ପଡ଼ୋଶୀ ଘରୁ ମହିଳାଙ୍କ ସହିତ ଆପତ୍ତି ଜନକ ଅବସ୍ଥାରେ ମିଳିବା ପରେ ଯୁବକଙ୍କୁ ଭୟଙ୍କର ଦଣ୍ଡ ଦେଲେ ଗାଁ ଲୋକ।

ପଡୋଶୀ ଘରେ ମହିଳାଙ୍କ ସାଙ୍ଗରେ ଜଣେ ପୁରୁଷଙ୍କୁ ଗାଁ ଲୋକ ମାନେ ଆପତ୍ତି ଜନକ ପରିସ୍ଥିତିରେ ଧରି ନେଇଥିଲେ। ଦୁଇ ଜଣଙ୍କ ଦ୍ଵାରା ମାଫିନାମା ଲେଖାଇବା ପରେ ତାଙ୍କ ମୁଣ୍ଡର ଅଧା ବାଳ କାଟି ତାଙ୍କୁ ଏପରି ଦୁଷ୍କର୍ମ ପାଇଁ ଶାସ୍ତି ଦେଇଥିଲେ। ଏଥିସହିତ ଚେତାବନୀ ଦେବା ପରେ ଦୁଇଜଣଙ୍କ ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ସେହିପାରି ଏହି ମାମଲାରେ ପୋଲିସ ଦୁଇଜଣ ଲୋକଙ୍କୁ ଏହି ମାମଲାରେ ଗିରଫ କରି ନେଇଯାଇଛି। ଏହି ଅଭାବନୀୟ ଲଜ୍ଜାଜନକ ଘଟଣାଟି ସୁପୌଲ ଜିଲ୍ଲାର ଲକ୍ଷ୍ମିନିୟା ପଞ୍ଚାୟତରେ ଘଟିତ ହୋଇଛି।

ମହିଳା ଏବଂ ପୁରୁଷଙ୍କୁ ନିର୍ଧୁମ ଛେଚିଲେ:

ଯୁବକ ଜଣକ ନିଜ ପଡ଼ୋଶୀରେ ରହୁଥିବା ମହିଳାଙ୍କ ଘର ସହିତ ଆଗରୁ ଯିବା ଆସିବା ରହିଥିଲା। ଏହାର ସୂଚନା ଆଖ ପାଖ ଅନ୍ୟ ପଡୋଶୀ ମାନଙ୍କୁ ମଧ୍ୟ ଥିଲା। ମହିଳାଙ୍କ ସ୍ଵାମୀ ଗାଁ ବାହାରେ ରହି ଶ୍ରମିକ ଭାବରେ କାମ କରି ଘର ପରିବାର ଚଳାଇବା ସହିତ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ସ୍ୱାମୀ ଘରକୁ କେତେ ମାସରେ ଥରେ ଆସିଥାନ୍ତି ଯିଏକି ୮ ମାସ ହେବ ଘରକୁ ଫେରି ନାହାନ୍ତି। ସୋମବାର ଦିନ ରାତିରେ ମଧ୍ୟ ଯୁବକ ଜଣକ ପଡୋଶୀ ମହିଳାଙ୍କ ଘରେ ଯାଇ ପହଞ୍ଚିଥିଲେ, ଯାହାକୁ ଆଖ ପାଖର ଲୋକ ମାନେ ନଜର ରଖିଥିଲେ। ଏହାପରେ ଦୁଇଜଣଙ୍କୁ ଗାଁ ଲୋକମାନେ ମିଶି ଆପତ୍ତିଜନକ ଅବସ୍ଥାରେ ଧରି ନେଇଥିଲେ।

ମାଫିନାମା ଲେଖାଇବା ପରେ ଭାଇରାଲ କରିଦେଲେ ଭିଡ଼ିଓ:

ରାତିରେ ହୋଇଥିବା ଏହି ଘଟଣାକୁ ନେଇ ସକାଳୁ ସ୍ଥାନୀୟ ଜନପ୍ରତିନିଧି ଏବଂ ସମାଜର ଲୋକଙ୍କ ସାମ୍ନାରେ ଶାସ୍ତି ଦେବା ପାଇଁ ଦୁଇଜଣଙ୍କ ଦ୍ୱାରା ମାଫିନାମା ଲେଖାଇଥିଲେ। ଏହା ପରେ ଦୁଇଜଣଙ୍କୁ ଉତ୍ତମ ଶିକ୍ଷା ଦେବା ଉଦେଶ୍ୟରେ ଦୁଇଜଣଙ୍କ ଅଧା ବାଳ କାଟିବା ସହିତ ଯୁବକ ଜଣଙ୍କର ଅଧା ନିଶ କାଟି ଦେଇଥିଲେ। ଏଥିସହିତ ମହିଳାଙ୍କୁ ଚେତାବନୀ ଦେଇ ଛାଡି ଦେଇଥିଲେ। କିନ୍ତୁ କିଛି ଲୋକ ଏହି ଘଟଣାର ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲେ। ଏହି ଭିଡ଼ିଓରେ ମହିଳାଙ୍କ ଗୋଡ଼ ଏକ ରଶି ସାହଯ୍ୟରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା।

ଦୁଇଜଣ ଲୋକଙ୍କୁ ଗିରଫ କଲା ପୋଲିସ:

ସୁପୌଲର ଏସପି ମନୋଜ କୁମାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓ ଫୁଟେଜ ଦେଖିବା ପରେ ତୁରନ୍ତ ବୀରପୁର ଏସଡିପିଓଙ୍କୁ ତଦନ୍ତ କରିବାର ନିର୍ଦ୍ଦେଶ ଦେଇଛନ୍ତି। ଭିଡ଼ିଓ ଆଧାରରେ ଦୁଇଜଣ ଲୋକଙ୍କୁ ଅଧା ରାତିରେ ପୋଲିସ ଗିରଫ କରି ନେଇ ଯାଇଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *