥିଲା। ସେଥିପାଇଁ ସିବିଆଇକୁ ସନ୍ଦେହ ହୋଇଥିଲା ଯେ, ହୁଏତ ଏହି ଚୌକିଦାରଙ୍କର ସୁଶାନ୍ତଙ୍କ ମୃତ୍ୟୁ ସହିତ କୌଣସି ସମ୍ବନ୍ଧ ରହିଥାଇ ପାରେ।
ସିବିଆଇ ଜାଣିବାକୁ ପାଇଥିଲା, ଯେତେବେଳେ କରୋନା ପାଇଁ ନିଜ ଗାଁକୁ ଚାକିଯାଇଥିଲେ ସେତେବେଳେ ଅପରମେଣ୍ଟକୁ ଜଗିବା ପାଇଁ ଚୌକିଦାରର ଆବଶ୍ୟକତା ରହିଥିଲା। ସେଥିପାଇଁ ସୁଶାନ୍ତଙ୍କ ବନ୍ଧୁ ସନ୍ଦିପ ଏହି ଦୁଇଜଣ ଲୋକଙ୍କୁ ଚୌକିଦାର ଭାବରେ ରଖିବା ପାଇଁ ସୁଶାନ୍ତଙ୍କୁ ପରାମର୍ଶ ଦେଇଥିଲେ। ସନ୍ଦିପ ଦୁଇଜଣ ଚୌକିଦାରଙ୍କୁ ସୁଶାନ୍ତଙ୍କ ସହିତ ଭେଟ କରାଇବା ପରେ କମ୍ୟୁନିଟି ସହିତ ଭେଟ କରାଇଥିଲେ।
ଏସବୁ ଜାଣିବା ପରେ କ୍ରାଇମବ୍ରାଞ୍ଚ, ସନ୍ଦିପଙ୍କୁ ପଚରା ଉଚରା କରି ସେ ଚୌକିଦାରକୁ ଖୋଜିଛନ୍ତି ଏବଂ ତାଙ୍କ ସହିତ ଭେଟ ମଧ୍ୟ କରିଛନ୍ତି। ତେବେ ଜଣେ ୱାଚମ୍ୟାନଙ୍କ ସହିତ ସାକ୍ଷାତ କରିଥିବା ବେଳେ ଅନ୍ୟଜଣକଙ୍କ ବିଷୟରେ କୌଣସି ଖବର ମିଳିପାରି ନାହିଁ।
ତେବେ ଧରା ପଡିଥିବା ୱାଚମ୍ୟାନ ଜଣକ କହିଛନ୍ତି ଯେ, ୧୩ ଜୁନ ରାତିରେ ସୁଶାନ୍ତଙ୍କ ଘରେ ପାର୍ଟି ହେଉଥିଲା ଏବଂ ସେ ବୋଧହୁଏ ତାଙ୍କୁ ବାହାରକୁ ଛାଡିବାକୁ ଆସିଥିଲେ। ସେହି ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହେବା ପରେ ମାଡ଼ପିଟ ମଧ୍ୟ ହୋଇଯାଇଥିଲା। ମୁଁ ତାଙ୍କୁ ବୁଝାଇ ଭିତରକୁ ପଠାଇ ଦେଇଥିଲି କିନ୍ତୁ ତାଙ୍କ ପଛେ ପଛେ ତାଙ୍କ ସହିତ ଝଗଡା କରୁଥିବା ସେହି ବ୍ୟକ୍ତି ଜଣକ ମଧ୍ୟ ଆପାର୍ଟମେଂଟ ଭିରରକୁ ଯାଇଥିଲେ। ତେବେ ୱାଚମ୍ୟାନଙ୍କର ଏପରି ଖୁଲାସା ଏହି କେସକୁ ଆହୁରି ଅଧିକ ଜଟିଳ କରିପକାଇଛି।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।