ଚନ୍ଦ୍ର ପୃଷ୍ଠରେ ଦୃଶ୍ୟମାନ ହେଲା ଅଜଣା ଉଡୁଥିବା ଜିନିଷ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ।

ପୃଥିବୀ ବ୍ୟତୀତ ଆଉ ଏକ ଦୁନିଆ ରହିଛି, ଏହାକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇ ଆସୁଛି। ଆପଣ ଅନେକ ଚଳଚ୍ଚିତ୍ର ଦେଖିଥିବେ ଯେଉଁଥିରେ ଏଲିଏନ୍ସ ଏବଂ UFO ସମ୍ବନ୍ଧିତ କାହାଣୀ ଦେଖାଇଥାନ୍ତି। ଏଥିସହିତ ମଝିରେ ମଝିରେ ଦୁନିଆର ଏମିତି କିଛି ଖବର ଆସିଥାଏ ଯେଉଁଥିରେ କେତେବେଳେ ଏଲିଏନ୍ସ ଦେଖାଦେଇଥାନ୍ତି ତ ଆଉ କେତେବେଳେ ଆକାଶରେ UFO ଦେଖିବାକୁ ମିଳିଥାଏ। ୨୦୨୦ ମସିହାରେ ଏମିତି କେତେକ ଘଟଣା ସାମ୍ନାକୁ ଆସିଛି।

ଚନ୍ଦ୍ର ପୃଷ୍ଠରେ ମଣିଷ ପହଞ୍ଚିବା କଥା ବହୁତ ପୁରୁଣା ହୋଇ ସାରିଲାଣି। ମାତ୍ର ଏହାଠାରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥା ଯେ, ସତରେ କଣ ଚନ୍ଦ୍ର ପୃଷ୍ଠରେ ଆଜି ମଧ୍ୟ ଏଲିଅନ ରହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଦୁନିଆର ସମସ୍ତ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଅନେକ ଥିଓରୀ ସାମ୍ନାକୁ ଆସିଛି। ମାତ୍ର ଟ୍ୱିଟରରେ ଏକ ଭାଇରାଲ ଦେଖିଲେ ଲାଗୁଛି ଯେପରି ଚନ୍ଦ୍ର ପୃଷ୍ଠରେ ଏଲୀୟନଙ୍କ ଘର ରହିଛି।

ଟ୍ୱିଟରରେ ଫିଜିକ୍ସ ଏଷ୍ଟ୍ରୋନୋମୀ @Physicastrono9 ନାମକ ଟ୍ୱିଟର ହ୍ୟାଣ୍ଡେଲ ଏକ ଭିଡ଼ିଓ ଅପଲୋଡ଼ କରିଛି। ଏଥିରେ କୁହାଯାଇଛି ଯେ, ଚନ୍ଦ୍ର ପୃଷ୍ଠରେ ଏହି ୫୯ ସେକେଣ୍ଡର ଭିଡ଼ିଓ କ୍ୟୁବେକ ସହରର ଜଣେ ସାଇନ୍ସ ଫୋଟୋଗ୍ରାଫର ବନାଇଛନ୍ତି। ବର୍ତ୍ତମାନ ଏହାକୁ ୪୫୦୦ରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏଥିରେ ଦେଖାଯାଉଛି ଯେ, ଚନ୍ଦ୍ରର ଉତ୍ତର-ପୂର୍ବ ଅଂଶରେ ଆଲୋକର ଦୁଇଟି ଅଜ୍ଞାତ ବାସ୍ତୁ ବାହାରୁଛି।

ଯେତେବେଳେ ଏହି ଆଲୋକ ବାହାରି ଅନ୍ଧାର ଆଡକୁ ଯାଉଛି ସେଥିରେ ଜଣକର ଛାୟା ପଡୁଥିବାର ଦେଖା ଯାଉଛି। ମାତ୍ର ଅନ୍ୟ ଜିନିଷଟିର କୌଣସି ଛାୟା ଦେଖା ଯାଉନାହିଁ।

ଏହାପରେ ଚନ୍ଦ୍ର ପୃଷ୍ଠାରେ ଆଲୋକିତ ଥିବା ଅଂଶରେ ଦୁଇଟି ଜାକ ଉଡୁଥିବା ଜିନିଷର ଛାୟା ଦେଖାଯିବା ଆରମ୍ଭ ହୋଇଯାଉଛି। ତେବେ ଏହା ଆଲୋକ ପ୍ରକାଶ କରୁଥିବା କୌଣସି ବସ୍ତୁ ନା ଆଲୋକିତ ହେଉଥିବା କୌଣସି ଏଲୀୟନ ତାହା ଅସ୍ପଷ୍ଟ। ମାତ୍ର ଫୋଟୋ ଉଠାଇଥିବା ଫୋଟୋଗ୍ରାଫରଙ୍କ କହିବା ମୁତାବକ ଏହି ଆଲୋକ ପ୍ରକାଶ କରୁଥିବା ଅଜ୍ଞାତ ବସ୍ତୁ ଗୁଡିକ ଏଲୀୟନ।

ପୁଣି ଯେତେବେଳେ ଦୁଇଟି ଅଜ୍ଞାତ ବସ୍ତୁ ଚନ୍ଦ୍ରର ଅନ୍ଧକାର ଅଂଶକୁ ଆସୁଛନ୍ତି ସେତେବେଳେ ଚମକୁଥିବା ଧଳା ବସ୍ତୁ ପରି ଦେଖାଯାଉଥିଲେ। ହେଲେ ସତରେ କଣ ଏଲୀୟନ ଅଛନ୍ତି ତାହାର ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ନଥିଲେ ମଧ୍ୟ ବିବାଦୀୟ ହୋଇ ରହିଛି। ଏଲୀୟନଙ୍କୁ ନେଇ ଅନେକ ବୈଜ୍ଞାନିକ ବିଭିନ୍ନ ପ୍ରକାରର ମତ ମଧ୍ୟ ଦେଇ ଆସିଛନ୍ତି।

ଖାଲି ଏତିକି ନୁହେଁ ଏହି ବସ୍ତୁର ପଛରୁ ଆହୁରି ତିନି ଚାରୋଟି ବସ୍ତୁ ଉଡିକରି ଆସୁଥିବାର ଦେଖା ଦେଉଛି। ମାତ୍ର ଏଗୁଡିକ ମଧ୍ୟରୁ କେଵଳ ଦୁଇଟି ଜିନିଷ ହିଁ ଦେଖା ଦେଇଥାଏ।

ମାତ୍ର ଯେମିତି ଅନ୍ଧାର ଆଡକୁ ଏହି ଅଜ୍ଞାତ ବସ୍ତୁ ଗୁଡିକ ଆସି ଯାଉଛନ୍ତି ସେତେବେଳେ ଜଣା ପଡୁଛି ଯେ ଏଠାରେ ତିନୋଟି ବସ୍ତୁ ରହିଛି। ଏହାର କିଛି ସମୟ ପରେ ଏହି ତିନୋଟି ଅଜ୍ଞାତ ବସ୍ତୁ ଅନ୍ଧାରରେ ଗାୟବ ହୋଇଯାଉଛନ୍ତି।

https://twitter.com/Physicsastrono9/status/1290232546924478465?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1290232546924478465%7Ctwgr%5E&ref_url=https%3A%2F%2Faajtak.intoday.in%2Fgallery%2Falien-ship-seen-at-moon-amateur-footage-quebec-vedio-viral-tstr-1-54166.html

Leave a Reply

Your email address will not be published. Required fields are marked *