ସୁଶାନ୍ତଙ୍କ ପିତା ତାଙ୍କ ପୁଅ ସୁଶାନ୍ତଙ୍କ ମାମଲାରେ ଅନେକ ବଡ଼ ଖୁଲାସା କରିବା ସହିତ ମୁମ୍ବାଇ ପୋଲିସର ପର୍ଦାଫାସ କରିଛନ୍ତି। ୱାଟସଆପ ଚାଟ ମଧ୍ୟ ସେୟାର କରିଛନ୍ତି କେ କେ ସିଂହ। ବିହାର ପୋଲିସ ମୁମ୍ବାଇ ପହଞ୍ଚି ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ଦିନ ଠାରୁ ଅନେକ ତଥ୍ୟ ବାହାରକୁ ଆସିବାରେ ଲାଗିଛି।
ରିୟା ଏବଂ ରିୟାଙ୍କ ପରିବାର ପରେ ବର୍ତ୍ତମାନ ଫେରାର ହୋଇଯାଇଛନ୍ତି ସିଦ୍ଧାର୍ଥ ପଟାନୀ। ମିଡ଼ିଆରେ ଆସୁଥିବା ଖବର ମୁତାବକ, ସିଦ୍ଧାର୍ଥ ପଟାନୀ ମୁମ୍ବାଇ ଛାଡି ଚାଲିଯାଇଛନ୍ତି। ପାଖାପାଖି ୧୦ ଦିନ ପୂର୍ବରୁ ମଧ୍ୟ ସିଦ୍ଧାର୍ଥ ମୁମ୍ବାଇ ଛାଡି ଯିବାକୁ ଚେଷ୍ଟା କରିଥିଲେ ମାତ୍ର ମିଡ଼ିଆ ତାଙ୍କୁ ଧରି ନେଇଥିଲା। ସିଦ୍ଧାର୍ଥ ଲାଇଭ ଇଣ୍ଟରଭ୍ୟୁ ସମୟରେ ମଧ୍ୟ ଅଧାରୁ ଇଣ୍ଟରଭ୍ୟୁ ଛାଡି ଚାଲିଯାଇଥିଲେ। ବାରମ୍ବାର ବଦଳି ଯାଉଥିଲା ସିଦ୍ଧାର୍ଥଙ୍କ ବୟାନ। ସୁଶାନ୍ତଙ୍କ ମୃତ୍ୟୁ ସମୟରେ ସିଦ୍ଧାର୍ଥଙ୍କ ମୁଣ୍ଡ ମଧ୍ୟ ଫାଟିଥିବାର ଦେଖିବାକୁ ମିଳିଥିଲା।
ପାଟଣାରୁ ଯାଞ୍ଚ କରିବା ପାଇଁ ମୁମ୍ବାଇ ପହଞ୍ଚିଥିବା ଆଇପିଏସ ଅଧିକାରୀ ବିନୟ ତିୱାରୀଙ୍କୁ ଏକ ଗେଷ୍ଟ ହାଉସରେ ଜୋର ଜବରଦସ୍ତ ଅଟକ ରଖାଯାଇଛି। ତାଙ୍କୁ କରୋନା ସମୟ ଚାଲିଥିବାରୁ କ୍ୱାରେଂନଟାଇନରେ ରଖାଯାଇଛି କହି ଗୃହବନ୍ଦି କରିଦିଆ ଯାଇଛି। ବିହାର ଡିଜିପିଙ୍କ ବୟାନ ମୁତାବକ, ଆଗରୁ ହିଁ ଲେଟର ଲେଖିଦିଆ ଯାଇଥିଲା ଯେ ବିହାରରୁ କେତେଜଣ ଅଫିସର ମୁମ୍ବାଇ ଆସିବେ। କେତେଜଣ ଆଇପିଏସ, କେତେ ଜଣ ପୋଲିସ କର୍ମଚାରୀ ଆସିବେ ସବୁ କିଛି ସବିଶେଷ ବିବରଣୀ ଦେଇ ସମସ୍ତଙ୍କ ବ୍ୟବସ୍ଥା କରିବା କରିବା ପାଇଁ ମୁମ୍ବାଇ ପୋଲିସକୁ କହିଦିଆଯାଇଥିଲା। ପୂର୍ବରୁ ହିଁ ଏସବୁ ବାବଦରେ ଚିଠି ଲେଖି ସୂଚନା ଦିଆଯାଇ ସାରିଥିଲା।
ଏତେସବୁ ପରେ ମଧ୍ୟ ବିହାର ପୋଲିସକୁ ସହଯୋଗ କରୁ ନାହିଁ ମୁମ୍ବାଇ ପୋଲିସ। ଫାଇଲ ଦେବା ଆରମ୍ଭ କରି ଆଇପିଏସଙ୍କୁ ନଜର ବନ୍ଦୀ କରିବା ପର୍ଯ୍ୟନ୍ତ ଅନେକ ପ୍ରକାରରେ ବିହାର ପୋଲିସକୁ ହଇରାଣ କରୁଛି ମୁମ୍ବାଇ ପୋଲିସ। ତେବେ ଏନେଇ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖିଛନ୍ତି। ଯେଉଁଥିରେ ସେ ଫରିଆଦ ଆଣିଛନ୍ତି, ମୁମ୍ବାଇ ପୋଲିସ, ବିହାର ପୋଲିସକୁ ସହଯୋଗ କରୁ ନାହାନ୍ତି ଏଥିସହିତ ବିହାର ପୋଲସ ଅଫିସରଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି।
ନୀତିଶ କୁମାରଙ୍କ ଫରିଆଦ ପରେ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ମଧ୍ୟ ଆସିସାରିଛି। ଏବେ ଏହି ମାମଲାରେ ମୋଦୀ ସରକାର ହସ୍ତକ୍ଷେପ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏହି କେସ ସମ୍ବନ୍ଧିତ ତଦନ୍ତର ସମସ୍ତ ଫାଇଲ ମୁମ୍ବାଇ ପୋଲିସକୁ ମାଗି ସାରିଛନ୍ତି। କେଉଁ ଉପାୟରେ ଯାଞ୍ଚ କରାଯାଇଛି, କଣ ଯାଞ୍ଚ ହୋଇଛି, କେଉଁମାଙ୍କର ବୟାନ ନିଆଯାଇଛି ଏସବୁ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି କେନ୍ଦ୍ର ସରକାର।
ଗତକାଲି ସୁଶାନ୍ତଙ୍କ ପିତା କେ କେ ସିଂହଙ୍କ ଉପରେ ମୁମ୍ବାଇ ପୋଲିସ ଆରୋପ ଲଗାଇଥିଲେ ଯେ ସେ ମୁମ୍ବାଇରେ କେସ ଫାଇଲ ନକରି କାହିଁକି ପାଟଣାରେ କେସ ଫାଇଲ କରିଛନ୍ତି। ଏହି ଆରୋପ ପରେ ସୁଶାନ୍ତଙ୍କ ପିତା ନିଜର ନୀରବତା ଭାଙ୍ଗିବା ସହିତ କିଛି ବିବାଦୀୟ ୱାଟସଆପ ଚାଟ ମଧ୍ୟ ଲିକ କରିଥିଲେ।
କେ କେ ସିଂହ କହିଛନ୍ତି ଯେ, ସେ ୨୫ ଫେବୃଆରୀକୁ ଜଣାଇଥିଲେ ତାଙ୍କ ପୁଅର ଜୀବନ ବିପଦରେ ଅଛି। କେଉଁ ମାନଙ୍କ ଠାରୁ ତାଙ୍କୁ ବିପଦ ଅଛି ସେକଥା ମଧ୍ୟ ଜଣାଇଥିଲେ। କିନ୍ତୁ ମୁମ୍ବାଇ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା। ବର୍ତ୍ତମାନ ମୋ ପୁଅ ମରିଯିବା ପରେ ମଧ୍ୟ ତଦନ୍ତ ଠିକ ଭାବରେ କରୁନାହିଁ ମୁମ୍ବାଇ ପୋଲିସ। ପ୍ରଥମେ ମୋ ସୂଚନା ଦେବା ପରେ ମଧ୍ୟ ମୁମ୍ବାଇ ପୋଲିସ ମୋ ପୁଅର ରକ୍ଷା କରି ପାରିଲା ନାହିଁ ବର୍ତ୍ତମାନ କେସର ଠିକ ଭବରେ ଯାଞ୍ଚ ମଧ୍ୟ କରିବାକୁ ଦେଉନାହାନ୍ତି। ସୁଶାନ୍ତଙ୍କୁ ନ୍ୟାୟ ତ ଦେଇ ପରିଲେ ନାହିଁ ଓଲଟା ବିହାର ପୋଲିସକୁ ସହଯୋଗ କରିବା ବଦଳରେ ବିହାର ପୋଲିସ ଅଫିସରଙ୍କୁ ହଇରାଣ କରବା ସହିତ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି।
ଏହାଛଡା ସୁଶାନ୍ତଙ୍କ ପିତା ୨୫ ଫେବୃଆରୀର କିଛି ୱାଟସଆପ ଚାଟ ମଧ୍ୟ ଦେଖାଇଛନ୍ତି ଯେଉଁଥିରେ ଲେଖାଯାଇଛି ଯେ, ମୋ ପୁଅର ଜୀବନକୁ ବିପଦ ରହିଛି। ମାତ୍ର ଏହାକୁ ଗମ୍ଭୀର ଭାବରେ ନେଇ ନଥିଲା ମୁମ୍ବାଇ ପୋଲିସ। ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ କେସକୁ ଗମ୍ଭୀର ଭାବେ ନେଉ ନାହିଁ ମୁମ୍ବାଇ ପୋଲିସ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |