ଲଦାଖ ଠାରୁ କିଛି ଦୂରରେ ଆଣବିକ ବିସ୍ପୋରଣକାରୀ ଦୃତ ବେଗର ଲଢ଼ୁଆ ବିମାନ ନିୟୋଜିତ କଲା ଚୀନ, କଣ ଚୀନ କରିବ ଯୁଦ୍ଧ?

ଚୀନ ନିଜର ଖରାପ ଅଭ୍ୟାସକୁ ବନ୍ଦ କରିବାର ନାଁ ଧରୁନି। ସେ ଲଗାତର ଭାବରେ କିଛି ନା କିଛି ଏମିତି କରୁଛି ଯାହା ଦ୍ୱାରା ତା’ର ନିଜର ପଡୋଶୀ ସହିତ ସମ୍ପୂର୍ଣ୍ଣ ବିଶ୍ୱ ସମସ୍ୟାର ସମ୍ମୁଖୀନ ହେଉଛି। ବର୍ତ୍ତମାନ କେବଳ ସେଟେଲାଇଟ ଦ୍ୱାରା ଉତ୍ତୋଳନ କରାଯାଇଥିବା କିଛି ଫୋଟୋ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ଦୃଶ୍ୟମାନ ହେଉଛି ଯେ, ଚୀନ ଲଦଖରେ ଥିବା ନିଜ ସୀମାରେ ବହୁତ ଦୂରରୁ ପରମାଣୁ ବୋମା ବର୍ଷକ ବିମାନ ନିୟୋଜିତ କରି ରଖିଛି।

ଚୀନର ପିପୁଲ୍ସ ଲିବରେଶନ ଆର୍ମି (PLA) The Line of Actual Control (LAC)ର ଅପର ପକ୍ଷରେ ନିଜର ଶକ୍ତି ବଢ଼ାଇ ଚାଲିଛି। ମାତ୍ର ଏଠାରେ ଭାରତ ସହିତ କଥାବାର୍ତ୍ତା ମଧ୍ୟ କରୁଛି। ଯେଉଁ ସେଟେଲାଇଟ ଫୋଟୋ ଚିତ୍ର ମିଳିଛି ଯାହା ଚୀନ କାଶଗର ଏୟାରଫୋର୍ସ ଷ୍ଟେସନର ଫୋଟୋ ଚିତ୍ର। ଏହି ଏୟାରଫୋର୍ସ ଷ୍ଟେସନ ଲଦାଖ ଠାରୁ ଅଧିକ ଦୂର ନୁହେଁ।

ଏହି ଫୋଟୋ ଚିତ୍ର ଗୁଡିକ ଟ୍ୱିଟରରେ ଓପନ ଇଣ୍ଟେଲିଜେନ୍ସି ଫୋର୍ସ d-atis@detresfa ନାମକ ୟୁଜର ପୋଷ୍ଟ କରିଛନ୍ତି। ଏହି ଫୋଟୋ ଚିତ୍ରରେ ବଡ଼ ବୋମାବର୍ଷକ ସହିତ ଅନ୍ୟ ଲଢ଼ୁଆ ବିମାନ ଗୁଡିକ ଦୃଶ୍ୟମାନ ହେଉଛି।

ଏହି ଟ୍ୱିଟର ୟୁଜର ନିଜର ପୋଷ୍ଟ କରିଥିବା ଫୋଟୋ ଗୁଡିକରେ କୁହାଯାଇଛି ଯେ, କାଶଗର ଏୟାରଫୋର୍ସ ଷ୍ଟେସନରେ ଅନ୍ୟ କେଉଁ ଫାଇଟର ଜେଟ ମୁତୟନ କରାଯାଇଛି। ଏଥିରେ ୬ଟି Xian H-6 ବୋମାବର୍ଷକ । ଯେଉଁଥିରେ ଦୁଇଟିରେ ଅସ୍ତ୍ରଶସ୍ତ୍ର ଲାଗି ରହିଛି। ଏହା ସହିତ 12 Xian JH-7 ବୋମାବର୍ଷକ ମଧ୍ୟ ରହିଛି। ଏହାର ଦୁଇଟି ଜେଟ ମଧ୍ୟ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ରହିଛି।

ଏହାଛଡା ଶେନୟାଙ୍ଗ J11/16 ଲଢ଼ୁଆ ବିମାନ ନିୟୋଜିତ ରହିଛି। ଏହାର ରେଞ୍ଜ ୩୫୫୦ କିଲୋମିଟର ରହିଛି। ଏହାକୁ ଚୀନର ସୁଖୋଇ-27 ମଧ୍ୟ କୁହାଯାଇଥାଏ। କାରଣ ଏହାର ବେସ ମଡେଲ ଋଷର ସୁଖୋଇ ଲଢ଼ୁଆ ବିମାନ ପରି ହୋଇଛି। ଯାହାକୁ ଚୀନ ନିଜ ହିସାବରେ ବିକଶିତ କରିଛି।

Xian H-6 ବୋମାବର୍ଷକ ପରମାଣୁ ଅସ୍ତ୍ର ନେଇ ଉଡିବାର କ୍ଷମତା ରଖିଥାଏ। କାଶଗର ଏୟାରଫୋର୍ସ ଷ୍ଟେସନରୁ ଲଦାଖର ଦୂରତା ପାଖାପାଖି ୬୦୦ କିଲୋମିଟର। ଯେତେବେଳେ, Xian H-6 ବୋମାବର୍ଷକର ଉଡାଣ ରେଞ୍ଜ ୬୦୦୦ କିଲୋମିଟର ରହିଛି।

ସେହିପରି ଶେନୟାଙ୍ଗ J11/16 ଲଢ଼ୁଆ ବିମାନ ଏମିତି ଏକ ଲଢ଼ୁଆ ବିମାନ ଯେ, ଯାହାକି ୨୫୦୦ କିଲୋମିଟର ପ୍ରତିଘଣ୍ଟା ସ୍ପୀଡ଼ରେ ଉଡାଣ ଭରି ପାରିବ। ବର୍ତ୍ତମାନ ଚୀନ ପାଖରେ ଏମିତି ୨୫୦ରୁ ଅଧିକ ଶେନୟାଙ୍ଗ J11/16 ଲଢ଼ୁଆ ବିମାନ ରହିଛି। ଏହି ବିମାନରେ ୩୦ ମିଲିମିଟରର ତୋପ ଲଗାଯାଇଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *