ଖୋଦ ରିୟା ଚକ୍ରବର୍ତ୍ତୀ କରିଲେ ଆଉ ଏକ ବଡ଼ ଖୁଲାସା, ଭୟରେ ବେହୋସ ହୋଇଯାଇଥିଲେ ସୁଶାନ୍ତ।

ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଏବେ ଜୋରଦାର ଭାବରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରୁଛନ୍ତି। ସୁଶାନ୍ତଙ୍କ ପରିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି। ଆଜି ସୁଶାନ୍ତଙ୍କ କେସ ମୁମ୍ବାଇରୁ ବିହାରକୁ ନେବାପାଇଁ ମୁମ୍ବାଇ ହାଇକୋର୍ଟରେ ଶୁଣାଣି ହେବାର ଥିଲା ମାତ୍ର ଏହି ଶୁଣାଣି ହୋଇପାରି ନାହିଁ।

କାରଣ କଲିରୁ ଅତ୍ୟଧିକ ବର୍ଷା କାରଣରୁ କର୍ମଚାରୀଙ୍କ ସଂଖ୍ୟା କମ ରହିଛି ଯେଉଁଥିପାଇଁ ଏହାର ଶୁଣାଣି ହୋଇ ପାରିଲା ନାହିଁ। ଅଧିକାଂଶ ଅବସର ରହିଛି ଯେ କୋର୍ଟ କେସ ବିହାରକୁ ସ୍ଥାନାନ୍ତରିତ କରିପାରେ କାରଣ ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ପିତାଙ୍କର ବିହାର ପୋଲିସ ଉପରେ ବିଶ୍ୱାସ ରହିଛି। କେସଟି ବିହାର ପୋଲିସ ହାତକୁ ଆସିବା ପରେ ସେ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାର ସମ୍ଭାବନା ରହିଛି।

ସୁଶାନ୍ତଙ୍କ କେସରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଶୁବ୍ରମନ୍ୟମ ସ୍ଵାମୀଙ୍କ ସହିତ ସାକ୍ଷାତକାର ହୋଇପାରେ। ବର୍ତ୍ତମାନ ଏହି ସାକ୍ଷାତକାରକୁ ନେଇ ମିଡିଆରେ ଖୁବ ଚର୍ଚ୍ଚା ଲାଗି ରହିଛି।

ସୁଶାନ୍ତଙ୍କ ଆକାଉଣ୍ଟରୁ କେବଳ ୧୫ କୋଟି ଟଙ୍କାର ହେରାଫେରି ହୋଇ ନାହିଁ, କରାଯାଇଛି ୫୦ କୋଟି ଟଙ୍କାର ହେରାଫେରି। ଗତ ଏକ ବର୍ଷ ମଧ୍ୟରେ ସୁଶାନ୍ତଙ୍କ ଆକାଉଣ୍ଟକୁ ୫୦ କୋଟି ଟଙ୍କା ଆସିଛି ଏବଂ ଏହି ଟଙ୍କାକୁ ଭିନ୍ନ ଭିନ୍ନ ସ୍ଥାନରେ କାଢି ନିଆଯାଇଛି। ଏହାପରେ ୧୭ କୋଟି ଟଙ୍କା ଆକାଉଣ୍ଟକୁ ଆସିଛି ଯେଉଁଥିରୁ ୧୫ କୋଟି ଟଙ୍କାର ଘୋଟାଲା କରାଯାଇଛି। ସୁଶାନ୍ତଙ୍କ ଆକାଉଣ୍ଟରେ ଏତେ ବଡ଼ ଆକାରର ହେରାଫେରି ଦେଖିବା ପରେ ମୁମ୍ବାଇ ପୋଲିସ କାହିଁକି ଏହା ଉପରେ କୌଣସି ତଦନ୍ତ କରି ନଥିଲା।

ଆଜି ରିୟାଙ୍କ ସହିତ ବିହାର ପୋଲିସର ସାକ୍ଷାତକାର ମଧ୍ୟ ହୋଇପାରେ। ମିଡ଼ିଆରେ ଚର୍ଚ୍ଚା ହେଉଛି ଯେ, ଆଜି କେମିତି ମଧ୍ୟ ହେଲେ ବିହାର ପୋଲିସ ରିୟାଙ୍କୁ ପଚରା ଉଚରା କରି ପାରନ୍ତି। ବିହାରରୁ ଆସିଥିବା ୪ ଜଣିଆ ପୋଲିସ ଟିମ ଏହି ଜେରା କରିବ। ସୁଶାନ୍ତଙ୍କ ଭିଣୋଇ ମଧ୍ୟ କିଛି ୱାଟସଆପ ଚାଟିଙ୍ଗ ସେୟାର କରିଛନ୍ତି ଯେଉଁଥିରେ ସେ ସୁଶାନ୍ତଙ୍କୁ କହିଛନ୍ତି ତାଙ୍କ ସ୍ତ୍ରୀ ଅର୍ଥାତ ସୁଶାନ୍ତଙ୍କ ଭଉଣୀଙ୍କୁ ଏସବୁରୁ ଦୁରେଇ ରଖନ୍ତୁ ସେ ବହୁତ ଭଲ ଯେମିତି ସେ କୌଣସି ଅସୁବିଧାରେ ନପଡନ୍ତୁ।

ଏଥିସହିତ ସେ କହିଥିଲେ ଯେ, ତୁମେ ଯେଉଁ ମାନଙ୍କ ସହିତ ରହୁଛ ସେମାନେ ଠିକ ଲୋକ ନୁହନ୍ତି। ନିଜର ସଙ୍ଗତ ବଦଳାଉ। ମାତ୍ର ଏସବୁ ମେସେଜ ତାଙ୍କ ପାଖରେ ପହଞ୍ଚି ପାରୁନଥିଲେ। ରିୟା ଏବଂ ସିଦ୍ଧାର୍ଥ ସବୁ କିଛି ନିଜ କଣ୍ଟ୍ରୋଲରେ କରି ନେଇଥିଲେ। ତେବେ ଏହି ମେସେଜ ଫେବୃଆରୀ ମାସର।

ରିୟା ଚକ୍ରବର୍ତ୍ତୀ ଏବେ ଦେଢ଼ ମାସ ପରେ କାହିଁକି ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଆସିଥିଲେ ସେକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସୁଶାନ୍ତ ବହୁତ ଡିପ୍ରେସନରେ ଥିଲେ ଯେଉଁଥିପାଇଁ ଧୀରେ ଧୀରେ ରିୟାଙ୍କୁ ମଧ୍ୟ ଏନେଇ ଡିପ୍ରେସନ ହେଉଥିଲେ। ସେ ଆଉ କିଛି ଦିନ ରହିଥିଲେ ସେ ମଧ୍ୟ ପାଗଳ ହୋଇଯାଇଥାନ୍ତେ ସେଥିପାଇଁ ସେ ଘର ଛାଡ଼ି ଚାଲି ଯାଇଥିଲେ।

ତେବେ ସୁଶାନ୍ତ ସିଂ ରାଜପୁତ ଜୁନ ୯ ତାରିଖ ଦିନ ବେହୋସ ହୋଇଯାଇଥିଲେ। ସିଦ୍ଧାର୍ଥ ପଟାନି କହିଛନ୍ତି ଯେ, ଦିଶା ସାଲୀୟନଙ୍କ ମୃତ୍ୟୁ ଖବର ଶୁଣି ସୁଶାନ୍ତ ଏତେ ଡରି ଯାଇଥିଲେ ଯେ ସେ ଶେଷରେ ବେହୋସ ହୋଇଯାଇଥିଲେ। ସେ ଏହି ଖବର ଶୁଣିବା ପରେ ଅତ୍ୟଧିକ ଭୟଭୀତ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *