ଭିତରୁ ଅତ୍ୟଧିକ ବିଳାସପୂର୍ଣ୍ଣ ଅଟେ କପିଲ ଶର୍ମାଙ୍କ ଘର। ମୁମ୍ବାଇରେ ପତ୍ନୀଙ୍କ ସହିତ ଏହି ବହୁ ମହଲା ବିଶିଷ୍ଠ କୋଠାରେ ରହିଥାନ୍ତି କପିଲ।

ହାସ୍ୟ କଳାକାର ତଥା ଅଭିନେତା କପିଲ ଶର୍ମାଙ୍କ ଶୋ’ ଅଗଷ୍ଟ ୧ ଠାରୁ ଆରମ୍ଭ ହୋଇଯାଇଛି। କରୋନା ଭାଇରସ ପରେ ଏହି ଶୋ’ର ନୂତନ ଅତିଥି ହେଲେ ସୋନୁ ସୁଦ। କରୋନା ମହାମାରୀ ସମୟରେ ସୋନୁ ସୁଦ ହଜାର ହଜାର ଗରିବ ଏବଂ ଶ୍ରମିକଙ୍କୁ ତାଙ୍କ ଘରେ ସୁରକ୍ଷିତ ଭାବରେ ପହଞ୍ଚାଇଥିଲେ। କରୋନା ମହାମରୀ ସମୟରେ ୪ ମାସ ଘରେ ବସି ରହିଥିଲେ ମଧ୍ୟ କପିଲ ଶର୍ମାଙ୍କ ପ୍ରତିଷ୍ଠା ଏବଂ ବିଳାସ ବ୍ୟସନରେ କୌଣସି ହାନୀ ହୋଇ ନାହିଁ। ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଟ୍ୟାକ୍ସ ଭରୁଥିବା କପିଲ ଶର୍ମା କେତେକ ମାମଲାରେ ବଲିଉଡର ସୁପରଷ୍ଟାରଙ୍କ ଠାରୁ ମଧ୍ୟ କମ ନୁହନ୍ତି।

ମିଡ଼ିଆ ରିପୋର୍ଟ ମୁତାବକ, କପିଲଙ୍କ ସଂପୂର୍ଣ୍ଣ ସମ୍ପତ୍ତିର ପାଖାପାଖି ୧୭୦ କୋଟି ଟଙ୍କା ଅଟେ। କପିଲ ପତ୍ୟେକ ବର୍ଷ ପ୍ରାୟ ୩୦ କୋଟି ଟଙ୍କା ଆୟ କରିଥାନ୍ତି। କପିଲଙ୍କ ଘର କଥା କହିବାକୁ ଗଲେ , ତାଙ୍କର ମୁମ୍ବାଇ ଏବଂ ପଞ୍ଜାବରେ ଭିନ୍ନ ଭିନ୍ନ ଘର ରହିଛି।

କପିଲଙ୍କ ପାଖରେ ମୁମ୍ବାଇ ଅଞ୍ଚଳର ଅଂଧେରି ୱେଷ୍ଟରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ ରହିଛି। DHL ଏନକ୍ଲେଭରେ ନିର୍ମିତ ଏହି ଫ୍ଲାଟର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା। କପିଲଙ୍କ ଘର ଏହି ବହୁ ମହଲା କୋଠର ନବମ ଫ୍ଲୋରରେ ରହିଛି।

ଏହାଛଡା କପିଲଙ୍କ ନିଜ ସହର ଅମୃତସର(ପଞ୍ଜାବ)ରେ ମଧ୍ୟ ଗୋଟିଏ ଘର ରହିଛି। ଏହି ବଙ୍ଗଳାର ଆନୁମାନିକ ମୂଲ୍ୟ ପାଖାପାଖି ୨୫ କୋଟି ଟଙ୍କା। କପିଲଙ୍କ ଏହି ବିଳାସପୂର୍ଣ୍ଣ ଘରରେ ସବୁ ପ୍ରକାରର ଆଧୁନିକ ସୁଖ ସୁବିଧା ରହିଛି।

କପିଲ କାର ମାମଲାରେ ବହୁତ ସୌଖିନ ଅଟନ୍ତି। ତାଙ୍କ ପଖରେ କାର କୁ ନେଇ ଅନେକ କଲେକ୍ସନ ରହିଛି। ଏଥିମଧ୍ୟରୁ ମରସିଡିଜ ବେଂଜ ଏସ ୩୫୦ ସିଡ଼ିଆଇ, ବାଁବ୍ଲୋ ଏକ୍ସସି ୯୦ ପରି ଅନେକ ଦାମି କାର ରହିଛି। ମରସିଡିଜ ବେଂଜ ଏସ କ୍ଲାସର ମୂଲ୍ୟ ୧.୧୯ କୋଟି ହୋଇଥିବା ବେଳେ ବାଁବ୍ଲୋ କାରର ମୂଲ୍ୟ ୧.୩ କୋଟି ପାଖାପାଖି ରହିଛି।

କପିଲ ସୁଟିଙ୍ଗ ସମୟରେ ଯେଉଁ ଭ୍ୟାନିଟି ଭ୍ୟାନର ବ୍ୟବହାର କରିଥାନ୍ତି ତାହା ମଧ୍ୟ ବହୁତ ବିଳାସପୂର୍ଣ୍ଣ ଅଟେ। ଏହି ଭ୍ୟାନିଟିର ମୂଲ୍ୟ ପାଖାପାଖି ୫.୫ କୋଟି ଟଙ୍କା। ଏହି ଭ୍ୟାନର ଡିଜାଇନର ଦିଲୀପ ଛାବଡିୟା(DC) ବିଶେଷ ଭାବରେ କପିଲଙ୍କ ପାଇଁ ଏହାକୁ ତିଆରି କରିଛନ୍ତି।

କୁହାଯାଏ ଯେ, କପିଲ ଶର୍ମାଙ୍କ ନୂତନ ଭ୍ୟାନିଟି ଶାହରୁଖଙ୍କ ଭ୍ୟାନିଟି ଠାରୁ ମଧ୍ୟ ଅଧିକ ଦାମି ଅଟେ। ଏହାର ଲୁକ କୌଣସି ବଲିଉଡ ଫିଲ୍ମର ସ୍ପେସିଆଲ ଇଫେକ୍ଟ ଦ୍ୱାରା ବନାଇଯାଇଥିବା ସୁପର ଭେଇକିଲ ପରି ଦେଖା ଯାଇଥାଏ। କପିଲଙ୍କୁ ଏହି ଭ୍ୟାନିଟି ୨୦୧୮ରେ ମିଳିଥିଲା।

ତେବେ ୧୯୮୧, ଅପ୍ରେଲ ୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ କପିଲ। କପିଲଙ୍କ ପିତା ପୋଲିସ ହେଡ କନେଷ୍ଟବଳ ଥିଲେ ଏବଂ ମାତା ହାଉସ ୱାଇଫ ଥିଲେ।

କପିଲ ଛୋଟ ବେଳୁ ହିଁ ସଙ୍ଗୀତକାର ହେବାକୁ ଚାହୁଁଥିଲେ। ମାତ୍ର ସଙ୍ଗୀତରେ ନିଜକୁ ଫିଟ ନହେଉଥିବାର ଦେଖି ସେ ନିଜକୁ ହାସ୍ୟ ଜଗତ ଆଡକୁ ନେଇଯାଇଥିଲେ। ନିଜ ଘରେ କପିଲ ତାଙ୍କ ପତ୍ନୀ ଗିନି ଏବଂ ତାଙ୍କ ଝିଅ ଅନାୟରଙ୍କ ସହିତ ରହିଥାନ୍ତି। ତେବେ କପିଲ ଶର୍ମାଙ୍କ ପଡୋଶୀ ହେଉଛନ୍ତି ମିକ୍କା ସିଂ। ବହୁ ସମୟରେ ଉଭୟ ସାଙ୍ଗରେ ଭୋଜନ କରିବା ସହିତ ଆମୋଦ ପ୍ରମୋଦ ମଧ୍ୟ କରିଥାନ୍ତି।

<p>घर में अक्षय कुमार, गुग्गी और पत्नी गिन्नी के साथ कपिल शर्मा।</p>

<p>बाहर से ऐसी दिखती है कपिल शर्मा की वैनिटी वैन।</p>

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *