ମନ୍ଦାର ଫୁଲର ତେଲ କେଶ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଏଥିସହିତ ମନ୍ଦାର ଫୁଲ ଅତି ସହଜରେ ମିଳିଯାଇଥାଏ। ଆପଣଙ୍କ କେଶର ଯେକୌଣସି ସମସ୍ୟା ଯେମିତିକି ଚନ୍ଦା ହୋଇଯିବା, କେଶ ବହୁତ ପରିମାଣରେ ଝଡ଼ିବା, ନୂତନ କେଶ ନଉଠିବା, କେଶର ଚମକ ନାହିଁ ଏହି ସମସ୍ତ ସମସ୍ୟା ପାଇଁ Hibiscus oil ବହୁତ ଲାଭ ଦାୟକ ହୋଇଥାଏ।
ମନ୍ଦାର ଫୁଲରେ ଏମିତି କିଛି ତତ୍ତ୍ୱ ରହିଥାଏ ଯାହାର କୌଣସି ପ୍ରକାରର କେଶରେ ବ୍ୟବହାର ଦ୍ୱାରା କେଶ ମୂଳର ରକ୍ତ ସଞ୍ଚାଳନକୁ ବୃଦ୍ଧି କରିଦେଇଥାଏ। ଯାହା ଦ୍ୱାରା କେଶର ମୂଳ ମଜବୁତ ହୋଇଥାଏ। ନୂତନ କେଶ ଉଠିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଯଦି କେଶରେ କୌଣସି ପ୍ରକାରର ସଂକ୍ରମଣ ରହିଛି ତେବେ ତାହା ମଧ୍ୟ ଏହା ଦ୍ୱାରା ସମାପ୍ତ ହୋଇଯାଇଥାଏ। ଏହାକୁ ବନାଇବା ପାଇଁ କିଛି ମନ୍ଦାର ଫୁଲର ବ୍ୟବହାର କରାଯାଇଥାଏ।
Hibiscus oil ବନାଇବାର ପଦ୍ଧତି:
ପ୍ରଥମେ ୫ ଗୋଟି ମନ୍ଦାର ଫୁଲ ନିଅନ୍ତୁ। ଆପଣ ଚାହିଁଲେ ଅଧିକ ମନ୍ଦାର ଫୁଲର ମଧ୍ୟ ନେଇ ପାରିବେ। ତେବେ ୫ ଟି ମନ୍ଦାର ଫୁଲ ପାଇଁ ୧୦୦ ଗ୍ରାମ ନଡିଆ ତେଲ ନିଅନ୍ତୁ। ନଡିଆ ତେଲ ମଧ୍ୟ କେଶ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏଥିରେ ଏମିତି କିଛି ତତ୍ତ୍ୱ ରହିଛି ଯାହା କେଶ ବହୁତ ଶୀଘ୍ର ଗ୍ରହଣ କରିନେଇଥାଏ। ଯେକୌଣସି ଜିନିଷ ନଡ଼ିଆ ତେଲ ସହିତ ଲଗାଇଲେ ତାହା ବହୁତ ଲାଭଦାୟୀ ହୋଇଥାଏ। ଯଦି ଆପଣଙ୍କ ମୁଣ୍ଡରେ ରୁପି ସମସ୍ୟା ରହି ଥାଏ ତେବେ ନଡ଼ିଆ ଟେଲର ଉପଚାର ଆପଣଙ୍କ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ।
ଏହାକୁ ବନାଇବା ପାଇଁ ଆପଣ କୌଣସି ମୋଟା କଡେଇ କିମ୍ବା ପ୍ୟାନର ବ୍ୟବହାର କରନ୍ତୁ। ପ୍ରଥମେ କଡେଇରେ ନେଇଥିବା ୧୦୦ ଗ୍ରାମ ନଡ଼ିଆ ତେଲ ପକାନ୍ତୁ। ଯଦି ଆପଣ କୌଣସି କାରଣରୁ ନଡ଼ିଆ ତେଲର ବ୍ୟବହାର କରୁ ନାହାନ୍ତି ତେବେ ଅଲିଭ ତେଲ କିମ୍ଭା ସୋରିଷ ତେଲର ମଧ୍ୟ ବ୍ୟବହାର କରି ପାରିବେ। କାରଣ ବହୁତ ଲୋକ ନଡ଼ିଆ ତେଲର ବ୍ୟବହାର କରିବାକୁ ଚାହାନ୍ତି ନାହିଁ।
ନଡ଼ିଆ ତେଲ ପକାଇ ନିଜ ଗ୍ୟାସକୁ ଲୋ ଫ୍ୟାମ କରି ଦିଅନ୍ତୁ। ଏହାପରେ ଏଥିରେ ପୂର୍ବରୁ ରଖିଥିବା ମନ୍ଦାର ଫୁଲ ପକାଇ ଦିଅନ୍ତୁ। ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ୮ ମିନିଟ ପର୍ଯ୍ୟନ୍ତ ଲୋ ଫ୍ୟାମରେ ଫୁଟାନ୍ତୁ। ଗ୍ୟାସକୁ ଲୋ ଫ୍ୟାମରେ ରଖନ୍ତୁ ନହେଲେ ଏହା ପୋଡ଼ି ହୋଇଯିବ। ଏପରି ଫୁଟାଇବା ଦ୍ୱାରା ମନ୍ଦାର ଫୁଲର ସବୁ ପୋଷାକ ତତ୍ତ୍ୱ ନଡ଼ିଆ ତେଲରେ ମିଶି ଯିବ।
୮ରୁ ୧୦ ମିନିଟ ଫୁଟାଇବା ପରେ ମନ୍ଦାର ଫୁଲର ରଙ୍ଗ ବଦଳି ଯାଇଥାଏ। ଏହାର ସବୁ ପୋଷକ ତତ୍ତ୍ୱ ନଡ଼ିଆ ତେଲରେ ମିଶି ସାରିଛି ହେଲେ ଏହାକୁ ସାଙ୍ଗେ ସାଙ୍ଗେ ଛାଣନ୍ତୁ ନାହିଁ। ଏହାକୁ ସେହି କଡେଇ କିମ୍ବା ପ୍ୟାନରେ ସେମିତି ଭାବରେ ୨ ରୁ ୩ ଘଣ୍ଟା ରହିବାକୁ ଦିଅନ୍ତୁ। ଯାହାଦ୍ୱାରା ଏହାର ସମସ୍ତ ପୋଷକ ତତ୍ତ୍ୱ ନଡ଼ିଆ ତେଲରେ ଭଲ ଭାବରେ ମିଶିଯିବ। ଯଦି ଆପଣ ରାତିରେ ଏହି ତେଲକୁ ପ୍ରସ୍ତୁତ କରୁଛନ୍ତି ତେବେ ସକାଳ ପର୍ଯ୍ୟନ୍ତ ଏହାକୁ ଏମିତି ଭାବରେ କଡେଇରେ ଛାଡି ଦିଅନ୍ତୁ। ଏହାପରେ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ। ଏକ ଛାଙ୍କିଣୀ ମାଧ୍ୟମରେ ଭଲ ଭାବରେ ଛାଣନ୍ତୁ। ଏହାକୁ ଆପଣ କୌଣସି ବୋତଳରେ ଭରି ରଖି ପାରିବେ।
ପ୍ରାୟୋଗର ବିଧି:
ଏହି ତେଲକୁ ଲଗାଇବା ପୂର୍ବରୁ ହାଲକା ଗରମ କରି ନିଅନ୍ତୁ। ଏହାକୁ ଭୁଲରେ ମଧ୍ୟ ଗ୍ୟାସରେ ଗରମ କରିବେ ନାହିଁ। ଆପଣ ଏହି ବୋତଲକୁ ଗରମ ପାଣିରେ ବୁଡାଇ ଗରମ କରି ପାରିବେ। କିମ୍ବା ଏକ ପାତ୍ରରେ ଏହି ତେଲକୁ ନେଇ ଗରମ ପାଣି ଉପରେ ପାତ୍ରଟିକୁ ରଖି ଗରମ କରି ପାରିବେ। ଶୋଇବା ପୂର୍ବରୁ ଏହି ତେଲକୁ ନିଜ କେଶରେ ଭଲ ଭାବରେ ମାଲିଶ କରି ନିଅନ୍ତୁ। ସକାଳୁ ଉଠି ନିଜର କେଶକୁ କୌଣସିବି ସାମ୍ପୁ ଦ୍ୱାରା ଧୋଇ ନିଅନ୍ତୁ। ହେଲେ ସଲଫେଟ ବିହୀନ ଏବଂ କେମିକାଲ ବିହୀନ ଶାମ୍ପୁର ବ୍ୟବହାର କରନ୍ତୁ।
ସପ୍ତାହରେ ଯେତେଥର ଆପଣ ଶାମ୍ପୁ ବ୍ୟବହାର କରନ୍ତି ସେତେ ଥର ଏହି ତେଲର ବ୍ୟବହାର କରି ପାରିବେ। ହାଲକା ହାତରେ ଏହି ତେଲକୁ କେଶ ମୂଳରେ ମାଲିଶ କରି ପାରିବେ।ଯଦି ସମ୍ଭବ ହେଉଛି ତେବେ ଶାମ୍ପୁ କରିବା ପୂର୍ବରୁ ଥରେ ହଟ ଟାୱେଲରେ ନିଜ କେଶକୁ ଷ୍ଟିମ କରି ନିଅନ୍ତୁ। ନେହେଲେ ଆପଣ ସିଧା ସଳଖ ଭାବେ ଶାମ୍ପୁ କରି ପାରିବେ।