ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ନିକଟବର୍ତ୍ତୀ ଲୋକଙ୍କର ମଧ୍ୟ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ବହୁ ଆଗରୁ କୁହାଯାଇ ଆସୁଥିଲା। ସେମୁଏଲ ହକି ଯିଏକି ସୁଶାନ୍ତଙ୍କ ଅତ୍ୟନ୍ତ ନିକଟତର ଥିଲେ, ତାଙ୍କର ମୃତ୍ୟୁର ସନ୍ଦେହ କରାଯାଉଥିଲା ମାତ୍ର ଗତକାଲି ସେମୁଏଲ ଇନଷ୍ଟାଗ୍ରାମରେ ଲାଇଭ ଆସି ସ୍ପଷ୍ଟ କରି କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଠିକ ଅଛନ୍ତି ତାଙ୍କର କିଛି ହୋଇ ନାହିଁ। ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ନିକଟବର୍ତ୍ତୀ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।
ବିହାର ଏବଂ ମୁମ୍ବାଇ ପୋଲିସ ମଧ୍ୟରେ ଯାଞ୍ଚକୁ ନେଇ ମତଭେଦ ସୃଷ୍ଟି ହୋଇଛି। ଏହି ଅବସରରେ ପାଟଣା ସିଟି ଏନକାଉଣ୍ଟର ସ୍ପେସାଲିଷ୍ଟ ଏସପି ବିନୟ ତିୱାରୀ ମଧ୍ୟ ଯାଞ୍ଚ କରିବା ପାଇଁ ମୁମ୍ବାଇ ପହଞ୍ଚିଛନ୍ତି। ବିନୟ ତିୱାରୀ ୨୦୧୫ ବ୍ୟାଚର ଜଣେ ଆଇପିଏସ ଅଫିସର ଅଟନ୍ତି। ଏହି ୪/୫ ବର୍ଷର କ୍ୟାରିୟରରେ ସେ ବହୁତ ବଡ଼ ବଡ଼ ଏନକାଉଣ୍ଟର କରିବା ସହିଟ ଅନେକ ବଡ଼ କେସକୁ ସମାଧାନ ମଧ୍ୟ କରିଛନ୍ତି। ବିନୟ ତିୱାରୀ କହିଛନ୍ତି ଯେ, ଆମ ଟିମ ମୁମ୍ବାଇରେ ଭଲ ଭାବରେ କାମ କରୁଛି। ଗତ ସପ୍ତାହ ଠାରୁ ବୟାନ ରେକର୍ଡ କରାଯାଉଛି। ବୟାନର ବିଶ୍ଳେଷଣ କରିବା ପରେ କୌଣସି ନିଷ୍ପତ୍ତି ନିଆଯିବ। ଆମେ ଯାଞ୍ଚର ସଠିକ ଦିଗରେ ଆଗକୁ ବଢ଼ୁଛୁ। ମାତ୍ର ଏପର୍ଯ୍ୟନ୍ତ ଆମକୁ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରି ନାହିଁ।
ଏପଟେ ମାଲବଣୀ ପୋଲିସ, ବିହାର ପୋଲିସର ସେହି ଦାବିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛି, ଯେଉଁଥିରେ ବିହାର ପୋଲିସ ଦିଶା ସଲିୟାନଙ୍କ ରିପୋର୍ଟ ଗାୟବ ଥିବାର ଦାବି ରଖିଥିଲା। ମାଲବଣୀ ପୋଲିସ କହିଛି ଯେ, ତାଙ୍କ ପାଖରେ ସବୁ ରେକର୍ଡ ରହିଛି। ସବୁ ଦସ୍ତାବିଜ ତାଙ୍କ ପାଖରେ ଉପଲବ୍ଧ ରହିଛି। ଏହି ମାମଲାରେ ଯାଞ୍ଚ ଚାଲୁଛି। ଏହି ମାମଲାରେ ଅନେକ ବୟାନ ନିଆଯାଇ ସାରିଛି। ମାତ୍ର ପରିବାରର କୌଣସି ବ୍ୟକ୍ତିଙ୍କ ବିରୋଧରେ ଆରୋପ ଅଣାଯାଇ ନାହିଁ।
ସୁଶାନ୍ତ ସିଂ ରାଜପୁତଙ୍କ କେସର ଯାଞ୍ଚରେ ମୁମ୍ବାଇ ଏବଂ ବିହାର ପୋଲିସ ନିଜର ପରିସର ବଢ଼ାଇ ଦେଇଛନ୍ତି। ଡ଼ାଇରେକ୍ଟର ରମ୍ମି ଜାଫରୀଙ୍କୁ ୫ ଘଣ୍ଟା ପଚରା ଉଚରା କରିବା ପରେ ବିହାର ପୋଲିସ ଟିମ ମାଲବଣୀ ପୋଲିସ ଷ୍ଟେସନ ଯାଇଥିଲେ। ଯେଉଁଠାରେ ସେ ଦିଶା ସାଲିୟାନଙ୍କ ମୃତ୍ୟୁ ସହିତ ଜଡିତ ଦସ୍ତବିଜ ମାଗିଥିଲେ।
ଅନୁମାନ କରାଯାଉଛି ଯେ, ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁର କିଛି ସମ୍ବନ୍ଧ ରହିଛି। ସୁଶାନ୍ତଙ୍କ ମ୍ୟାନେଜର ଥିଲେ ଦିଶା। ଦିଶା ମଧ୍ୟ ସୁଇସାଇଡ଼ କରି ନେଇଥିଲେ। ମାତ୍ର ମାଲବଣୀ ପୋଲିସ ଅଧିକାରୀ କହିଥିଲେ ଯେ, ଦିଶାଙ୍କ କେସ ଫାଇଲ ଡିଲିଟ ହୋଇ ଯାଇଛି। ଏଥିସହିତ ତାଙ୍କୁ ଫାଇଲ ବିବରଣୀ ଦେବାକୁ ମନା କରିଦେଇଥିଲେ।
କିଛି ମିଡ଼ିଆ ରିପୋର୍ଟ ମୁତାବକ, ଯେତେବେଳେ ପ୍ରଥମେ ବିହାର ପୋଲିସ ସେଠାରେ ପହଞ୍ଚି ରିପୋର୍ଟ ମାଗିଥିଲେ ମାଲବଣୀ ଥାନା ଅଧିକାରୀ କହିଥିଲେ ଯେ, କିଛି ସମୟ ଭିତରେ ରେକର୍ଡ ଆଣିଦେଇଛୁ। ମାତ୍ର ଏହାର କିଛି ସମୟ ପରେ ଏକ କଲ ଆସିଲା ଯାହାପରେ ସେ କହିଦେଇଥିଲେ ରେକର୍ଡ ଡିଲିଟ ହୋଇଯାଇଛି।
ସୁଶାନ୍ତ ସିଂ ରାଜପୁତଙ୍କ ପିତା ତାଙ୍କ ପୁଅର ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଆରୋପ ଆଣିବା ପରେ ଏବେ ସୁଶାନ୍ତଙ୍କ ଜଣେ ନିକଟବର୍ତ୍ତୀ ବନ୍ଧୁ ତାଙ୍କ ଉପରେ ଏକ ପ୍ରଶ୍ନ ଉଠାଇଛନ୍ତି। ରିୟାଙ୍କ କହିବା ଅନୁଯାୟୀ ସେ ସୁଶାନ୍ତଙ୍କୁ ବହୁତ ଭଲ ପାଉଥିଲେ, ଏବଂ ସୁଶାନ୍ତ କିଛି ଦିନ ହେବ ଡିପ୍ରେସନରେ ଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରିୟା ଏତେ ଭଲ ପାଉଥିଲେ ଏବଂ ସୁଶାନ୍ତ ଡିପ୍ରେସନ ଥିବାର କଥା ଜାଣିଥିଲେ ତାହେଲେ କାହିଁକି ସୁଶାନ୍ତଙ୍କ ସହିତ ଝଗଡା କରି ଘରେ ତାଙ୍କୁ ଏକୁଟିଆ ଛାଡି ଚାଲିଯାଇଥିଲେ ରିୟା?
ଯଦି ରିୟା ମାନି ନେଉଛନ୍ତି ସେ ସୁଶାନ୍ତଙ୍କୁ ଭଲ ପାଉ ନଥିଲେ ତେବେ ଏହା ପ୍ରମାଣିତ ହୋଇଯିବ ରିୟା କେବଳ ସୁଶାନ୍ତଙ୍କୁ ବର୍ବାଦ କରିବାକୁ ଆସିଥିଲେ। ସେ ସୁଶାନ୍ତଙ୍କୁ ନୁହେଁ ବରଂ ସୁଶାନ୍ତଙ୍କ ଟଙ୍କାକୁ ଭଲ ପାଉଥିଲେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |