ଦୁବାଇରୁ କେରଳ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନ କେରଳର କୋଝିକୋଡ ଇଣ୍ଟରନ୍ୟାସନଲ ଏୟାରପୋର୍ଟ(କାରୀପୁର ଏୟାରପୋର୍ଟ) ପାଖରେ କ୍ରାସ୍ ହୋଇଗଲା। ସୂଚନା ମୁତାବକ, ଏହି ବିମାନଟି ରନୱେରୁ ଖସଡି ଯିବା ପରେ ଘାଟିରେ ଯାଇ ପଡିଥିଲା ଯାହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତେବେ ଏହି ଦୁର୍ଘଟଣାରେ ବିମାନଟିକୁ ଚଳାଉଥିବା ପାଇଲଟ କ୍ୟାପ୍ଟେନ ଦୀପକ ସାଠେ ଙ୍କର ଦୁର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଦୀପକ ସାଠେ ଇଣ୍ଡିଆ ଏୟାରଫୋର୍ସରେ ମଧ୍ୟ ପାଇଲଟ ରହି ସାରିଛନ୍ତି। ଏୟାର ଇଣ୍ଡିଆ ଏକ୍ସପ୍ରେସ ୭୩୭ରେ ଯିବା ପୂର୍ବରୁ ଏୟାରବସ୍ ୩୧୦ର ପାଇଲଟ ଥିଲେ। ସାଠେ ଏଏଫଏରେ ସମ୍ମାନ ଅର୍ଜନ କରିଥିଲେ ଏବଂ ଆଗରୁ ଲଢ଼ୁଆ ବିମାନର ମଧ୍ୟ ପାଇଲଟ ଥିଲେ। ଏହାଛଡା ସେ ଏଚଏଏଲର ଟ୍ରେନି ପାଇଲଟ ମଧ୍ୟ ରହିସାରିଛନ୍ତି ଦୀପକ।
ମିଡ଼ିଆ ରିପୋର୍ଟରେ ଦାବି କରାଯାଉଛି ଯେ, ଖରାପ ପାଗ କାରଣରୁ ବିମାନଟି ଅବତରଣ ପୂର୍ବରୁ ଆକାଶରେ ଚକ୍କର ଲଗାଇଥିଲା। ଅର୍ଥାତ ସେ ଗୋଟିଏ ଥରରେ ରନୱେ ଉପରକୁ ଅବତରଣ କରିନଥିଲା। ପାଇଲଟ ବିମାନଟିକୁ ରକ୍ଷା କରିବା ପାଇଁ ଯଥା ସମ୍ଭବ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ।
ରାଷ୍ଟ୍ରପତି କୋବିନ୍ଦ ଦୁଃଖ ପ୍ରକାଶ କଲେ:
ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ କେରଳର କୋଝିକୋଡ ଠାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତି ବିଷୟରେ ସୂଚନା ନେଇଥିଲେ। ପ୍ରଭାବିତ ଯାତ୍ରୀ, ଚାଳକ ଦଳର ସଦସ୍ୟ ଏବଂ ସେମାନଙ୍କ ପରିବାର ପାଇଁ ମୁଁ ପାର୍ଥନା କରୁଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଏହି ଦୁର୍ଘଟଣାରେ ମୁଁ ଆହତ ହୋଇଛି:
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାରେ ମୁଁ ବହୁତ ଆହତ ହୋଇଛି। ମୋର ବିଚାର ସେହିମାନଙ୍କ ସହିତ ଅଛି ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ମୁଁ ପାର୍ଥନା କରୁଛି ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଖୁବଶୀଘ୍ର ଠିକ ହୋଇଯାନ୍ତୁ। ସେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ କଥା ହୋଇଥିଲେ। ଅଧିକାରୀମାନେ ଘଟଣାସ୍ଥଳରେ ରହି ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି।
କହିଁକି ଏବଂ କିପରି ହେଲା ଦୁର୍ଘଟଣା:
NDRFର ଡିଜି ଏସ.ଏନ. ପ୍ରଧାନ କହିଛନ୍ତି ଯେ ଆମେ ଆମର NDRFର ଏକ ଟିମ୍ ପଠାଇ ଦେଇଛୁ, ସେମାନେ ସେଠାରେ ପାଖରେ ଅଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେମାନେ ସେଠାରେ ଅଳ୍ପ ସମୟ ଭିତରେ ପହଞ୍ଚିଯିବେ। କାରଣ ବିମାନର ଗତି ବହୁତ ଅଧିକ ରହିଥିବ ଯାହାଦ୍ୱାରା ଏହା ପ୍ରଭାବ ମଧ୍ୟ ବହୁତ ଅଧିକ ରହିଥିବ, ପ୍ରାୟ ସମସ୍ତ ଯାତ୍ରୀ ଆହତ ହୋଇଯାଇଥିବେ, କିଛି ଲୋକ ନିଜର ଚେତା ମଧ୍ୟ ହରାଇଛନ୍ତି।
ଏମିତି ଲାଗୁଛି ଯେ ସମସ୍ତଙ୍କର ସ୍ଥିତି ଦେଖିବାକୁ ପଡିବ। ଯଦି ଏବେବି କିଛି ଯାତ୍ରୀ ଭିତରେ ଫସି ରହିଯାଇଛନ୍ତି ତେବେ ତାଙ୍କୁ ବାହାରକୁ ବାହାର କରିବା ପାଇଁ NDRF ଟିମ ସାହାଯ୍ୟ କରିବ। ସେମାନଙ୍କୁ ହସ୍ପିଟାଲ ମଧ୍ୟ ପହଞ୍ଚାଇବ। ଯଦି ଅନ୍ୟ କୌଣସି ପ୍ରକାରର ସାହାଯ୍ୟ ଆବଶ୍ୟକ ହେବ ତେବେ ତାକୁ ମଧ୍ୟ କରିବ ଏହି ଟିମ। ଯଦି ଆଉ ଏକ ଟିମର ଆବଶ୍ୟକ ହୁଏ ତେବେ ଆମେ ଏହାକୁ ମଧ୍ୟ ଆଲର୍ଟ ରଖିଛୁ। ଏହା ମଧ୍ୟରାତ୍ରିରେ ପହଞ୍ଚିବ।
ଦୁର୍ଘଟଣା ସ୍ଥଳରେ ବିମାନର ପାଇଲଟ କ୍ୟାପ୍ଟେନ ଦୀପକ ସାଠେଙ୍କ ସାହିତ ତାଙ୍କ କୋ-ପାଇଲଟ ଅଖିଲେଶ କୁମାରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।
କଣ ଥିଲା ହେଲ୍ପଲାଇନ ନମ୍ବର:
ଦୁବାଇରେ ଅବସ୍ଥିତ ଭାରତର ମହାବାଣିଜ୍ୟ ଦୂତାବାସ କହିଲା ଯେ, ଦୁବାଇରୁ କାଲିକଟ ପର୍ଯ୍ୟନ୍ତ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ସଂଖ୍ୟା IX 1344 ରନୱେ ସ୍କିଡ୍ ହୋଇଯାଇଥିଲା। ଅଧିକ ସୂଚନା ମିଳିବା ପରେ ଆମେ ଆପଣ ମାନଙ୍କୁ ଜଣାଇବୁ। ଆମର ହେଲ୍ପଲାଇନ ନମ୍ବର ହେଉଛି- 056 546 3903, 0543090572, 0543090572, 0543090575।
ଅତ୍ୟଧିକ ବର୍ଷା କାରଣରୁ ଅବତରଣ ହୋଇପାରିଲା ନାହିଁ ବିମାନ:
ବିଦେଶ ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ୍ କହିଛନ୍ତି, ବୋଧହୁଏ କାଲିକଟରେ ପ୍ରବଳ ବର୍ଷା ହେତୁ ପାଇଲଟ୍ ପ୍ରଥମେ ଅବତରଣ କରାଇ ପାରିନଥିଲେ। ଦ୍ୱିତୀୟ ପ୍ରୟାସରେ କଠିନ ଅବତରଣ ହେଲା। ଯାହାପରେ ବିମାନଟି ରନୱେରୁ ବାହାରି ସ୍କିଡ଼ କରିଗଲା। ଏହା ଏକ ବଡ଼ ଦୁଃଖଦ ଦୁର୍ଘଟଣା ଅଟେ।
ଦୁଇ ଖଣ୍ଡ ହୋଇ ଭାଙ୍ଗିବା ପୂର୍ବରୁ ଏକ ଘାଇରେ ପହଞ୍ଚିଥିଲା ବିମାନ:
କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ମୁଁ ଅତ୍ୟଧିକ ପିଡୀତ ଏବଂଦୁଃଖିତ। ଦୁବାଇରେ କୋଝିକୋଡର ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସଂଖ୍ୟା AXB-1344 ବର୍ଷା କାରଣରୁ ରନୱେ ଉପରୁ ସ୍କିଡ୍ କରି ଯାଇଥିଲା। ୨ଟି ଖଣ୍ଡରେ ଭାଙ୍ଗିବା ପୂର୍ବରୁ ଏକ ଘାଇରେ ପଡି ୩୫ ଫୁଟ ତଳକୁ ଚାଲିଯାଇଥିଲା।
ଆହୁରି ବଡ଼ ଦୁର୍ଘଟଣା ହୋଇଥାନ୍ତା:
ଅଧିକାରୀ ଏବଂ ସୂଚନା ମୁତାବକ, ଖୁସିର କଥା ଯେ ବିମାନଟିରେ ନିଆଁ ଲାଗି ନଥିଲା। ନହେଲେ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣ ଯାଇଥାନ୍ତା।
ବିମାନର ସମ୍ମୁଖ ଭାଗ ବହୁତ ଖରାପ ଭାବରେ କ୍ଷତିଗ୍ରସ୍ତ ହୋଇଯାଇଛି। ଡିଜିସିଏ ଏହି ମାମଲାରେ ଯାଞ୍ଚ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି। ତେବେ ବିମାନରେ ନିଆଁ ନଲାଗିବାର କାରଣ ହେଉଛି ସେଠାରେ ହେଉଥିବା ଅତ୍ୟଧିକ ବର୍ଷା।