ଆଜି ଅଗଷ୍ଟ ୬ ତାରିଖ, ୨୦୨୦ ମସିହା ଭାଦ୍ରବ ମାସର କୃଷ୍ଣ ପକ୍ଷର ତୃତୀୟା ତିଥୀ (ରାତ୍ର ୧୨ ଘଟିକା ୧୪ ମିନିଟ ପର୍ଯ୍ୟନ୍ତ ଏହାପରେ ଚତୁର୍ଥୀ ତିଥି ) ଗୁରୁବାର। ଏହିଦିନରେ ଶତଭିଷା ନକ୍ଷତ୍ର ରହିବ ( ଦିବା ୧୧ ଘଟିକା ୧୮ ମିନିଟ ପର୍ଯ୍ୟନ୍ତ ଏହାପରେ ପୂର୍ବ ଭଦ୍ରାପଦା ନକ୍ଷତ୍ର)। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ ଅର୍ଥାତ ଦେବଗୁରୁ କୁହାଯାଇଛି। ଏହି କାରଣରୁ ବୃହସ୍ପତିବାରକୁ ଗୁରୁବାର କୁହାଯାଇଥାଏ। ବୃହସ୍ପତିଙ୍କୁ ବିଦ୍ୟାର କାରକ କୁହାଯାଇଥାଏ। ଏହାର ରଙ୍ଗ ହଳଦିଆ ଏବଂ ରତ୍ନ ପୋଖରାଜ ଅଟେ। ଏହି ଦିନରେ ବିଦ୍ୟାର ଦେବୀ ମାଆ ସରସ୍ୱତୀଙ୍କୁ ପୂଜା କରାଯିବାର ବିଧାନ ରହିଛି।
ଶୁଭ ମୁହୂର୍ତ୍ତ: ଅଭିଜିତ ମୁହୂର୍ତ୍ତ- ଦିବା ୧୧ ଘଟିକା ୩୭ ମିନିଟରୁ ମଧ୍ୟାହ୍ନ ୧୨ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ। ଅମୃତ ବେଳା- ଭୋର ୪ ଘଟିକା ୪୯ ମିନିଟରୁ ଦିବା ୬ ଘଟିକା ୩୪ ମିନିଟ ଅଗଷ୍ଟ ୭ ପର୍ଯ୍ୟନ୍ତ।
ଅଶୁଭ ମୁହୂର୍ତ୍ତ: ରାହୁ କାଳ- ଅପରାହ୍ନ ୧ ଘଟିକା ୪୨ ମିନିଟରୁ ୩ ଘଟିକା ୨୧ ମିନିଟ ପର୍ଯ୍ୟନ୍ତ।
ମେଷ ରାଶି- କାର୍ଯ୍ୟସ୍ଥଳର ସମସ୍ୟା ସମାଧାନ କରିବା ପାଇଁ ବସ୍ତୁକୁ ଅନୁରୂପ ପରିବର୍ତ୍ତନ କରନ୍ତୁ। ଏପରି କଲେ ତୁରନ୍ତ ଲାଭବାନ ହେବେ। ଏୟାର ଲାଇନ ଯାତ୍ରାର ଯୋଗ ସୃଷ୍ଟି ହେଉଛି। ପରାମର୍ଥକ କାର୍ଯ୍ୟରେ ଯୋଡି ହେବେ।
ବୃଷ ରାଶି- ଗୋଟିଏ ସମୟରେ ଗୋଟିଏ କାର୍ଯ୍ୟ ହିଁ କରନ୍ତୁ। ଉନ୍ନତି ପାଇଁ ନିଜର ବ୍ୟବହାର ଏବଂ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣନ୍ତୁ। ଅଧିକାରୀ ମାନେ ପ୍ରଭାବିତ ହେବେ। ବିଦ୍ୟୁତ ଉପକରଣ କ୍ରୟ କରି ପାରନ୍ତି।
ମିଥୁନ ରାଶି- ଗ୍ରହ ଅନୁକୂଳ ରହିବ। ଆଜିର ଦିନରେ ଆପଣଙ୍କର କାର୍ଯ୍ୟରେ ଗତି ଆସିବ। ଯାହାଦ୍ୱାରା ମନ ପ୍ରସନ୍ନ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ରହିଛି। ପରିବାରିକ ସହଯୋଗ ମିଳିବ। ଯଥା ସମୟରେ କାର୍ଯ୍ୟ ପୂର୍ଣ୍ଣ କରି ନିଅନ୍ତୁ।
କର୍କଟ ରାଶି- ପରିବାରିକ ଆୟୋଜନରେ ଦୂରତା ରହିବ ନାହିଁ। ଧ୍ୟାନ ରଖନ୍ତୁ ଆପଣଙ୍କ ସଫଳତା ପଛରେ ଆପଣଙ୍କର ପରିଶ୍ରମ ସହିତ ଅନେକ ଲୋକଙ୍କ ଆଶୀର୍ବାଦ ମଧ୍ୟ ଯୋଡି ରହିଛି। ସ୍ୱାସ୍ଥ୍ୟକୁ ନେଇ ଧନ ଖର୍ଚ୍ଚ ହୋଇପାରେ। ଶତ୍ରୁ ସକ୍ରିୟ ରହିବେ।
ସିଂହ ରାଶି- ତେଲର ବ୍ୟାପର ଆଜି ଅଧିକ ଲାଭଦାୟୀ ରହିବ। ବିଦେଶ ଯିବାର ଯୋଗ ସହିତ ଆଜି ନୂତନ ବ୍ୟବସାୟ ଆରମ୍ଭ କରିବେ। ଆଇନଗତ ସମସ୍ୟା ଆସିପାରେ।
କନ୍ୟା ରାଶି- ଅନେକ ଦିନରୁ ଅଟକି ରହିଥିବା ମାମଲା ଆଜି ସମାଧାନ ହୋଇଯିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ସମୟ ଥାଉ ଥାଉ ନିଜ ଭୁଲ ସୁଧାରି ନିଅନ୍ତୁ।
ତୁଳା ରାଶି- ଆଜି ଆପଣଙ୍କ ବାକ୍ୟ ଚତୁରୀ ଦ୍ୱାରା କାର୍ଯ୍ୟ ହୋଇଯିବ। ଚିନ୍ତା ତ୍ୟାଗ କରନ୍ତୁ ଏବଂ ବ୍ୟର୍ଥରେ ଭାବିବା ବନ୍ଦ କରନ୍ତୁ। କିନ୍ତୁ ଆପଣଙ୍କ ଶତ୍ରୁ କ୍ଷତି ପହଞ୍ଚାଇ ପାରନ୍ତି, ସତର୍କ ରୁହନ୍ତୁ। ଶ୍ରୀ ହନୁମାନଙ୍କ ସେବା ପୂଜାରେ ମନ ନିବେଶ କରନ୍ତୁ।
ବିଛା ରାଶି- ଆଜି ମୌଜ ମସ୍ତିରେ ଧନ ଖର୍ଚ୍ଚ ହେବ। ଉପହାର ମିଳିବାର ସମ୍ଭାବନା ସହିତ ଲୋକ ସମ୍ପର୍କ ବଢ଼ିବ। ଯାନବାହନ ସୁଖ ପ୍ରାପ୍ତି ହେବ। ପଡୋଶୀଙ୍କ ସହିତ ବିବାଦର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ଡାକ୍ତର ବଦଳାଇବାର ଆବଶ୍ୟକତା ପଡିପାରେ।
ଧନୁ ରାଶି- କାର୍ଯ୍ୟସ୍ଥଳରେ ଖୁସିର ବାତାବରଣ ଲାଗି ରହିବ। ଆଜି ଧନ ପ୍ରାପ୍ତିର ଯୋଗ ରହିଛି। ରଙ୍ଗମଞ୍ଚ ସହିତ ଜଡିତ ଲୋକଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ପରିବାରକୁ ଆସିଥିବା ସମସ୍ୟାର ନିଦାନ ହୋଇଯିବ। ସମୟର ଅସ୍ଥିରତା କାରଣରୁ ଚିନ୍ତିତ ରହିବେ।
ମକର ରାଶି- ଆଜି ଖାଦ୍ୟପେୟରେ ନିୟନ୍ତ୍ରଣ ରଖନ୍ତୁ। ଅକସ୍ମାତ ଆସିଥିବା ଖର୍ଚ୍ଚ ଦ୍ୱାରା ବଜେଟ ପ୍ରଭାବିତ ହେବ। କାର୍ଯ୍ୟ ପୂରଣ ନହେବାରୁ ଅକାରଣ ବିବାଦ ହୋଇପାରେ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ।
କୁମ୍ଭ ରାଶି- ବ୍ୟାପାରିକ କ୍ଷେତ୍ରରେ ଉନ୍ନତିର ଅବସର ସୃଷ୍ଟି ହେବ। ସମସ୍ୟାରୁ ସହଜତାରେ ବାହାରି ଆସିବେ। ବାସନ କୁଶନ ବ୍ୟବସାୟୀଙ୍କ ପାଇଁ ଉପଯୁକ୍ତ ସମୟ ରହିଛି। ପରୋପକାରୀ ହୁଅନ୍ତୁ।
ମୀନ ରାଶି- ଧର୍ଯ୍ୟ ରଖନ୍ତୁ ବ୍ୟସ୍ତତା ଭିତରେ କ୍ଷତି ହୋଇପାରେ। ଆଇନଗତ କାର୍ଯ୍ୟରେ ଫସି ପାରନ୍ତି। ମାମୁଲି କଥାରେ ବିବାଦ ହୋଇପାରେ। ଭାଇ ଭଉଣୀଙ୍କ ସହିତ ସମୟ ବ୍ୟତୀତ ହୋଇପାରେ।
ବନ୍ଧୁଗଣ ଆଜି ମାତା ଲକ୍ଷ୍ମୀଙ୍କ ଆଶ୍ରିବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମାତା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ ଏବଂ ଶେୟାର କରନ୍ତୁ।