କରୋନା ଦୁଃଖ ଭୟ ଜାଇନଥିବା ବେଳେ ଆମେରିକାରେ ପୁଣି ଏହି ଭୟଙ୍କର ରୋଗ “ସାଲମୋନେଲା” …

ଆମେରିକାର ବିଭିନ୍ନ ରାଜ୍ୟରେ କର୍ଯ୍ୟରତ ଅତିକମରୁ ୪୦୦ ଲୋକ Salmonella(ବ୍ୟାକ୍ଟେରିଆ) ବିଷର ଶିକାର ହୋଇଛନ୍ତି। ସେହିପରି କାନାଡ଼ାରେ ମଧ୍ୟ ଏମିତି ହିଁ କିଛି ମାମଲା ସାମ୍ନାକୁ ଆସିଛି। ସିଏନଏନର ରିପୋର୍ଟ ମୁତାବକ ପାଖାପାଖି ୬୦ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି। ତେବେ କୁହାଯାଉଛି ଯେ ଏକ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ପିଆଜ ଖାଇ ଲୋକମାନେ ଏପରି ରୋଗରେ ପଡ଼ି ଯାଇଛନ୍ତି।

ରିପୋର୍ଟ ମୁତାବକ, ଆମେରିକାର ୩୧ଟି ରାଜ୍ୟର ଲୋକ Salmonella ବିଷର ଶିକାର ହୋଇଛନ୍ତି। ଏହା ପଛରେ ଥମସନ୍ ଇଣ୍ଟରନ୍ୟାସନଲ ନାମକ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ପିଆଜ ଦାୟୀ ରହିଥିବାର କୁହାଯାଉଛି। ସମ୍ବନ୍ଧିତ କମ୍ପାନୀ କହିଛି, ଯାଞ୍ଚ କରିବା ପରେ ଜଣାପଡିଛି ଯେ ଲାଲ ପିଆଜ କାରଣରୁ ଲୋକମାନେ ସଂକ୍ରମିତ ହୋଇଛନ୍ତି, କିନ୍ତୁ କମ୍ପାନୀ ସମସ୍ତ ପ୍ରକାରର ପିଆଜକୁ ଯୋଗାଇଥିବା ଦୋକାନ ଗୁଡିକରୁ ଫେରାଇ ଆଣୁଛି।

Salmonella ସଂକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାଧାରଣତଃ ଡ଼ାୟିରିଆ, ଜ୍ୱର ଏବଂ ପେଟରେ ଯନ୍ତ୍ରଣା ପରି ସମସ୍ୟା ହୋଇପାରେ। ସଂକ୍ରମିତ ହେବାର ୬ ଘଣ୍ଟା ପରଠାରୁ ୬ ଦିନ ପର୍ଯ୍ୟନ୍ତ ଏପରି ଲକ୍ଷଣ ପରିଲକ୍ଷିତ ହୋଇପାରେ। ସାଧାରଣତଃ ଲୋକ ମାନେ ୪ ରୁ ୭ ଦିନ ପର୍ଯ୍ୟନ୍ତ ଅସୁସ୍ଥ ରହିଥାନ୍ତି। ୫ ବର୍ଷରୁ କମ ବୟସର ପିଲା ଏବଂ ୬୫ ବର୍ଷରୁ ଅଧିକ ବୟସ ଲୋକଙ୍କୁ ତୁଳନାତ୍ମକ ଭାବରେ ଅଧିକ ଅସୁସ୍ଥ ପଡ଼ିଥାନ୍ତି।

କିଛି ମାମଲାରେ Salmonella ସଂକ୍ରମଣ ଅନ୍ତସ୍ଥଳ ପରେ ଶରୀରର ଅନ୍ୟ ଅଂଶ ମଧ୍ୟ ଆକ୍ରାନ୍ତ ହୋଇଥାଏ। ଯାହାଦ୍ୱାରା ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଥାଏ।

ଆମେରିକାରେ ଏଥର Salmonell ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହେବାର ପ୍ରାରମ୍ଭିକ ମାମଲା ୧୯ ଜୁନରୁ ୧୧ ଜୁଲାଇ ମଧ୍ୟରେ ସାମ୍ନାକୁ ଆସିଥିଲା। ଆମେରିକାର ଫୁଡ ଏବଂ ଡ୍ରଗ୍ସ ଏଡ଼ମିନିଷ୍ଟ୍ରେସନର କହିବା କଥା ଯେ, ଏଜେନ୍ସି ଏହା ଜାଣିବାକୁ ଚେଷ୍ଟା କରୁଛି ଯେ କଣ ପିଆଜ ଛଡ଼ା ଅନ୍ୟ କିଛି ପ୍ରଡକ୍ଟରୁ ସଂକ୍ରମିତ ହେଉଛି କି ନାହିଁ?

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *