ରିୟା ଚକ୍ରବର୍ତ୍ତୀ ଏକ ଯାଚିକା ରଖିଥିଲେ ଯେ ତାଙ୍କୁ କେବଳ ମୁମ୍ବାଇ ପୋଲିସ ହିଁ ପଚରା ଉଚରା କରି ପାରିବ ବିହାର ପୋଲିସ ତାଙ୍କୁ କୌଣସି ପ୍ରକାରର ଜେରା କରି ପାରିବେ ନାହିଁ। ସେ ଏହା ମଧ୍ୟ ଅପିଲ କରିଥିଲେ ମାମଲାର ଯାଞ୍ଚ ବିହାରରେ ନୁହେଁ ମୁମ୍ବାଇରେ କରାଯାଉ। ତେବେ ଏହି ମାମଲାର ଶୁଣାଣି ୨/୩ ଦିନ ପୂର୍ବରୁ ହୋଇଯିବାର ଥିଲା ମାତ୍ର ମୁମ୍ବାଇରେ ଅତ୍ୟଧିକ ବର୍ଷା କାରଣରୁ ହୋଇପାରିନଥିଲା। ହେଲେ ଗତକାଲି ଏହି ଯାଚିକା ଶୁଣାଣି ହୋଇଯାଇଛି।
କେନ୍ଦ୍ର ସରକାରଙ୍କ ଓକିଲ SG ତୁଷାର ମେହେତା ସୁପ୍ରିମକୋର୍ଟରେ କହିଲେ ଯେ, ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ ଦ୍ୱାରା କରାଇବାର ବିହାର ସରକାରଙ୍କ ସୁପାରିଶ ମାନି ନିଆଯାଇଛି। ରିୟାଙ୍କ ତରଫରୁ ଓକିଲ ଶ୍ୟାମ ଦିୱାନ କହିଛନ୍ତି ଯେ, SGଙ୍କ ତରଫରୁ ଯାହା କୁହାଯାଇଛି ଏଠାରେ ସେହି ମାମଲା ନାହିଁ ସେଥିପାଇଁ ଅଦାଲତ ରିୟାଙ୍କ ଯାଚିକା ଉପରେ ଧ୍ୟାନ ଦିଅନ୍ତୁ। ଶ୍ୟାମ ଦିୱାନ ସବୁ ମାମଲା ଉପରେ ରୋକ ଲଗାଇବା ପାଇଁ ଅପିଲ କରିଥିଲେ। ଶ୍ୟାମ ଦିୱାନ କହିଲେ ଯେ, FIR ଜିୟୁରିସଡିକସନଙ୍କ ମୁତାବକ ହେଉ ନାହିଁ। ଏମିତିରେ ଅଦାଲତ ପୂର୍ଣ୍ଣ ମାମଲା ଉପରେ ଲୋକ ଲଗାଉ।
ବିହାର ପୋଲିସ ମୁମ୍ବାଇ ପହଞ୍ଚିଥିଲା ଏବଂ ସେଠାରେ ନିଜେ ଯାଇ ପଚରା ଉଚରା କରିଥିଲା। ଯଦିଓ ଏହା ତାଙ୍କ କ୍ଷେତ୍ର ଅଧିକାରରେ ଆସୁନାହିଁ, ଏବଂ ପୂର୍ବରୁ ହିଁ ମୁମ୍ବାଇ ପୋଲିସ ଏହାକୁ ନେଇ ତଦନ୍ତ ଚଳାଇଛି। ରିୟାଙ୍କ ଓକିଲ ଶ୍ୟାମ ଦିୱାନ କହିଲେ ଯେ, ବିହାର ଫାଇଲ କରାଯାଇଥିବା FIR ମୁମ୍ବାଇ ସ୍ଥାନାନ୍ତର କରାଯିବା ଉଚିତ। ଶ୍ୟାମ ଦିୱାନ ଦଲିଲ ଦେବାକୁ ଦେଇ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ୫୯ ଲୋକଙ୍କ ବୟାନ ରେକର୍ଡ କରି ସାରିଛି।
ଜଷ୍ଟିସ ୠଷିକେଶ ରାୟ କହିଛନ୍ତି ଯେ, ସୁଶାନ୍ତ ବହୁତ ପ୍ରତିଭାଶାଳୀ ତଥା ଉଦୟୀମାନ କଳାକାର ଥିଲେ, ତାଙ୍କର ଏପରି ରହସ୍ୟମୟ ଭାବରେ ମୃତ୍ୟୁ ହୋଇଯିବା ଆଶ୍ଚର୍ଯ୍ୟଜନକ ଅଟେ। ଏହା ତଦନ୍ତର ବିଷୟ ଅଟେ। ଯଦି କୌଣସି ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କର ବିଶେଷ କରି କୌଣସି ଫିଲ୍ମ ଅଭିନେତାଙ୍କ ମୃତ୍ୟୁ ହୋଇଥାଏ ସେତେବେଳେ ସମସ୍ତଙ୍କର ଏକ ଭିନ୍ନ ଦୃଷ୍ଟି କୋଣ ରହିଥାଏ। ସୁପ୍ରିମକୋର୍ଟ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମହାରାଷ୍ଟ୍ର ସରକାର ଉତ୍ତର ଦିଅନ୍ତୁ। ଆମେ ନିଶ୍ଚିତ କରିବୁ କିଏ ଏହାର ତଦନ୍ତ କରିବ। ବିକାଶ ସିଂ ଅପିଲ କରିଲେ ଯେ ସୁପ୍ରିମକୋର୍ଟ ମୁମ୍ବାଇ ପୋଲିସକୁ ଏହି କେସରେ ବିହାର ପୋଲିସର ସହାୟତା କରିବା ପାଇଁ ନିର୍ଦେଶ ଜାରି କରନ୍ତୁ। ସୁପ୍ରିମକୋର୍ଟରେ ରିୟା ସୁରକ୍ଷା ପାଇଁ ଅପିଲ କରାଯାଇଛି ଯେପରି ରିୟାଙ୍କୁ କୌଣସି ପ୍ରକାରର ଚାପ ନପକାଯାଏ।
ବିକାଶ ସିଂ କହିଲେ ଯେ, ତାଙ୍କର ମୁମ୍ବାଇ ପୋଲିସ ଉପରେ ଭରସା ନାହିଁ। ସେମାନେ ପ୍ରମାଣ ନଷ୍ଟ କରିପାରନ୍ତି। ତେବେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ପ୍ରମାଣ ସୁରକ୍ଷିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ସରକାର କହିଛନ୍ତି ଯେ, ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଏକ ରାଜନୈତିକ ମାମଲାରେ ପରିବର୍ତିତ ହୋଇଯାଇସାରିଛି। ଗୋଟିଏ ମାମଲାକୁ ଦୁଇଟି ରାଜ୍ୟର ପୋଲିସ ଯାଞ୍ଚ କରି ପାରିବେ ନାହିଁ। ଆଇନ ମୁତାବକ ମୁମ୍ବାଇ ପୋଲିସ ଏହି କେସର ଯାଞ୍ଚ କରୁଛି ଯାହାକୁ ଜାରି ରଖିବାକୁ ଅନୁମତି ଦିଆଯାଉ। ଏହାକୁ ରାଜନୈତିକ ରୂପ ଦେଇ ମିଛ ଆରୋପ ଲଗା ନଯାଉ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ବିହାର ପୋଲିସ ଅଧିକାରୀଙ୍କୁ କ୍ୱାରେଣ୍ଟିନ କରିବା ଭଲ ମେସେଜ ଦେଉ ନାହିଁ। ସେ ମଧ୍ୟ ସେହି ସମୟରେ ଯେତେବେଳେ ଏହି କେସରେ ମିଡ଼ିଆର ରୁଚି ରହିଛି। ସରକାର ପୁଷ୍ଟି କରିବା ଉଚିତ ଯେ ସବୁକିଛି ନିୟମ ହିସାବରେ କରାଯାଇଛି କି ନାହିଁ। ସୁପ୍ରିମକୋର୍ଟ ବିହାର ଅଫିସରଙ୍କ ସହିତ ହୋଇଥିବା ଦୁର୍ବ୍ୟବହାରର ବିରୋଧ ମଧ୍ୟ କରିଛି। ସୁପ୍ରିମକୋର୍ଟରେ ମୁମ୍ବାଇ ସରକାର ଉତ୍ତର ଦେଇ ପୁଷ୍ଟି କରନ୍ତୁ ଯେ ସବୁକିଛି ଆଇନ ସଙ୍ଗତ ହୋଇଛି ବୋଲି। ତେବେ ମୁମ୍ବାଇ ପୋଲିସ , ବିହାର ପୋଲିସ ଏବଂ ମହାରାଷ୍ଟ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ନିଜର ଲିଖିତ ବୟାନ ଦେବାକୁ ପଡିବ। ଏହାଛଡା ସୁଶାନ୍ତଙ୍କ କେସ ସମ୍ପର୍କିତ ସବୁ ଫାଇଲ ୩ ଦିନ ମଧ୍ୟରେ ଦେଖାଇବାକୁ ପଡିବ। ଏଥିସହିତ ୭ ଦିନ ପରେ ଶୁଣାଣି ହେବ। ସମସ୍ତଙ୍କୁ ୭ ଦିନର ସମୟ ପ୍ରଦାନ କରାଯାଇଛି।
ସୁଶାନ୍ତଙ୍କ ପିତା ରିୟାଙ୍କୁ ଗିରଫ କରିବା ପାଇଁ ଦାବି ରଖିଛନ୍ତି ହେଲେ ଏନେଇ ରିୟାଙ୍କୁ ଗିରଫ କରାଯିବ କି ନାହିଁ ସ୍ପଷ୍ଟ କରାଯାଇ ନାହିଁ। ମାତ୍ର ବିହାର ପୋଲିସକୁ ମୁମ୍ବାଇରେ ରହି ତଦନ୍ତ କରିବାକୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି। ୭ ଦିନ ପରେ ହେବକୁ ଥିବା ଶୁଣାଣି ରେ ନିଷ୍ପତ୍ତି ନିଆଯିବ ଯେ, ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ବିହାର ପୋଲିସ କରିବ ନା ମୁମ୍ବାଇ ପୋଲିସ କରିବ। କେସର ଯାଞ୍ଚ ମୁମ୍ବାଇରେ ହେବ ନା ବିହାରରେ। ମାତ୍ର ବର୍ତ୍ତମାନ ପାଇଁ ବିହାର ପୋଲିସ ମୁମ୍ବାଇରେ ରହି ତଦନ୍ତ କରିପାରିବ।
ଏକ ସୂତ୍ରରୁ ଜଣା ପଡ଼ିଛି ଯେ, ସୁଶାନ୍ତଙ୍କୁ ମାଡ଼ ମରାଯାଉଥିଲା। ଗତ ୫ରୁ ୬ ମାସ ମଧ୍ୟରେ ସୁଶାନ୍ତଙ୍କୁ ଅନେକ ଥର ପିଟା ଯାଇଛି। କେତେ ଥର ତାଙ୍କ ସହିତ ଜୋର ଜବରଦସ୍ତି ମଧ୍ୟ କରାଯାଇଛି। ସୁଶାନ୍ତ କିଛି ଦିନ ପୂର୍ବରୁ ୟୁରୋପ ଟ୍ରିପରେ ଯାଇଥିଲେ। ତାଙ୍କ ସହିତ ରିୟା ଚକ୍ରବର୍ତ୍ତୀ ଏବଂ ରିୟାଙ୍କ ଭାଇ ମଧ୍ୟ ୟୁରୋପ ଯାଇଥିଲେ। ସୁଶାନ୍ତ ୟୁରୋପ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ମାତ୍ର ସେଠାରୁ ଫେରିବା ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା
ତାଙ୍କୁ ଡେଙ୍ଗୁ ନାଁରେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି କରାଯାଇଥିଲା। ସୁଶାନ୍ତଙ୍କ କର୍ମଚାରୀ ଏବଂ ତାଙ୍କ ଚାକର କହିଥିଲେ ଯେ ସେଠାରୁ ଫେରିବା ପରେ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା, ସେ ପ୍ରାୟ ସମୟ ଶୋଇ ରହୁଥିଲେ, ୨୨ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ସେ ଶୋଇ ଯାଉଥିଲେ। ସୁଶାନ୍ତଙ୍କୁ ଶୁଆଇ ରିୟା, ରିୟାଙ୍କ ଭାଇ, ଏବଂ ରିୟାଙ୍କ ସାଙ୍ଗ ମାନେ ସବୁବେଳେ ସୁଶାନ୍ତଙ୍କ ଘରେ ପାର୍ଟି କରୁଥିଲେ। ବାରମ୍ବାର ପାର୍ଟି କରିବା ଦ୍ୱାରା ଘରର ଖର୍ଚ୍ଚ ମଧ୍ୟ ବଢ଼ିବାରେ ଲାଗିଥିଲା।
ରିୟା କେତେକ ଔଷଧ ଆଣି ସୁଶାନ୍ତଙ୍କୁ ଦେଉଥିଲେ। ଯେଉଁ ବିଷୟରେ ସୁଶାନ୍ତଙ୍କୁ କିଛି ଜଣା ନଥିଲା। ସୁଶାନ୍ତ ପଚାରିଲେ ମଧ୍ୟ ରିୟା ଏହି ଔଷଧ ବିଷୟରେ କିଛି କହୁ ନଥିଲେ। ସୁଶାନ୍ତ ଔଷଧ କିଛି ଦିନ ପରେ ଖାଉ ନଥିଲେ କାରଣ ତାଙ୍କୁ ଲାଗୁଥିଲା ସେହି ଔଷଧ ପାଇଁ ସେ ଦିନକୁ ଦିନ ଅସୁସ୍ଥ ହେବାକୁ ଲାଗିଲେଣି। ମାତ୍ର ଔଷଧ ଖାଇବାକୁ ରିୟା ଏବଂ ତାଙ୍କ ଭାଇ ସୁଶାନ୍ତଙ୍କ ସହିତ ଜୋର ଜବରଦସ୍ତି କରୁଥିଲେ। ଯଦି ଗୋଟିଏ ଦିନ ମଧ୍ୟ ସୁଶାନ୍ତ ଔଷଧ ସେବନ କରୁନଥିଲେ ସେତେବେଳେ ତାଙ୍କ ଉପରେ ରିୟା ପାଟି କରିବା ସହିତ ମାଡ଼ ମଧ୍ୟ ମାରୁଥିଲେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |