ବର୍ତ୍ତମାନ କରୋନା ଭାଇରସର ଏହି ବିପଦ ସମୟରେ ଆମକୁ ଅନେକ କ୍ଷେତ୍ରରେ ବା ଅନେକ ଜିନିଷ ରେ ଯତ୍ନବାନ ହେବାକୁ ପଡିବ।ଯେପରି ଆମେ ସମସ୍ତେ ଜାଣିଛେ ଏହି ମାରାତ୍ମକ ଭାଇରସ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକେ ମଧ୍ୟ ପ୍ରାଣ ହରାଇଛନ୍ତି।ଏହି ଜୀବାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମତ ହୋଇଥାଏ।
ହେଲେ କିନ୍ତୁ ଏପର୍ଯ୍ୟନ୍ତ ଏହି ଭାଇରସକୁ ଅଟକାଇବାର ଶକ୍ତି କାହା ପାଖରେ ନାହିଁ।ଯାହା ଫଳରେ ଏହି ମାରାତ୍ମକ ଭାଇରସ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି। ଲୋକେ ନିଜେ ନିଜର ସୁରକ୍ଷା ପାଇଁ ଘରେ ରହିବାକୁ ପସନ୍ଦ କରୁଥିବା ବେଳେ ବାହାରକୁ ଯିବାକୁ ମଧ୍ୟ ପଛାଉ ନାହାନ୍ତି।
କିନ୍ତୁ ବର୍ତ୍ତମାନ ଧିରେ ଧିରେ ଲୋକମାନେ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି।ଏହି ସମୟରେ ଅନଲାଇନ୍ ଅର୍ଡର ଦୁର୍ଘଟଣା ବୃଦ୍ଧି ପାଇଛି। ନିକଟରେ ଏକ ମାମଲା ବ୍ରିଟେନର ହାମ୍ପସାୟରରୁ ଆସିଥିଲା। ଏଠାରେ ରହୁଥିବା ଜଣେ ମହିଳା ନିଜ ପିଲାମାନଙ୍କ ପାଇଁ ଚିକେନ୍ ନଗେଟ୍ ଅର୍ଡର କରିଥିଲେ।କିନ୍ତୁ ଯେତେବେଳେ ସେ ସେଗୁଡ଼ିକୁ ଖାଇଲେ,ତାଙ୍କ ଭିତରେ ଏପରି ଏକ ଜିନିଷ ଥିଲା,ଯେଉଁଥିପାଇଁ ତାଙ୍କ ଝିଅଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା।ଏହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଚିକେନ୍ ନଗେଟରୁ କଣ ବାହାରିଲା ଦେଖନ୍ତୁ…
ବ୍ରିଟେନର ଆଲଡର୍ସଟରୁ ଏହି ମାମଲା ସାମ୍ନାକୁ ଆସିଛି।ଏଠାରେ ରହୁଥିବା 32 ବର୍ଷୀୟା ଲୌରା ଆର୍ବର୍ ଏକ ଭୁଲ କାରଣରୁ ନିଜ ଝିଅର ଜୀବନକୁ ମୃତ୍ୟୁ ମୁଖରେ ପକାଇ ଦେଇଥିଲେ।
4 ପିଲାଙ୍କର ମା ଲୌରା ତାଙ୍କ ପିଲାମାନଙ୍କ ପାଇଁ ମ୍ୟାକ୍ ଡିରୁ ଚିକେନ୍ ନଗେଟ୍ ଅର୍ଡର କରିଥିଲେ। ତାଙ୍କ ପିଲାମାନେ ଆରାମରେ ନଗେଟସ୍ ଉପଭୋଗ କରୁଥିଲେ।
କିନ୍ତୁ ହଠାତ୍ ତାଙ୍କ ସାନ ଝିଅ ମ୍ୟାଡି କାଶିବା ଆରମ୍ଭ କଲା।ତାଙ୍କର ନିଶ୍ୱାସ ବାହାରିବାକୁ ଲାଗିଲା। ହଠାତ୍ କ’ଣ ହେଲା ଲୌରା କିଛି ବି ବୁଝି ପାରିଲେ ନାହିଁ?
ସଙ୍ଗେ ସଙ୍ଗେ ଲୌରା ମ୍ୟାଡିଙ୍କ ଗଳାରେ ଏକ ଆଙ୍ଗୁଠି ପୁରାଇ ଥିଲେ।ସେ ଆଙ୍ଗୁଠି ପୁରାଇ ମ୍ୟାଡିକୁ ବାନ୍ତି କରାଇବାକୁ ଚେଷ୍ଟା କରିଥିଲେ।ଏହା ପରେ ସେ ଝିଅର ଗଳାରୁ ଯାହା ବାହାରିଥିଲା ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ଚିକେନ୍ ନଗେଟଗୁଡିକରେ ନୀଳ ରଙ୍ଗର ସର୍ଜିକାଲ୍ ଫେସ୍ ମାସ୍କ ଥିଲା। ଏହି ମାସ୍କଗୁଡ଼ିକ ଚିକେନ୍ ନଗେଟ ଭିତରେ ଭର୍ତ୍ତି କରାଯାଇଥିଲାଖାଦ୍ୟ ଆଉଟଲେଟ୍ ଗୁଡିକ ବହୁତ ଅସାବଧାନତା କରିଥିଲେ।
ଯେତେବେଳେ ଲୌରା 20 ନଗେଟର ଏକ ପ୍ୟାକେଟର ଯାଞ୍ଚ କଲେ,ସେ ନଗେଟରେ ଆଉ କିଛି ମାସ୍କ ଦେଖିଲେ।ଏହି ମାସ୍କଗୁଡ଼ିକ ନଗେଟ ସହ ତେଲରେ ଛଣା ଯାଇଥିଲା।ଏହା ପରେ ଲୌରା ଏହାର ଏକ ଫଟୋ ଉଠାଇ ମ୍ୟାକ୍ ଡି’ର ମ୍ୟାନେଜରଙ୍କ ସହ ସେୟାର କରିଥିଲେ।ସେ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି।
ଲୌରା ସୂଚନା ଦେଇଛନ୍ତି ଯେ ସେ ଏପର୍ଯ୍ୟନ୍ତ ଖାଦ୍ୟ ଆଉଟଲେଟରୁ କୌଣସି ବାର୍ତ୍ତା ପାଇନାହାଁନ୍ତି।କେହି ତାଙ୍କୁ କ୍ଷମା ମାଗିଲେ ନାହିଁ।ଏଥିସହ ଏହି ଅବହେଳା ପରେ ଲୌରା ତାଙ୍କ ଝିଅର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଖାଦ୍ୟ ଆଉଟଲେଟକୁ ଦଣ୍ଡିତ କରିବା ବିଷୟରେ କହିଛନ୍ତି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |