ବର୍ତ୍ତମାନ ସୁଦ୍ଧା ରହସ୍ୟ ଘେରରୁ ବାହାରି ପାରୁ ନାହିଁ ମାନବ ପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ପ୍ରସଙ୍ଗ। ଜୁଲାଇ ୭ ତାରିଖର ଦିନ ସକାଳେ ଟ୍ରେନ ଟ୍ରାକରୁ ଆଦିତ୍ୟଙ୍କ ମୃତ୍ୟୁଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ପୁରୁଷୋତ୍ତମ ଏକ୍ସପ୍ରେସରେ ଆତ୍ମହତ୍ୟା କରିଥିବାର ସୂଚନା ରହିଥିବା ବେଳେ ପରେ ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସ ଚଳାଉଥିବା ଡ୍ରାଇଭର ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ, କହିଥିଲେ ସେଦିନ ଏପରି କୌଣସି ଘଟଣା ହିଁ ହୋଇ ନାହିଁ।
ମାନବ ପ୍ରେମୀ ଆଦିତ୍ୟଙ୍କ ରାଜଧାନୀ ଭୁବନେଶ୍ବରସ୍ଥିତ ଆଶ୍ରମ ଠାରୁ ୧୧୬ କିଲୋମିଟର ଦୂରରେ କୌଣସି ପରିବାର ଲୋକ ଏବଂ ବନ୍ଧୁଙ୍କ ଅନୁପସ୍ଥିତରେ ବିବାହ କରିଥିଲେ ଆଦିତ୍ୟ ଏବଂ ବିଦ୍ୟାଶ୍ରୀ। ତେବେ ଏହି ବିବାହର ସର୍ବେସର୍ବା ଥିଲେ OAS ବାବୁ। ପ୍ରାୟ ଏକ ସପ୍ତାହ ପୂର୍ବରୁ ତାଙ୍କୁ ନେଇ ଖବର ପ୍ରସାର କରାଯାଇଥିଲା ମାତ୍ର ଏପର୍ଯ୍ୟନ୍ତ ବାବୁଙ୍କର ଦେଖା ଦର୍ଶନ ନାହିଁ। ଖାଲି ସେତିକି ନୁହେଁ ଆଦିତ୍ୟଙ୍କ ମୃତ୍ୟୁ ପରେ ଥରେ ହେଲେ ଦେଖା ଦେଇ ନାହାନ୍ତି ଏହି OAS ବାବୁ।
OAS ଅଫିସର ଜଣକ ବିଦ୍ୟାଶ୍ରୀଙ୍କ ପରିଚିତ ଥିଲେ। ସେ ଯେଉଁ ସଂସ୍ଥାରେ ଚାକିରୀ କରୁଥିଲେ ବିଦ୍ୟାଶ୍ରୀ ମଧ୍ୟ ସେହି ସଂସ୍ଥାରେ କାମ କରୁଥିଲେ। ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ବିବାହରେ ନିଜ ଲୋକ ଉପସ୍ଥିତ ନରହି OAS ବାବୁ ଉପସ୍ଥିତ ରହିଥିଲେ ଏହାର ଅର୍ଥ ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଜାଣିଥିଲେ ଏହି ଅଫିସର। ତେବେ ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ମତାନ୍ତର ମନାନ୍ତର ଭିତରେ କଣ ଭୂମିକା ରହିଛି OAS ବାବୁଙ୍କର ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ।
ଆଦିତ୍ୟଙ୍କ ମୃତ୍ୟୁରେ OAS ବାବୁଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲା ମିଡିଆରେ। ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ବିବାହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା OAS ବାବୁ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଚୁପ୍ ହୋଇ ବସିବା ସନ୍ଦେହ ସୃଷ୍ଟି କରୁଛି। ସତ ଖୋଜିବାକୁ ରାତି ଦିନ ସମାନ କରି ବୈବାହିକ ଜୀବନ ଠାରୁ ଆଶ୍ରମ ପର୍ଯ୍ୟନ୍ତ ତନ୍ନତନ୍ନ ତଦନ୍ତ ଚଳାଇଥିବା କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ OAS ଅଫିସରଙ୍କୁ ନେଇ କୌଣସି ତଦନ୍ତ କରି ନାହାନ୍ତି। ତେବେ ଆଶ୍ରମ ଠାରୁ ୧୧୬ କିଲୋମିଟର ଦୂରରେ ବିବାହକୁ ଏପରି ଲୁଚାଇ କରିବାର ଉଦେଶ୍ୟ କଣ ରହିଥିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି।
ବିଦ୍ୟାଶ୍ରୀ ତାଙ୍କର ଏକ ବୟାନରେ କହିଛନ୍ତି ଯେ, ମୋତେ ବହୁତ ସପୋର୍ଟ କରୁଥିଲେ, ମୋର ସବୁ କଥା ବିଷୟରେ ମୋ ସମ୍ପୂର୍ଣ୍ଣ ଲାଇଫ ଷ୍ଟୋରୀ ଜାଣିବା ପରେ ମଧ୍ୟ ମୋତେ ସପୋର୍ଟ କରୁଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି କଣ ଥିଲା ବିଦ୍ୟାଶ୍ରୀଙ୍କ ଏହି ଲାଇଫ ଷ୍ଟୋରୀ ଯାହାକୁ ସେ ପ୍ରକାଶ କରୁ ନାହାନ୍ତି। ଏବିଷୟରେ ଆଦିତ୍ୟ ବିବାହ ପୂର୍ବରୁ ଜାଣିଥିଲେ ନା ତାଙ୍କ ଅଜାଣତରେ ଏହି ବିବାହ କରାଇଦେଇଥିଲେ OAS ବାବୁ। ଏବଂ ସତ ଜାଣିବା ପରେ ଏହି ଲାଇଫ ଷ୍ଟୋରୀକୁ ନେଇ ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ମଧ୍ୟରେ ଝଗଡା ଉପୁଜିଥିଲା। ବୋଧ ହୁଏ ଏହି ଝଗଡା ହିଁ ଥିଲା ଆଦିତ୍ୟଙ୍କ ମୃତ୍ୟୁର କାରଣ।
ଯେଉଁ ମନ୍ଦିରରେ ଆଦିତ୍ୟଙ୍କ ବିବାହ ହୋଇଥିଲା ସେହି ମନ୍ଦିରର ଉଦଘାଟକ ହେଉଛନ୍ତି ଖୋଦ ସେହି OAS ବାବୁ। କରୋନା ଭାଇରସକୁ ନେଇ ଜୁନ ୯ ତାରିଖରେ ସମଗ୍ର ରାଜ୍ୟରେ ତାଲାବନ୍ଦ ରହିଥିଲା। ତେବେ କରୋନା ନିୟମ ଉଲଂଘନ କରି କିପରି ଭାବରେ ମନ୍ଦିର ବିବାହ କରାଇଥିଲେ ଏହି OAS ଅଫିସର। ଯଦି ଏନେଇ କ୍ରାଇମବ୍ରାଞ୍ଚ ଦ୍ୱାରା ଅତିଶୀଘ୍ର ତଦନ୍ତ କରାଯାଏ ତେବେ ବୋଧ ହୁଏ OAS ବାବୁଙ୍କୁ ନେଇ ସତ୍ୟ ସାମ୍ନାକୁ ଆସି ପାରିବ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |