ରୁଷରୁ ଖୁସିର ଖବର ଆସି ପହଞ୍ଚିଛି। ରୁଷର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ବିଶ୍ୱାସ ଯୋଗ୍ୟ ଟୀକାର ପରୀକ୍ଷଣ ଶେଷ ହୋଇ ଯାଇଛି। ଏହା ସେହି ଟୀକା ଯାହାକୁ ଗାମାଲେୟା ଇନଷ୍ଟିଚ୍ୟୁଟ ବନାଇଥିଲା। ଏହାଛଡା ଆହୁରି ଦୁଇଟି କମ୍ପାନୀ ମଧ୍ୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ମାଗିଛି। ଗାମାଲେୟା ଇନଷ୍ଟିଚ୍ୟୁଟ ଦାବି ରଖିଛି ଯେ, ଏହି ଟୀକା ୧୦ ଅଗଷ୍ଟ କିମ୍ବା ତାହା ପୂର୍ବରୁ ବଜାରକୁ ଆସିଯିବ।
ସ୍ପୁତନିକ ନ୍ୟୁଜ ଡ଼ଟ କମ ମୁତାବକ, ରୁଷର ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଇଲ ମୁରାସ୍କୋ କହିଛନ୍ତି ଯେ, ଗାମାଲେୟା ଇନଷ୍ଟିଚ୍ୟୁଟର ପରୀକ୍ଷଣ ଶେଷ ହୋଇଯାଇଛି। ବର୍ତ୍ତମାନ ତାଙ୍କ ବୈଜ୍ଞାନିକ ମାନଙ୍କ ଉପରେ ନିର୍ଭର କରୁଛି ଯେ, ସେମାନେ ଏହି କରୋନା ଟୀକାକୁ କେବେ ବଜାରକୁ ଆଣିବେ।
Russian health minister says #COVID19 vaccine trials have been completed https://t.co/vyD8XHcX4W
— Sputnik (@SputnikInt) August 5, 2020
ମସ୍କୋ ସ୍ଥିତ ଗାମାଲେୟା ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ମାନେ ଗତମାସ ଦାବି ରଖିଥିଲେ ଯେ, ଅଗଷ୍ଟ ମାସ ମଧ୍ୟକୁ କରୋନା ଭାଇରସର ପ୍ରଥମ ଟୀକା ମଞ୍ଜୁରୀ ଦେଇ ପାରନ୍ତି। ଅର୍ଥାତ ଆଉ ମାତ୍ର ଦୁଇ ସପ୍ତାହରେ ରୁଷର ବୈଜ୍ଞାନିକ ମାନେ କରୋନା ଭାଇରସର ଟୀକା ବଜାରକୁ ଆଣିବେ। ରୁଷର କେତେକ ଅଧିକାରୀ ଏବଂ ବୈଜ୍ଞାନିକ ମାନେ ସିଏନଏନ ଚ୍ୟାନେଲକୁ କହିଥିଲେ ଯେ, ସେମାନେ ଭ୍ୟାକ୍ସିନର ମଞ୍ଜୁରୀ ୧୦ ଅଗଷ୍ଟ କିମ୍ବା ତା’ ପୂର୍ବରୁ କରିବା ପାଇଁ କାର୍ଯ୍ୟ କରୁଛନ୍ତି।
ଗାମାଲେୟା ଇନଷ୍ଟିଚ୍ୟୁଟ ବୈଜ୍ଞାନିକଙ୍କ ଦାବି ରହିଛି ଯେ, ଏହି ଟୀକାକୁ ସାଧାରଣ ନାଗରିକଙ୍କ ଉପଯୋଗ ପାଇଁ ୧୦ ଅଗଷ୍ଟକୁ ମଞ୍ଜୁରୀ ଦେଇଦେବେ। ମାତ୍ର ସର୍ବପ୍ରଥମେ ଏହା ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ।
ରୁଷର ସୋବରନ ଧନ ପାଣ୍ଠିର ପ୍ରମୁଖ କିରିଲ୍ ମିତ୍ରବ କହିଲେ ଯେ, ଏହା ରୁଷ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଅଟେ। ଯେମିତି ଆମ ଅନ୍ତରୀକ୍ଷରେ ପ୍ରଥମ ଉପଗ୍ରହ ସ୍ପୁତନିକ ଛାଡିଥିଲା। ଏହା ମଧ୍ୟ ସେହିପରି ଆଉ ଏକ ଅବସର। ସ୍ପୁତନିକ ବିଷୟରେ ଶୁଣିବା ପରେ ଆମେରିକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। ସେହିପରି ଭ୍ୟାକ୍ସିନ ଲଞ୍ଚ ହେବା ପରେ ମଧ୍ୟ ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ବର୍ତ୍ତମାନ ସୁଦ୍ଧା ରୁଷ ଭ୍ୟାକ୍ସିନ ପରୀକ୍ଷଣ ସମ୍ବନ୍ଧିତ କୌଣସି ବିବରଣୀ ଜାରି କରି ନାହିଁ। ସେଥିପାଇଁ ଏହାର ପ୍ରଭାବ ବିଷୟରେ କୌଣସି ଟିପ୍ପଣୀ ଦିଆଯାଇ ପାରିବ ନାହିଁ। କିଛି ଲୋକ ଏହା ମଧ୍ୟ ଆଲୋଚନା କରୁଛନ୍ତି ଯେ, ଭ୍ୟାକ୍ସିନ ଶୀଘ୍ର ବଜାରକୁ ଆଣିବା ପାଇଁ ରାଜନୈତିକ ଚାପ ପକାଯାଉଛି। ଏହା ବ୍ୟତୀତ ଟୀକାକରଣର ଅସମ୍ପୂର୍ଣ୍ଣ ମାନବ ପରୀକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ସମଗ୍ର ଦୁନିଆରେ ଅନେକ ଭ୍ୟାକ୍ସିନର ପରୀକ୍ଷଣ ଚାଲିଛି। କିଛି ଦେଶର ଭ୍ୟାକ୍ସିନ ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଁଚିଛି। ରୁଷ ଭ୍ୟାକ୍ସିନଏ ଦ୍ଵିତୀୟ ଚରଣ ପରୀକ୍ଷଣ ଏପର୍ଯ୍ୟନ୍ତ ବାକି ରହିଛି। ଟୀକା ବିକାଶକାରୀ ମାନେ ଏହି ପର୍ଯ୍ୟାୟକୁ ୩ ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ଯୋଜନା କରିଛନ୍ତି।
ଏହାପରେ ତୃତୀୟ ଚରଣର ପରୀକ୍ଷଣ ଆରମ୍ଭ କରିଦିଆ ଯିବ। ରୁଷର ବୈଜ୍ଞାନିକ ମାନଙ୍କ କହିବା କଥା ଯେ, ଏହି ଟିକା ବହୁତ ଶୀଘ୍ର ପ୍ରସ୍ତୁତ କରାଯାଇଥିଲା, କାରଣ ଏହା ଅନ୍ୟାନ୍ୟ ରୋଗ ସହ ମଧ୍ୟ ଲଢ଼ିବାକୁ ସକ୍ଷମ ଅଟେ। ଏହି ଚିନ୍ତାଧାରା କେତେକ ଅନ୍ୟ କମ୍ପାନୀ ଏବଂ ଦେଶ ଠାରେ ମଧ୍ୟ ରହିଛି।
ରୁଷର ରକ୍ଷା ମନ୍ତ୍ରାଳୟର କହିଛନ୍ତି ଯେ, ରୁଷର ସୈନିକ ମାନେ ମାନବ ପରୀକ୍ଷଣରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିଛନ୍ତି। ଦାବି କରାଯାଇଛି ଯେ ଏହି ପ୍ରୋଜେକ୍ଟର ନିର୍ଦ୍ଦେଶକ ଆଲେକଜାଣ୍ଡାର୍ ଗିନ୍ସବର୍ଗ ନିଜେ ଏହି ଟୀକା ନେଇଛନ୍ତି।