ବନ୍ଧୁଗଣ ବର୍ଷା ଦିନ ଆସି ଯାଇଛି ଏହା ପ୍ରଭାବରେ ମଶା ବହୁ ମାତ୍ରାରେ ଦେଖା ଯାଆନ୍ତି । ଏହା ପ୍ରଭାବରେ ବଡ଼ ଲୋକ ମାନେ ତ ହଇରାଣ ହୁଅନ୍ତି ସାଥିରେ ଛୋଟ ପିଲା ମାନେ ବି ବଞ୍ଚନ୍ତି ନାହିଁ । ମଶା ଘଉଡାଇବା ପାଇଁ ଆମେ ସମସ୍ତେ କେମିକାଲ ଯୁକ୍ତ ଜିନିଷ ବ୍ୟବହାର କରିଥାଉ ଯାହା ବଜାରରେ ବହୁ ଅଧିକ ଦାମ ରେ କିଣି ଥାଉ । ଗୋଟିଏ ମଶା ଧୂପ କୟେଲ ୧୦୦ ସିଗାରେଟ ଭଳି ଧୁଆଁ ଛାଡି ଥାଏ ।
ଏବଂ ଏହାର ସହିତ ଅନ୍ୟ ସମସ୍ତ ମଶା ଧୂପ ଆମ ଶରୀର ପାଇଁ କ୍ଷତି କାରକ ହୋଇଥାଏ । ଯେତେବେଳେ ଆମେ ଏହାକୁ ନିଶ୍ବାସ ଦ୍ଵାରା ଭିତରୁ ନେଇ ଥାଉ। ଆଜି ଆମେ ମଶା ଘଉଡେଇବାକୁ ୩ ଟି ସରଳ ଉପାୟ କହିବୁ । ଏଥିରେ ଗୋଟିଏ ଉପାୟ ପିଲାଙ୍କ ପାଇଁ ଲାଭ ଦାୟକ ଅଟେ। ଯଦି ରାସ୍ତାରେ ଥାଆନ୍ତି କିମ୍ଵା ବାହାରେ ଖେଳୁ ଥାଆନ୍ତି ତାହେଲେ ଏହି ଉପାୟ ବହୁତ ସାହାଯ୍ୟ କରିବ ।
ନିମ୍ବ ତେଲ:
ଏହି ନିମ୍ବ ତେଲ ବଜାରରେ ଔଷଧ ଦୋକାନ କିମ୍ଵା କୌଣସି ପୁଟୁଳି ବଣିଆ ଦୋକାନରୁ ମିଳିଯିବ । ପ୍ରଥମେ ଏକ ପାତ୍ରରେ ୪-୫ ଚାମଚ ଲିମ୍ବ ତେଲ ନିଅନ୍ତୁ । ଏବଂ ଏଥିରେ ଏକ ଛୋଟ ଚାମଚ କର୍ପୁର ଗୁଣ୍ଡ ସେଥିରେ ମିଶାନ୍ତୁ । ଏଠାରେ କହି ରଖୁଛୁ କି ଆପଣ ଏଥିରେ ପୂଜାରେ ବ୍ୟବହାର ହେଉଥିବା କର୍ପୁର ବ୍ୟବହାର କରନ୍ତୁ । ଏହାକୁ ଏକ ଚାମଚ ସାହାଯ୍ୟରେ ମିଶାନ୍ତୁ ଏବଂ ଏହାକୁ ଭଲରେ ମିଶିବା ପାଇଁ ଏହାକୁ ୪-୫ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ଭଲରେ ମିଶିବା ପାଇଁ।
ଜାଣନ୍ତୁ ଏହାର ପ୍ରୟୋଗ:
୧. ଯେତେବେଳେ ପିଲାମାନେ ବାହାରକୁ ଖେଳିବାକୁ ଯାଆନ୍ତି ଏବଂ ଯେତେବେଳେ ରୋଷେଇ ଘରେ ବସି ରୋଷେଇ କରନ୍ତି ଅଥବା କେଉଁଠାକୁ ଯାତ୍ରା କରୁଥାନ୍ତି, ସେତେବେଳେ ଏହା କାମରେ ଆସିବ । ଏଥି ପାଇଁ ଅଳ୍ପ ତେଲ ହାତରେ ନିଅନ୍ତୁ ଏବଂ ଯେଉଁ ଅଙ୍ଗ ଖାଲି ଅଛି ସେଠାରେ ମାଲିସ କରନ୍ତୁ । ବହୁତ ଅଳ୍ପ ତେଲ ର ପ୍ରୟୋଗ କରନ୍ତୁ ବେଶି ଅଧିକ ତେଲ ର ଆବଶ୍ୟକତା ନାହିଁ । ଏମିତି ଏହାର ପ୍ରୟୋଗ କରିବା ଦ୍ୱାରା ଆପଣ ମାସାଙ୍କ ଠାରୁ ଦୂରରେ ରହିବେ। ଏହା ଛଡ଼ା ନିମ୍ବ ତେଲ ଆମ ଚର୍ମ ରୋଗ ପାଇଁ ଲାଭ ଦାୟକ।
୨. ଏହି ଉପାୟ ପାଇଁ ଆପଣଙ୍କୁ ଦରକାର ୨ ଟି ତେଜ ପତ୍ର ପ୍ରଥମେ ଏହି ତେଜ ପତ୍ରରେ ସେହି ଲିମ୍ଵ ତେଲକୁ ଲଗାନ୍ତୁ । ଏବଂ ଯେଉଁ ରୁମ ରେ ଏହାକୁ ଜଳାଇବେ ପ୍ରଥମେ ସେହି ରୁମ ର ଝରକା କବାଟ ସବୁ ବନ୍ଦ କରି ଦିଅନ୍ତୁ । ତାପରେ ଏହି ପତ୍ରକୁ ଆପଣ ଜଳାଇ ଦିଅନ୍ତୁ । ଏହି ଧୁଆଙ୍କୁ ରୁମ ରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ।
୩. ଆପଣ ଏକ ଦୀପ ନିଅନ୍ତୁ ଘରେ ଥିବା କୌଣସି ଦୀପର ପ୍ରୟୋଗ ଆପଣ କରି ପାରିବେ । ଏବେ ଆପଣ ସେହି ଦ୍ଵୀପରେ ନିମ୍ବ ତେଲ ର ମିଶ୍ରଣ ସେଥିରେ ଢାଲନ୍ତୁ ଏବେ ଏଥିରେ ସଳିତା ଲଗେଇ ଜଳେଇ ଦିଅନ୍ତୁ । ଏବେ ଆପଣ ଏହି ଦିପକୁ ଘରର ଯେଉଁ ବି ଜାଗାରେ ରଖିବେ ସେଠାରେ ଗୋଟିଏ ବି ମଶା ଦେଖା ଯିବ ନାହିଁ । ଏବଂ ଆପଣ ମଶାଙ୍କ ଠାରୁ ଦୂରରେ ରହିବେ। ଆପଣ ଏହି ଏହି ୩ ଟି ଉପାୟ ମଧ୍ୟରୁ କୌଣସି ବି ଉପାୟ କରି ମଶା ଠାରୁ ଦୂରେଇ ରହି ପାରିବେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |