ଅଙ୍କିତାଙ୍କୁ ମୁହଁ ବନ୍ଦ ରଖିବା ପାଇଁ ଦିଆଗଲା ଧମକ। ଧମକ ସହିତ ଦିଆଗଲା ବହୁତ ବଡ଼ ଅଫର।

ଅଙ୍କିତା ଲୋଖଣ୍ଡେ ନିଜର କ୍ୟାରିୟର ଏବଂ ନିଜ ନିଜ ଜୀବନକୁ ପଛରେ ପକାଇ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଏଥିସହିତ ଲଗାତର ଭାବରେ ସୁଶାନ୍ତଙ୍କୁ ନେଇ ସତ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଥିଲେ ଅଙ୍କିତା। ମାତ୍ର ଏବେ ଲାଗୁଛି ଅଙ୍କିତା ଏପରି କରିବା ଦ୍ୱାରା ନିଜକୁ ହିଁ ସମସ୍ୟାରେ ପକାଇ ଦେଇଛନ୍ତି।

ବର୍ତ୍ତମାନ ଅଙ୍କିତା ଲୋଖଣ୍ଡେଙ୍କୁ କକିଣିବାକୁ ଚେଷ୍ଟା କରାଯାଉଛି। ଏନେଇ ନିଜେ ଅଙ୍କିତା ଖୁଲାସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ତାଙ୍କୁ ମୁହଁ ବନ୍ଦ ରଖିବାକୁ ଧମକ ମଧ୍ୟ ଦିଆଯାଇଛି। ଖାଲି ଧମକ ନୁହେଁ ତାଙ୍କୁ କିଣିବା ପାଇଁ ବହୁତ ବଡ଼ ଅଫର ମଧ୍ୟ କରାଯାଉଛି।

ସୁଶାନ୍ତଙ୍କ କେସରେ କ୍ରାଇମବ୍ରାଞ୍ଚ ତଦନ୍ତର ସୁପାରିଶ କରାଯାଇ ସାରିଛି। କ୍ରାଇମବ୍ରାଞ୍ଚ ତରଫରୁ ନୋଟିଫିକେସନ ଆସିଯାଇଥିବାର କଥା ମଧ୍ୟ କୁହାଯାଉଛି। ଖାଲି ସୁପ୍ରିମକୋର୍ଟର ଶୁଣାଣିକୁ ଅପେକ୍ଷା କରାଯାଇଛି ଯାହାକି ଦୁଇରୁ ତିନି ଦିନ ମଧ୍ୟରେ ଆସିଯିବ। ମାତ୍ର ସୁଶାନ୍ତଙ୍କ ମାମଲାରେ କିଛି ଆରୋପୀ ଏବେ ମଧ୍ୟ ବିନା ଭୟରେ ବୁଲୁଛନ୍ତି ଯେଉଁମାନେ ସୁଶାନ୍ତଙ୍କ ନିକଟବର୍ତ୍ତୀ ସବୁକିଛି ଜାଣିଥିବା ଲୋକଙ୍କୁ ଡରାଇବା ଏବଂ ଧମକାଇବା ସହିତ କିଣିବା ପାଇଁ ମଧ୍ୟ ବହୁତ ବଡ଼ ଅଫର କରିଛନ୍ତି।

ଅଙ୍କିତା ଲୋଖଣ୍ଡେଙ୍କ ସହିତ ଏମିତି ହିଁ କିଛି ହୋଇଛି ଯାହାର ଖୁଲାସା ଖୋଦ ଅଙ୍କିତା କରିଛନ୍ତି। ଅଙ୍କିତା ଏକ ଅଜବ ପ୍ରକାରର ପୋଷ୍ଟ ଲେଖିଥିଲେ ଯାହାକୁ ସହଜରେ ଲୋକମାନେ ବୁଝିପାରି ନଥିଲେ। ଅଙ୍କିତା ଲେଖିଥିଲେ ଯେ, ସମାନେ ଚାହୁଁଥିଲେ ମୁଁ ଚାହୁଁଥିବା ସେହି ସବୁ ଜିନିଷ କିମ୍ବା ଯେଉଁ ଜିନିଷ ପାଇଁ ମୁଁ ସବୁବେଳେ ସ୍ୱପ୍ନ ଦେଖୁଥିଲି ସେସବୁ ମୋତେ ମିଳିଯାଉ। କିନ୍ତୁ ମୋତେ ତୁମେମାନେ ନିଜ ରାସ୍ତାରେ ନୁଆଇଁ ପାରିବେ ନାହିଁ କି ହଟାଇ ପାରିବେ ନାହିଁ। କାରଣ ମୁଁ ସବୁବେଳେ ମୋ ମନ ଏବଂ ମୋ ଅନ୍ତରଆତ୍ମାର କଥା ଶୁଣିଥାଏ। ମୋତେ କେହିଁ ମଧ୍ୟ କିଣି ପାରିବେ ନାହିଁ। ମୁଁ କୌଣସି ବିକ୍ରି ହେଉଥିବା ଜିନିଷ ନୁହେଁ।

ଅଙ୍କିତା କହିଲେ ଯେ ସେ ଚାହୁଁଛନ୍ତି ଯେ ମୋତେ ଲକ୍ଷ ଲକ୍ଷ ଜିନିଷ ମିଳିଯାଉ ଅର୍ଥାତ ଏଥିପାଇଁ ତାଙ୍କୁ ବହୁତ ମୋଟା ଅଙ୍କର ଟଙ୍କା ଅଫର କରାଯାଉଛି। ଅଙ୍କିତା କହିଲେ ଯେ, ଯେଉଁ ଜିନିଷ ପାଇଁ ସେ ସବୁବେଳେ ସ୍ୱପ୍ନ ଦେଖି ଆସୁଥିଲେ ଅର୍ଥ ତାଙ୍କ କ୍ୟାରିୟର, ସେ ଫିଲ୍ମ ଜଗତର ବଡ଼ ପରଦାରେ ଅଭିନୟ କରିବାକୁ ଚାହୁଁଥିଲେ ଯେଉଁଥିପାଇଁ ତାଙ୍କୁ ବହୁତ ବଡ଼ ଫିଲ୍ମର ଅଫର ଦିଆଯାଇଥାଇ ପାରେ।

ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଥିଲେ ଅଙ୍କିତା ଲୋଖଣ୍ଡେ। ବ୍ରେକଅପ ପରେ ମଧ୍ୟ ସେ ସୁଶାନ୍ତଙ୍କ ଟଚଅପରେ ଥିଲେ। ତେବେ ଏହି କାରଣରୁ ଅଙ୍କିତା ଅନେକ କିଛି ଜାଣିଛନ୍ତି ସୁଶାନ୍ତଙ୍କ ମାମଲାରେ। ସୁଶାନ୍ତଙ୍କ ନିକଟବର୍ତ୍ତୀ ବନ୍ଧୁଙ୍କ ସହିତ ତାଙ୍କ ଶତ୍ରୁଙ୍କ ବିଷୟରେ ମଧ୍ୟ ଖୁବ ଭଲ ଭାବରେ ଜାଣିଛନ୍ତି ଅଙ୍କିତା। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ହେବାକୁ ଥିବା ବେଳେ ଅନେକ ବଡ଼ ନାମ ସାମ୍ନାକୁ ଆସିବା ଏକ ସାଧାରଣ କଥା ଅଟେ।

ତେବେ ସୂତ୍ରରୁ ଜଣାପଡ଼ିଛି ଯେ, ରିୟା ଚକ୍ରବର୍ତ୍ତୀଙ୍କ ପଛରେ ଥିବା କିଛି ବଡ଼ ଲୋକ ମାନେ ହିଁ ଅଙ୍କିତାଙ୍କୁ ଏପରି ଧମକ ଦେବା ସହିତ ଅଫର ମଧ୍ୟ କରିଛନ୍ତି। ଅଙ୍କିତାଙ୍କୁ ନିଜର ମୁହଁ ବନ୍ଦ ରଖିବାକୁ ମଧ୍ୟ କହିଛନ୍ତି। ତାଙ୍କୁ କୋଟି କୋଟି ଟଙ୍କା ସହିତ ବଡ଼ ବଡ଼ ଫିଲ୍ମରେ କାମ କରିବାକୁ ମଧ୍ୟ ଅଫର ଦିଆଯାଉଛି। ରିୟାଙ୍କୁ ମଧ୍ୟ ଏପରି ଅଫର ଦେଇ କିଣି ନିଆଯାଇଥିବାର ସମ୍ଭାବନା ରହିଛି।

ଏପରି ସ୍ଥିତିରେ ଅଙ୍କିତାଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ସେସବୁକୁ ଧ୍ୟାନ ନଦେଇ ଏକଥାର ଖୁଲାସା କରିଛନ୍ତି ଅଙ୍କିତା। ବର୍ତ୍ତମାନ ଅଙ୍କିତାଙ୍କ ପାଇଁ ସାବଧାନର ସହିତ ରହିବା ଏବଂ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

ସୁଶାନ୍ତଙ୍କ କେସରେ ଏବେ ଧୀରେ ଧୀରେ ସ୍ପଷ୍ଟ ହେଉଛି ଯେ, ସୁଶାନ୍ତଙ୍କ ଏପରି ଅବସ୍ଥା କରିବା ପଛରେ ଏବଂ ସୁଶାନ୍ତଙ୍କ ସହିତ ୧୪ ଜୁନକୁ ଘଟିତ ହୋଇଥିବା ସମସ୍ତ ଘଟଣା ପଛରେ ରିୟା ଚକ୍ରବର୍ତ୍ତୀଙ୍କ ହାତ ରହିଛି। ହେଲେ ଏହି ଷଡଯନ୍ତ୍ରରେ ରିୟା ଏକୁଟିଆ ନଥିଲେ। ରିୟା କେବଳ ସୁଶାନ୍ତଙ୍କୁ ଶେଷ କରିବା ପାଇଁ ସୁପାରୀ ନେଇଥିଲେ। ତେବେ ଏହି ଖୁଲାସା ଆଉ କେହି ନୁହନ୍ତି ବିହାରର ଜଣେ ମନ୍ତ୍ରୀ କରିଛନ୍ତି। ରିୟା କାହା କଥାରେ ଏମିତି କରିଥିଲେ, ଡିଲ କଣ ରହିଥିଲା ଏବଂ କଣ ପାଇଁ କରାଯାଇଥିଲା ଏପରି ଡିଲ ଏବଂ ରିୟାଙ୍କୁ ଏହି ଡିଲରୁ ଏମିତି କଣ ମିଳିବାର ଥିଲା।

ରିୟାଙ୍କ ଉପରେ ଏପର୍ଯ୍ୟନ୍ତ ଅନେକ ଆରୋପ ଲଗାଯାଇ ସାରିଛି। ସେ ସୁଶାନ୍ତଙ୍କୁ ଜାଣିଶୁଣି ଭୁଲ ଔଷଧ ଦେଉଥିଲେ, ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଦୂରେଇ ଦେଇଥିଲେ, ସୁଶାନ୍ତଙ୍କ ଟଙ୍କା ହଡ଼ପ କେଇଥିଲେ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ଏପରି ଅନେକ ଆରୋପ ଲଗାଯାଇଥିଲା ରିୟାଙ୍କ ଉପରେ।

ବିହାର ସରକାରର ଯୋଜନା ମନ୍ତ୍ରୀ ମହେଶ୍ୱର ହଜାରୀ କହିଛନ୍ତି ଯେ, ରିୟା ଏହି ସବୁ କାମ ସୁପାରୀ ନେଇ କରିଛନ୍ତି। ସୁଶାନ୍ତଙ୍କ ସହିତ ଯାହା ସବୁ ଘଟିତ ହୋଇଛି ଏଥିରେ ରିୟା ତ ସାମିଲ ଥିଲେ ମାତ୍ର ଏହା ରିୟା ଅନ୍ୟ ଜଣକଙ୍କ କହିବାରେ କରିଛନ୍ତି। ଏହି ଡିଲ ଦ୍ୱାରା ରିୟାଙ୍କୁ ବହୁତ ଫାଇଦା ହେବାର ଥିଲା। ଖାଲି ଏତିକି ନୁହେଁ କେତେ କୋଟି ଟଙ୍କା ସହିତ ବହୁତ ବଡ଼ ବଡ଼ ଫିଲ୍ମର ମଧ୍ୟ ଅଫର ରହିଥିଲା। ରିୟାଙ୍କୁ ଭଲ ଭାବରେ ବଲିଉଡରେ ପ୍ରତିଷ୍ଠିତ କରିବାର ଏବଂ ତାଙ୍କୁ ଏକ ସଫଳ ହିରୋଇନ ବନାଇବାର ଡିଲ ରହିଥିଲା। ଏଥିପାଇଁ ରିୟାଙ୍କୁ ଷଡଯନ୍ତ୍ର କରି ସୁଶାନ୍ତଙ୍କ ଜୀବନକୁ ପଠାଯାଇଥିଲା।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *