ଅଧିକାଂଶ ସମୟରେ ଦେଖାଯାଇଥାଏ ଯେ, ଇଣ୍ଟରନେଟ କନେକ୍ସନ ନଥିବାରୁ ଡିଜିଟାଲ ପେମେଣ୍ଟ କିମ୍ବା ଟ୍ରାନଜାକସନରେ ଅସୁବିଧା ହୋଇଥାଏ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଏମତି ଏକ ସୁବିଧା ଆରମ୍ଭ କରିଛି ଯେ, ଯାହାଦ୍ୱାରା ଆପଣ ବିନା ଇଣ୍ଟରନେଟ କନେକ୍ସନରେ ମଧ୍ୟ ଡିଜିଟାଲ କାରବାର କରି ପାରିବେ।
ବାସ୍ତବରେ, ରିଜର୍ଭ ବ୍ୟାଙ୍କ ଅଫଲାଇନ ଅର୍ଥାତ ବିନା ଇଣ୍ଟରନେଟ କାର୍ଡ଼ ଏବଂ ମୋବାଇଲ ଜରିଆରେ କମ ପରିମାଣର ଟଙ୍କା କାରବାର ପାଇଁ ଅନୁମତି ଦେଇ ଦେଇଛି। ଏହାଦ୍ୱାରା ଗୋଟିଏ ଥରରେ ୨୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରିବାର ଅନୁମତି ରହିବ।
ଏହି ପଦକ୍ଷେପର ଲକ୍ଷ୍ୟ ଯେଉଁ ସ୍ଥାନ ଗୁଡିକରେ ଇଣ୍ଟରନେଟ୍ ସହିତ ସଂଯୋଗ କମ ରହିଛି ସେଠାରେ ଡିଜିଟାଲ କାରବାର ପାଇଁ ଗ୍ରାହକ ମାନଙ୍କୁ ଯେପରି ପ୍ରୋତ୍ସାହିତ କରାଯାଇ ପାରବ। ଅର୍ଥାତ ଟଙ୍କା କାରବାର ପାଇଁ ଇଣ୍ଟରନେଟ ସମ୍ପର୍କର ଆବଶ୍ୟକତା ରହିବ ନାହିଁ।
କେନ୍ଦ୍ରୀୟ ବ୍ୟାଙ୍କର ଅନୁସୂଚନା ଅନୁଯାୟୀ ପାଇଲଟ ଯୋଜନା ଅନ୍ତର୍ଗତ ପେମେଣ୍ଟ କାର୍ଡ଼, ୱାଲେଟ ବା ମୋବାଇଲ ଉପକରଣ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଏହି କାର୍ଯ୍ୟ କରାଯାଇ ପାରିବ। ଏଥିପାଇଁ ଅନ୍ୟ କୌଣସି ପ୍ରକାରର ଯାଞ୍ଚର ଆବଶ୍ୟକ ରହିବ ନାହିଁ।
ତେବେ ବର୍ତ୍ତମାନ ପାଇଁ ଗୋଟିଏ ଥର ପେମେଣ୍ଟର ସର୍ବାଧିକ ସୀମା ୨୦୦ ଟଙ୍କା ରହିଛି କିନ୍ତୁ ଭବିଷ୍ୟତରେ ଏହି ସର୍ବାଧିକ ସୀମାକୁ ବଢ଼ାଇ ଦିଆଯାଇ ପାରେ। ମାତ୍ର ବର୍ତ୍ତମାନ ଏହା ପାଇଲଟ ଯୋଜନା ଅଧୀନରେ ଚାଲିବ। ପରେ ଆରବିଆଇ ଔପଚାରିକ ବ୍ୟବସ୍ଥା ସ୍ଥାପିତ କରିବା ବିଷୟରେ ନିର୍ଣ୍ଣୟ ନିଆଯିବ। ପାଇଲଟ ଯୋଜନା ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ।
ଆରବିଆଇ କହିଛି ଯେ, ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟର ଅଭାବ କିମ୍ବା ଏହାର ଧୀର ଗତି ଡିଜିଟାଲ ପେମେଣ୍ଟରେ ଏକ ପ୍ରମୁଖ ପ୍ରତିବନ୍ଧକ ଅଟେ। ଏହାକୁ ନଜରରେ ରଖି କାର୍ଡ଼, ୱାଲେଟ ଏବଂ ମୋବାଇଲ ଉପକରଣ ଗୁଡିକ ମାଧ୍ୟମରେ ଅଫଲାଇନ ପେମେଣ୍ଟର ବିକଳ୍ପ ଉପଲବ୍ଧ କରାଯାଉଛି। ଯାହାଦ୍ୱାରା ଡିଜିଟାଲ ପେମେଣ୍ଟକୁ ବଢିବାର ଆଶା ରଖାଯାଇଛି।
ଏଥିରେ ଅଭିଯୋଗ ସମାଧାନର ଏହି ବ୍ୟବସ୍ଥା ନିୟମ ଆଧାରିତ ଏବଂ ପାରଦର୍ଶୀ ରହିବ। ଏଥିରେ ମାନବୀୟ ହସ୍ତକ୍ଷେପ ରହିବ ନାହିଁ ଯଦି ରହିବ ତାହେଲେ ବହୁତ କମ ପରିମାଣ। ଏହି ପଦକ୍ଷେପର ଉଦେଶ୍ୟ ଅଭିଯୋଗର ଯଥା ସମୟରେ ଏବଂ ପ୍ରଭାବୀ ଉପାୟରେ ସମାଧାନ କରିବା ଅଟେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |