ନିର୍ଭୟା ୨.୦: କ୍ରୁରତାର ଶେଷ ସୀମା ପାର କଲେ ନର ରାକ୍ଷସ। ୧୨ ବର୍ଷୀୟ ନାବାଳିକା ଝିଅକୁ ନିର୍ମମତା ସହିତ କରାଗଲା ବଳାତ୍କାର, ଅନ୍ତରଙ୍ଗ ଅଙ୍ଗରେ ଗୁରୁତର କ୍ଷତ।

ନାବାଳିକା ପିଡିତାଙ୍କୁ ସଞ୍ଜୟ ଗାନ୍ଧୀ ମେମୋରୀୟଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ଏକ ଡାକ୍ତର ଟିମ ତାଙ୍କ ଗମ୍ଭୀର କ୍ଷତ ଗୁଡିକର ଆକଳନ କରିବା ପରେ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି।

ଦିଲ୍ଲୀର ପଶ୍ଚିମ ବିହାର ଇଲାକାରେ ଏକ ୧୨ ବର୍ଷୀୟ ନାବାଳିକା ବର୍ତ୍ତମାନ ନିଜ ଘରେ ବଳାତ୍କାର କରାଯିବା ପରେ ହସ୍ପିଟାଲରେ ନିଜ ଜୀବନ ସହିତ ଲଢ଼ୁଛନ୍ତି। ତାଙ୍କ ମୁଣ୍ଡ ଏବଂ ପିଠିରେ ଗମ୍ଭୀର କ୍ଷତ ସହିତ ରକ୍ତ ବାହାରୁଛି। ପୋଲିସ ମଙ୍ଗଳବାର ଦିନ କହିଥିଲା ଯେ, ନାବାଳିକା ଜଣକ ଘରେ ଏକୁଟିଆ ଥିଲେ, ତାଙ୍କ ଘର ଏକ ଭିଡ଼ ଅଞ୍ଚଳରେ ଅବସ୍ଥିତ, ଏବଂ ତାଙ୍କ ପରିବାରର ଅଧିକାଂଶ ଲୋକ ଶ୍ରମିକ ଭାବରେ କାମ କରିଥାନ୍ତି।

ଯେମିତିକି ମଜୁରୀ ଖଟୁଥିବା ତାଙ୍କ ମାତା ପିତା ଘରେ ନଥିଲେ। ପଡୋଶୀ ପ୍ରଥମେ ଅପରାଧୀକୁ ଚେତାବନୀ ଦେଇଥିଲେ ଏବଂ ପୋଲିସକୁ ସତର୍କ କରାଇ ଦେଇଥିଲେ। ଯେତେବେଳେ ପୋଲିସର ଏକ ଟିମ ଘରେ ପହଞ୍ଚିଥିଲା ସେତେବେଳେ ଝିଅଟିକୁ ବହୁତ କ୍ଷତ ବିକ୍ଷତ ଅବସ୍ଥାରେ ପାଇଥିଲା। ଝିଅଟି ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା, ତାଙ୍କର ଶରୀରରେ ଅନେକ ଗଭୀର କ୍ଷତ ମଧ୍ୟ ରହିଥିଲା ଏବଂ ଅନ୍ତରଙ୍ଗ ଅଂଶରୁ ରକ୍ତ ବାହାରୁ ଥିଲା। ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଥିଲେ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିଲା ଯେ ନାବାଳିକାଙ୍କ ମୁଣ୍ଡ ଏବଂ ପିଠିରେ କିଛି ତୀବ୍ର ହତିଆର ଦ୍ୱାରା ଆକ୍ରମଣ କରାଯାଇଥିଲା।

ନାବାଳିକାଙ୍କୁ ସଞ୍ଜୟ ଗାନ୍ଧୀ ମେମୋରୀୟଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତରଙ୍କ ଏକ ଟିମ ତାଙ୍କ ଗମ୍ଭୀର କ୍ଷତର ମୂଲ୍ୟାଙ୍କନ କରିବା ପରେ ପିଡୀତାଙ୍କୁ ଏମ୍ସ ହସ୍ପିଟାଲକୁ ପଠାଇ ଦେଇଥିଲେ। ପୋଲିସ ଅଜଣା ଦୁଷ୍କର୍ମକାରୀଙ୍କ ଵିରୋଧରେ ଯୌନ ଅପରାଧରୁ ପିଲାଙ୍କୁ ସୁରକ୍ଷିତ ରଖିବା ଅଧିନିୟମ ଏବଂ IPCର ଧାରା ୩୦୭ ( ହତ୍ୟାର ଉଦ୍ୟମ) ଅନୁସାରେ ଏକ ମାମଲା ରୁଜ୍ଜୁ କରିଛି। ପୋଲିସ କହିଛନ୍ତି ଯେ, ପଶ୍ଚିମ ଦିଲ୍ଲୀ ଅଞ୍ଚଳର ସିସିଟିଭି ଫୁଟେଜ ସ୍କାନ କରାଯାଉଛି। ଗୋଟିଏ ଟିମ ଅପରାଧୀ ମାନଙ୍କ ପରିଚୟ ଏବଂ ଠିକଣା ଜାଣିବା ପାଇଁ କାର୍ଯ୍ୟରତ ରହିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହା ଏକ ବଳାତ୍କାର ମାମଲା କି ନୁହେଁ ତାହା ଜାଣିବା ପାଇଁ ଆମେ ମେଡ଼ିକାଲ ରିପୋର୍ଟର ଅପେକ୍ଷା କରିଛୁ। ଏଥି ମଧ୍ୟରେ ଦିଲ୍ଲୀ ମହିଳା ଆୟୋଗ (DCW)ର ପ୍ରମୁଖ ସ୍ୱାତି ମାଲିବାଲ ଏହି ଘଟଣାକୁ ନେଇ ପୋଲିସକୁ ଏକ ନୋଟିସ ଜାରି କରିଛନ୍ତି। ଆୟୋଗ ଏହି ମାମଲାର ଫାଇଲ କରାଯାଇଥିବା FIRର ଏକ କପି ମାଗିଛନ୍ତି ଏଥିସହିତ ଏହି କେସରେ କାହାକୁ ଗିରଫ କରାଯାଇଛି କି ନାହିଁ, ପୋଲିସ ଦ୍ୱାରା କୌଣସି ଆରୋପିଙ୍କର ପରିଚୟ କରାଯାଇଛି କି ନାହିଁ, ଗିରଫ ପାଇଁ କେଉଁ ପଦକ୍ଷେପ ନିଆ ଯାଇଛି, ଏହାଛଡା ଏହି ମାମଲାର ପ୍ରତ୍ୟେକ ରିପୋର୍ଟର ବିବରଣୀ ମାଗିଛି DCW।

ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *