ସୁଶାନ୍ତଙ୍କ ମୃତଦେହ ନିଆଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଦିଆଯାଉଛି ଧମକ, କହିଲେ ଇଣ୍ଟରନ୍ୟାସନଲ ନମ୍ବରରୁ ଆସୁଛି କଲ

ସୁଶାନ୍ତଙ୍କ ଆତ୍ମହତ୍ୟାର ଦେଢ଼ ମାସ ପରେ ତାଙ୍କ ପିତା ରିୟାଙ୍କ ବିରୋଧରେ ପାଟଣା ପୋଲିସ ପାଖରେ ଏକ FIR ଫାଇଲ କରିବା ପରେ ଏହି ମାମଲାରେ ଯାଞ୍ଚ କରିବା ପାଇଁ ବିହାର ପୋଲିସ ମୁମ୍ବାଇ ପହଞ୍ଚିଥିଲା। ସେହିଦିନ ଠାରୁ ସୁଶାନ୍ତଙ୍କ ମାମଲାରେ ବିହାର ପୋଲିସ ତଦନ୍ତ ଚଳାଇଛି। ଏହି କେସରେ ବିହାର ପୋଲିସ ଆସିବା ପରେ ଗୋଟିଏ ପରେ ଗୋଟିଏ ନୂତନ ଖୁଲାସା ହେବାରେ ଲାଗିଛି।

ବର୍ତ୍ତମାନ ଖବର ଆସୁଛି ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ଦିନ ୧୪ଜୁନକୁ ତାଙ୍କ ଘରୁ ମୃତଦେହ ନେବାକୁ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଲଗାତର ଫୋନ ମାଧ୍ୟମରେ ଧମକ ଦିଆଯାଉଛି। ମିଡ଼ିଆ ରିପୋର୍ଟ ମୁତାବକ, ଏହି ସବୁ କଲ ତାଙ୍କୁ କୌଣସି ନ୍ୟାସନାଲ ନୁହେଁ ବରଂ ଇଣ୍ଟରନ୍ୟାସନଲ ନମ୍ବରରୁ ଆସିଛି।

ରିପବ୍ଲିକ ଟିଭିରେ ଦିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ଆମ୍ବୁଲାନ୍ସ ଡ୍ରାଇଭର ଅକ୍ଷୟ ବଂଡଗର କହିଛନ୍ତି ଯେ, ୧୪ ଜୁନରେ ସୁଶାନ୍ତଙ୍କ ମୃତ୍ୟୁର ପରବର୍ତ୍ତୀ ସମୟରେ ତାଙ୍କ ଘର ସାମ୍ନାରେ ଦୁଇଟି ଆମ୍ବୁଲାନ୍ସ ପହଞ୍ଚିଥିଲା। ମୁଁ ହିଁ ସୁଶାନ୍ତଙ୍କ ମୃତ ଶରୀରକୁ ନିଜ ଆମ୍ବୁଲାନ୍ସରେ ନେଇ ଯାଇଥିଲି।

ଅକ୍ଷୟଙ୍କ ମୁତାବକ, ମୋତେ ସୁଶାନ୍ତଙ୍କ ଶରୀର ନେଇ ହସ୍ପିଟାଲ ଯିବା ପାଇଁ ମୁମ୍ବାଇ ପୋଲିସ ଡାକିଥିଲା। ଏହାପର ଠାରୁ ଏହି ଘଟଣା ପରେ ମୋତେ ଧମକପୂର୍ଣ୍ଣ କଲ ଆସିବା ଆରମ୍ଭ ହୋଇଯାଇଥିଲା। ଅନ୍ୟପଟେ ଆମ୍ବୁଲାନ୍ସ ମାଲିକ ଲକ୍ଷ୍ମଣ କହିଛନ୍ତି ଯେ, ମୁମ୍ବାଇ ପୋଲିସ ଦ୍ୱାରା ସୁଶାନ୍ତଙ୍କ ଶବକୁ ନିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ମୁମ୍ବାଇ ପୋଲିସର ଯାଞ୍ଚରେ ଅସନ୍ତୁଷ୍ଟ ଥିବା ସୁଶାନ୍ତଙ୍କ ପିତା ତାଙ୍କ ପୁଅର ଆତ୍ମହତ୍ୟା କେସରେ ତଦନ୍ତ କରିବା ପାଇଁ ବିହାର ପୋଲିସ ପାଖରେ ରିୟାଙ୍କ ବିରୋଧରେ ଏକ କେସ ଫାଇଲ କରିଥିଲେ। ସେ ରିୟାଙ୍କ ସହିତ ରିୟାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଆରୋପ ଆଣିଥିଲେ। କେ କେ ସିଂଙ୍କ ଅରୋପ ମୁତାବକ ରିୟା ତାଙ୍କ ପୁଅ ସୁଶାନ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡ଼ପ କରିବା ସହିତ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉତ୍ସାହିତ କରିଥିଲେ। ଏହାପରେ ଏକ ଚାରି ଜଣିଆ ଟିମ ସହିତ ବିହାର ପୋଲିସ ଘଟଣାର ତଦନ୍ତ କରିବା ପାଇଁ ମୁମ୍ବାଇରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *