ସୁଶାନ୍ତଙ୍କ ୧୨ଟି ଡାଏରୀର ରହସ୍ୟ ଏକ ଷ୍ଟ୍ରିଙ୍ଗ ଅପରେସନ ମାଧ୍ୟମରେ ପ୍ରକାଶ କରଯାଇଛି। ଏଥିସହିତ ତାଙ୍କ କଲ ରେକର୍ଡ ମଧ୍ୟ ଖୁଲାସା କରାଯାଇଛି। ଏହି ଡାଏରୀରେ କଣ ଲେଖା ଯାଇଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ରହିଛି?
ସବୁଠୁ ବଡ଼ କଥା ହେଉଛି ଦ୍ଵିତୀୟ ଡିଜିଟାଲ ପ୍ରୋଟେଷ୍ଟ ମାର୍ଚ୍ଚ ଆଜି ରାତି ୮ଟାରୁ ଆରମ୍ଭ ହେବ। Warrior4sushant ଏହାର ହାଜଟ୍ୟାଗ ରହିଛି। ଏଥିରେ ଆପଣଙ୍କୁ ନିଜ ମୁଣ୍ଡରେ ଏକ କଳା କପଡା ବାନ୍ଧିବାକୁ ପଡିବ ନହେଲେ ଯଦି କଳା ରଙ୍ଗର ବ୍ୟାଣ୍ଡ ରହିଛି ତାକୁ ମଧ୍ୟ ବାନ୍ଧି ପାରିବେ କିମ୍ବା କୌଣସି କଳା ରଙ୍ଗର ଚୁନୁରି ମଧ୍ୟ ମୁଣ୍ଡରେ ବାନ୍ଧି ପାରିବେ। ଯଦି ମୁଣ୍ଡରେ ନବାନ୍ଧୁଛନ୍ତି ତେବେ ଦେହରେ ମଧ୍ୟ ଗୋଡ଼ାଇ ପାରିବେ କିମ୍ବା କୌଣସି ପ୍ରକାରର କଳା ରଙ୍ଗର ପୋଷାକ ମଧ୍ୟ ପିନ୍ଧି ପାରିବେ। ଏହାପରେ ନିଜର ଫୋଟୋ ଚିତ୍ର ଉଠାଇ ଅପଲୋଡ଼ କରିବା ସହିତ ହାଜଟ୍ୟାଗର ମଧ୍ୟ ବ୍ୟବହାର କରନ୍ତୁ।
କରୋନା ସମୟରେ ଲଗାତର ଭାବରେ ଫିଲ୍ମ ଜଗତର ଜଣକ ପରେ ଜଣେ କଳାକାର ଆତ୍ମହତ୍ୟା କରୁଥିବାର ସାମ୍ନାକୁ ଆସୁଛି। ତେବେ ଆଜି ଆଉଜଣେ କଳାକାର ଆତ୍ମହତ୍ୟା କରିନେଇଛନ୍ତି। ଆଜି ଅଭିନେତ୍ରୀ ଅନୁପମା ପାଠକ ଆତ୍ମହତ୍ୟା କରି ନିଜର ଜୀବନ ନେଇଛନ୍ତି। ତାଙ୍କର ବୟସ ୪୦ ବର୍ଷ ଥିବା ବେଳେ ସେ ଛୋଟ ପରଦାର ସିରିୟଲରେ କାମ କରୁଥିଲେ। ତେବେ ସେ ଭୋଜପୁରି ଫିଲ୍ମରେ ଜଣେ ବହୁତ ପୁରୁଣା ଏବଂ ଭଲ ଅଭିନେତ୍ରୀ ଥିଲେ।
ଗତକାଲି ଅନୁପମା ପାଠକ ଫେସବୁକରେ ଲାଇଭ ଆସିଥିଲେ। ଏହି ଲାଇଭ ଭିଡ଼ିଓ ସମୟରେ ସେ ଅତ୍ୟଧିକ ଡିପ୍ରେସ ଏବଂ ଫ୍ରଷ୍ଟେଟ ଦେଖାଯାଉଥିଲେ। ଏହି ଭିଡ଼ିଓରେ ସେ ଫେକ ସମ୍ପର୍କ ଏବଂ ଫେକ ବନ୍ଧୁଙ୍କ ବିଷୟରେ କହୁଥିଲେ। ଏଥିସହିତ ସେ ଏକ ସୁସାଇଡ଼ ନୋଟ ମଧ୍ୟ ଲେଖିଛନ୍ତି। ଏଥିରେ ସେ ତାଙ୍କ ମୃତ୍ୟୁର ଦୁଇଟି କାରଣ ଥିବାର ପ୍ରକାଶ କରିଥିଲେ। ପ୍ରଥମଟି ସେ କୌଣସି ଏକ କମ୍ପାନୀରେ ୧୦ ହଜାର ଟଙ୍କା ନିବେଶ କରିଥିଲେ।
ସେହି ୧୦ ହଜାର ଟଙ୍କାର ଏକାଉଣ୍ଟ ସହିତ ଫ୍ରଡ ହୋଇଯାଇଥିଲା। ଦ୍ଵିତୀୟଟି ହେଉଛି ତାଙ୍କର କେହି ଜଣେ ବନ୍ଧୁ ତାଙ୍କ ବାଇକ ନେଇଥିଲେ କୌଣସି କାର୍ଯ୍ୟ ପାଇଁ ହେଲେ ପରେ ତାଙ୍କ ବାଇକ ଫେରାଇ ନଥିଲେ। ଆତ୍ମହତ୍ୟାର ଏହି ଦୁଇଟି ପ୍ରମୁଖ କାରଣ ଡାଏରୀରେ ଲେଖା ରହିଛି। ସେ ଏହା ମଧ୍ୟ ଲେଖିଛନ୍ତି କୌଣସି ବନ୍ଧୁଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ ନିଜର କୌଣସି ଗୁପ୍ତ କଥା ତାଙ୍କୁ କୁହନ୍ତୁ ନାହିଁ। ସେମାନେ ଆପଣଙ୍କ ସମସ୍ୟାର ହାସ୍ୟ ଉଡାଇବା ସହିତ ଅନ୍ୟ ମାନଙ୍କ ପାଖରେ କହିଦେବେ।
ଆଜି ଏହି ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ ଆତ୍ମହତ୍ୟା କରି ନିଜକୁ ଶେଷ କରିନେଥିବା ବେଳେ ଗତକାଲି ଆଉଜଣେ ଟିଭି ଅଭିନେତା ସମୀର ଶର୍ମା ମଧ୍ୟ ଆତ୍ମହତ୍ୟା କରିନେଇଥିଲେ। ଛୋଟ ପରଦାର ଅଭିନେତା ସମୀର ଶର୍ମା ନିଜ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିନେଇଥିଲେ। ସମୀର ଡିପ୍ରେସନରେ ଶିକାର ଥିବା କଥା ସାମ୍ନାକୁ ଆସିଛି। ଯେମିତି ବର୍ତ୍ତମାନ ଏକ ମୃତ୍ୟୁର ସମୟ ଚାଲିଛି। ଜଣକ ପରେ ଜଣେ ଅଭିନେତା ମାରୁଛନ୍ତି , ଲୋକ ମାନେ ମଧ୍ୟ ମାରୁଛନ୍ତି। କାହାର ହତ୍ୟା କରାଯାଉଛି ତ କିଏ ଆତ୍ମହତ୍ୟା କରିନେଉଛନ୍ତି ଆଉ କାହାର ପ୍ରାକୃତିକ ମୃତ୍ୟୁ ହୋଇଯାଉଛି। ତେବେ ନିଜର, ପରିବାର ଲୋକଙ୍କର ଏବଂ ଅତ୍ମୀୟ ଲୋକଙ୍କର ମଧ୍ୟ ଯତ୍ନ ନିଅନ୍ତୁ।
ଆଜି ରିୟା ଚକ୍ରବର୍ତ୍ତୀ ED ଅଫିସ ଯାଇଥିଲେ। ପ୍ରଥମେ EDଙ୍କୁ ସମୟ ମାଗିଥିଲେ ରିୟା କିନ୍ତୁ ଏହି ପ୍ରସ୍ତାବକୁ ED ସିଧାସଳଖ ଭାବରେ ଖାରଜ କରିଦେଇଥିଲେ। ତେବେ ଆଜି ରିୟାଙ୍କ ସହିତ ତାଙ୍କ ଭାଇ ଏବଂ ରିୟାଙ୍କ ମ୍ୟାନେଜର ସୃତି ମୋଦିଙ୍କୁ ମଧ୍ୟ ED ଅଫିସ ଯିବାକୁ ପଡିଥିଲା। ସେଠାରେ ଏମାନଙ୍କୁ ଭିନ୍ନ ଭିନ୍ନ ବସାଇ ପଚରା ଉଚରା କରାଯିବ।
ସୁଶାନ୍ତଙ୍କ ମାମଲାରେ ସିବିଆଇ ୭ ଜଣ ଲୋକଙ୍କ ଉପରେ କେସ ଫାଇଲ କରି ସାଇଛି। ରିୟା, ରିୟାଙ୍କ ଭାଇ, ରିୟାଙ୍କ ମ୍ୟାନେଜର, ତାଙ୍କ ପରିବାର ସମେତ ୭ ଜଣ ଲୋକଙ୍କ ବିରୋଧରେ କେସ ଫାଇଲ କରାଯାଇଛି। ତେବେ ବର୍ତ୍ତମାନ ସିବିଆଇର ତଦନ୍ତ ଆରମ୍ଭ ହୋଇଯାଇଛି।
ରିପବ୍ଲିକ ଭାରତର ଏକ ଷ୍ଟ୍ରିଙ୍ଗ ଅପରେସନ ସମୟରେ ସୁଶାନ୍ତଙ୍କ କଲ ରେକାର୍ଡିଙ୍ଗ ଶୁଣାଇଥିଲା ଯେଉଁଥିରେ ସୁଶାନ୍ତଙ୍କ ଜଣେ ସିକ୍ରେଟ ବନ୍ଧୁ ଏକ ବଡ଼ ଖୁଲାସା କରିଛନ୍ତି। ଏକ କଲ ରେକର୍ଡିଙ୍ଗରେ ସୁଶାନ୍ତଙ୍କ ବନ୍ଧୁ କହୁଛନ୍ତି ଯେ, ସୁଶାନ୍ତଙ୍କ ପାଖରେ ୧୨ ଟି ଡାଏରୀ ରହିଥିଲା। ହେଲେ ସୁଶାନ୍ତଙ୍କ ମାତ୍ର ୬ଟି ଡାଏରୀ ପୋଲିସ ପାଖରେ ରହିଛି ବାକି ୬ଟି ଡାଏରୀ ଏପର୍ଯ୍ୟନ୍ତ କେଉଁଠି ରହିଛି କାହାକୁ ଜଣା ନାହିଁ। ତେବେ ଏହି ଡାଏରୀ କିଏ ଚୋରି କରି ନେଇଛନ୍ତି ତାହା ଅସ୍ପଷ୍ଟ। ତେବେ ରିୟା ଏହି ଡାଏରୀ ଚୋରି କରି ନେଇଯାଇଥିବାର ସନ୍ଦେହ କରାଯାଉଛି।
ମାତ୍ର ଏହା ମଧ୍ୟ ହୋଇପାରେ ଏହି ଡାଏରୀକୁ ଅନ୍ୟ କେହି ନେଇଯାଇଛି କିମ୍ବା ମୁମ୍ବାଇ ପୋଲିସ ଲୁଚାଇବାକୁ ଚେଷ୍ଟା କରୁଛି। ସୁଶାନ୍ତ ଏହି ଡାଏରୀ ଗୁଡିକରେ ନିଜର ସମ୍ପୂର୍ଣ୍ଣ ଦିନର ଦିନଚର୍ଯ୍ୟା ବିଷୟରେ ଲେଖୁଥିଲେ। କାହା ସହିତ ଦେଖା ହେଲେ, କଣ ଭଲ ହେଲା, କଣ ଖରାପ ହେଲା ଏଥିରେ ଏହିସବୁ ଲେଖୁଥିଲେ ସୁଶାନ୍ତ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।