ବନ୍ଧୁଗଣ ଯେଉଁ ମାନଙ୍କର ଆଣ୍ଠୁ ଗଣ୍ଠି ବିନ୍ଧିବା ଓ ଶିରର କମଜୋରି ପାଇଁ ଚଲା ବୁଲା କରି ପାରନ୍ତି ନାହିଁ ଓ ହାତ ଗୋଡକୁ ହଲ୍ଲେଇବାରେ କଷ୍ଟ ଅନୁଭବ କରନ୍ତି । ଆଣ୍ଠୁ ଗଣ୍ଠି ହେବା ଶିର ଧରିବା ଅଣ୍ଟାରେ ଯନ୍ତ୍ରଣା ହେବା ଆଜି କାଲି ଏହା ଏକ ସାଧାରଣ ରୋଗ ହୋଇଗଲାଣି । ଏହା ସାଧାରତଃ ପେଟରେ ଥିବା ଗ୍ୟାସ ରୋଗ ପାଇଁ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଭାବରେ ଘରୋଇ ଉପାୟରେ ଏହି ରୋଗର ଉପଚାର କରିପାରିବା ।
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଏକର ପାତ୍ରରେ ଦେଢ଼ ଗ୍ଲାସ୍ ପାଣି ଗରମ କରି ସେଥିରେ ଏକ ଚାମଚ ଜୁଆଣି ଓ ଦୁଇଟି ତେଜପତ୍ର ପକେଇ ଏହାକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ପାଣି ମରୀକି ଗୋଟିଏ ଗ୍ଲାସ ନ ହୋଇଛି । ଏହି ପରେ ଗ୍ୟାସ ବନ୍ଦ କରି ଏହି ପାଣିକୁ ଏକ ଛଙ୍କା ସାହାଯ୍ୟରେ ଏକ ଗ୍ଲାସ କୁ ଛାଣି ଦିଅନ୍ତୁ। ଓ ଏହା ପରେ ଏଥିରେ ଏକ ଚାମଚ ଗୁଡ଼ ପକେଇ ଏହାକୁ ଭଲଭାବରେ ଚାମଚ ରେ ମିଶେଇ ଦିଅନ୍ତୁ ।
ସେବନ କରିବାର ସମୟ:
ଏହି ପାନୀୟକୁ ଆପଣ କେଉଁ ସମୟରେ ପିଇବା ଜାଣିବା ନିହାତି ଜରୁରୀ ଅଟେ। ଏହି ପାନୀୟକୁ ଆପଣ ସକାଳେ ଖାଲି ପେଟରେ ପେଇଲେ ଆପଣଙ୍କୁ ଏହାର ପ୍ରଭାବ ବହୁତ ଶିଘ୍ର ମିଳିବ ଏବଂ ଏହାକୁ ରାତିରେ ଶୋଇବା ପୂର୍ବରୁ ପିଇବା ମଧ୍ୟ ଆବଶ୍ୟକ ଯାହାକି ଆପଣଙ୍କ ଶରୀରରେ ଆଣ୍ଠୁ ଗଣ୍ଠି ବିନ୍ଧିବା, ଶିରାରେ ଯନ୍ତ୍ରଣା ହେବା ଓ ଅଣ୍ଟାର ଦରଜରୁ ବହୁତ ଜଲ୍ଦୀ ଉପଶମ ମିଳିବ ।
ବନ୍ଧୁଗଣ ଆସାକରୁଛି ଆପଣଙ୍କୁ ଆମର ଏହି ଘରୋଇ ସରଳ ଚିକିତ୍ସା ପଦ୍ଧତି ସହାୟ ହେଉଥିବ। ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଗୋଟିଏ ଲାଇକ ସହିତ ସେୟାର କରିବାକୁ ଅନୁରୋଧ । ଏବଂ ଆଗକୁ ଆଉ କେଉଁ ରୋଗ ର ଘରୋଇ ଚିକିତ୍ସା ପଦ୍ଧତି ବିଷୟରେ ଚାହୁଁଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ।