ଗୋଟିଏ ପକ୍ଷରେ କେନ୍ଦ୍ର ସରକାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ତଦନ୍ତ ପାଇଁ ସିବିଆଇ କୁ ଅନୁମତି ଜାରି କରିଥିବା ବେଳେ ଅନ୍ୟ ପକ୍ଷରେ ଦିଶା ସାଲିୟାନ ଏବଂ ସୁରଜ ପଞ୍ଚୋଲିଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।ଏହି ଫୋଟୋରେ ଦିଶା ସାଲୀୟାନଙ୍କ ସହ ଆହୁରି କିଛି ଲୋକ ମଧ୍ଯ ଅଛନ୍ତି ଏବଂ ଏହି ଫୋଟୋ କୌଣସି ପ୍ରାଇଭେଟ ସ୍ଥାନରେ ନିଆଯାଇଛି।ଏହି ଫୋଟୋଟି ଭାଇରାଲ ହେବାର କାରଣ ହେଉଛି ଯେ ଏଥିରେ ସୁରଜ ପଞ୍ଚୋଲି ମଧ୍ୟ ଅଛନ୍ତି।
ଯେତେବେଳେ ସୁରଜଙ୍କୁ ଦିଶାଙ୍କ ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ ସେ ଦିଶାଙ୍କୁ ଜାଣିନାହାନ୍ତି।ଏମିତିକି ତାଙ୍କୁ ଏହା ମଧ୍ୟ ଜଣାନଥିଲା କି ଦିଶା ସାଲୀୟାନ ନାମରେ କେହି ଝିଅ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି।ସେ କିପରି ଦେଖିବାକୁ କଳା, ଗୋରା,ଡେଙ୍ଗା,ଗେଡା କିଛିବି ଜାଣିନାହାନ୍ତି କିନ୍ତୁ ଏହି ଫୋଟୋ ଭାଇରଲ ହେବାପରେ ପୁଣିଥରେ ମିଛ କହୁଛନ୍ତି ସାବ୍ୟସ୍ତ ହୋଇଛି।ଯଦି ସୁରଜ ପଞ୍ଚୋଲି ସତ କହୁଥିଲେ ତାହେଲେ ଫୋଟୋରେ କିଏ? କଣ ଏହାକୁ ଫୋଟୋସପ କରାଯାଇଛି ନା ଏହି ଫୋଟୋଟି ନକଲି।କିନ୍ତୁ ଫୋଟୋକୁ ଦେଖି ନକଲି ଭଳି ଜଣାପଡୁନାହିଁ ।ଏହି ଫୋଟୋଟି ଅସଲି।ଏଠାରେ ପୁଣିଥରେ ପ୍ରମାଣ ହୋଇସାରିଛି କି ସୁରଜ ପଞ୍ଚୋଲି ମିଛ କହୁଥିଲେ।ସେ ଏତେବଡ ମିଛ କାହିଁକି କହୁଥିଲେ।ଏହା ମଧ୍ୟ ନିଜ ଭିତରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଆଉ ଏକ ନୂଆ ଅପଡେଟ ଦିଶା ସଲୀୟାନଙ୍କ ତରଫରୁ ରହିଛି।ଦିଶାଙ୍କ ବିଷୟରେ ଏକ ଥିଓରୀ ଭାଇରଲ ହୋଇଥିଲା ଯେଉଁଥିରେ କୁହାଯାଇଥିଲା କି ଦିଶା ସଲୀୟାନ ଏକ ପାର୍ଟିକୁ ଯାଇଥିଲେ।ପାର୍ଟିରେ ତାଙ୍କ ସହ ଗ୍ୟାଙ୍ଗରେପ ହୋଇଥିଲା ଏବଂ କିଛି ରାଜନେତା ମଧ୍ୟ ସାମିଲ ଥିଲେ।ବଲିଉଡର କିଛି ବଡ ଅଭିନେତା ଏବଂ ସେଲିବ୍ରେଟି ମଧ୍ୟ ଉପସ୍ଥିତ ଥିଲେ କିଛି ଏପରି ଥିଓରୀ ଭାଇରଲ ହୋଇଥିଲା।
ଦିଶା ସାଲୀୟାନଙ୍କ ପରିବାର ଏହି ଘଟଣା ଉପରେ ବୟାନ ଦେଇ ମୁମ୍ବାଇ ପୋଲିସକୁ ଏକ ଚିଠି ଲେଖିଛନ୍ତି ଏବଂ ସେଥିରେ କହିଛନ୍ତି କି ଦିଶାଙ୍କୁ ହାରାସ କରାଯାଉଛି ଏବଂ ଏହା ମଧ୍ୟ ଲିଖିତ ଅଛିକି ମିଡ଼ିଆରୁ କିଛି ଲୋକ ଆସନ୍ତି ଏବଂ ସେମାନେ ଏହି କଥା କହିବେ କିନ୍ତୁ ଅନ୍ୟକିଛି କୁହନ୍ତି।ତାଙ୍କ କହିବାକଥା ହେଉଛି କି ଘରକୁ ଆସିଲାବେଳେ ଯେଉଁକଥା କୁହନ୍ତି ସେ ଟପିକ ନଉଠାଇ ଅନ୍ୟ ଟପିକରେ କଥାବାର୍ତ୍ତା କରନ୍ତି ଏବଂ ଭୁଲ ସୂଚନା ତାଙ୍କ ଝିଅ ବିଷୟରେ ଛାପିଥାନ୍ତି।ସେହି ଚିଠିରେ ତାଙ୍କ ପରିବାର ରାଜନେତା ଏବଂ ପାର୍ଟି ଥିଓରୀ ବିଷୟରେ କହିଛନ୍ତି କି ଏସବୁ ମନଗଢା କାହାଣୀ ଏବଂ ଭିତ୍ତିହୀନ।ଏହା ମିଡ଼ିଆ ଦ୍ୱାରା ସୃଷ୍ଟି କରାଯାଇଛି।ଦିଶାଙ୍କ ପରିବାର ସମ୍ପୂର୍ଣ ଭାବରେ ଏହି ଘଟଣାଟିକୁ ଖାରିଜ କରିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି କି,ଦିଶାଙ୍କ ପରିବାର ସତ କହୁଛି ନା ତାଙ୍କ ଉପରେ ଚାପ ପକାଯାଉଛି।ଏହି ଥିଓରୀ ବିଷୟରେ ପ୍ରଥମେ ପୁନିତ ବଶିଷ୍ଠ କହିଥିଲେ।ଏହା ମିଡିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ଭାଇରଲ ହୋଉଥିଲା।ଦିଶାଙ୍କ ପରିବାର ଦ୍ୱାରା କୁହାଯାଉଛି କି ଏହା ମନଗଢା କାହାଣୀ।କଣ ସେମାନେ ସତ କହୁଛନ୍ତି?କାରଣ ଏହା ମିଡିଆ ଦ୍ୱାରା ପ୍ରସ୍ତୁତ କରାଯାଇନାହିଁ ପୁନିତ ବଶିଷ୍ଠ ପ୍ରଥମେ କହିଥିଲେ।
ସୁଶାନ୍ତ ସିଂ ଙ୍କ ବିଷୟରେ ମଧ୍ୟ ଏକ ଅଷ୍ଟର୍ଯ୍ୟ ଚକିତ ଖୁଲାସା ହୋଇଛି ଏବଂ ଏହି ଖୁଲାସା ମୁମ୍ବାଇ ପୁଲିସ କରିଛି । ମୁମ୍ବାଇ ପୋଲିସ ଙ୍କ କହିବା କଥା ହେଉଛି ସୁଶାନ୍ତ ସିଂ ଙ୍କ ତାଙ୍କ ପରିବାର ସହିତ ଭଲ ସମ୍ବନ୍ଧ ନଥିଲା କେବଳ ଗୋଟିଏ ଭଉଣୀ ସହ ତାଙ୍କର ଭଲ ସମ୍ପର୍କ ଥିଲା ସେ ତାଙ୍କ ଅନ୍ୟ ତିନି ଭଉଣୀଙ୍କ ଅପେକ୍ଷା ସେ ତାଙ୍କ ସହ ଅଧିକ ନିକଟର ଥିଲେ । ତାଙ୍କ ଭେଣେଇ ଙ୍କ ସହ ମଧ୍ୟ ଭଲ ସମ୍ପର୍କ ନଥିଲା । ଓପି ସିଂ ଯିଏକି ଜଣେ ଅଫିସର ସୁଶାନ୍ତ ତାଙ୍କୁ ପସନ୍ଦ କରୁନଥିଲେ ଭେଣେଇ ଓପି ସିଂ ମଧ୍ୟ ସୁଶାନ୍ତ ଙ୍କୁ ପସନ୍ଦ କରୁନଥିଲେ । ନିଜ ବାପାଙ୍କୁ ମଧ୍ୟ ସୁଶାନ୍ତ କେବଳ ମ୍ୟାସେଜର କଥା ହେଉଥିଲେ । ତାଙ୍କ ବାପାଙ୍କ ସହ ମଧ୍ୟ ସୁଶାନ୍ତ ଙ୍କ ଭଲ ସମ୍ପର୍କ ନଥିଲା ଏକଥା ମୁମ୍ବାଇ ପୋଲିସ କହିଛି।
କିନ୍ତୁ ସୁଶାନ୍ତ ଙ୍କ ପରିବାର ଲୋକଙ୍କ କହିବା କଥା ହେଉଛି କି ସୁଶାନ୍ତ ତାଙ୍କ ପରିବାରକୁ ବହୁତ ଭଲ ପାଉଥିଲେ ଏବଂ ଭଉଣୀ ମାନଙ୍କୁ ମଧ୍ୟ ଭଲ ପାଉଥିଲେ । କିନ୍ତୁ ରିୟା ସୁଶାନ୍ତ ଙ୍କ ଜୀବନରେ ଆସିବା ପରେ କିଛି ମାତ୍ରାରେ ପରିବାର ଠୁ ଦୂର ହୋଇଯାଇଥିଲେ ।କିନ୍ତୁ ମୁମ୍ବାଇ ପୋଲିସ ର ଏପରି ବୟାନ ଅନେକ ପ୍ରଶ୍ନ ବାଚି ସୃଷ୍ଟି କରିଛି । ମୁମ୍ବାଇ ପୋଲିସ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି କି ? ନା ମୁମ୍ବାଇ ପୋଲିସ ସତ କହୁଛି । ଏପରି କିଛି ପ୍ରଶ୍ନ ଉଠିଛି ମୁମ୍ବାଇ ପୋଲିସ ଏହି ବୟାନ ଦେଲା ପରେ ।
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏକ ବଡ ଖୁସି ଖବର ଆସିଛି।ଯାହାକୁ ଶୁଣି ତାଙ୍କ ପ୍ରଶଂସକ ଖୁସିରେ ଝୁମି ଉଠିଛନ୍ତି କାରଣ ସୁଶାନ୍ତଙ୍କ ମାମଲା ସିବିଆଇ କୁ ହସ୍ତାନ୍ତର କରାଯାଇଛି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |