ଭାରତରେ ୧୭.୬ ଲକ୍ଷ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସି ସାରିଛି। ସେପଟେ କରୋନା ମହାମାରୀକୁ ନେଇ ଅନେକ ପ୍ରକାରର ଦାବି ମଧ୍ୟ କରାଯାଉଛି। ବର୍ତ୍ତମାନ କୁହାଯାଉଛି ଯେ, ଟିବି ଅଥବା ଯକ୍ଷ୍ମା ରୋଗ ପାଇଁ ବ୍ୟବହୃତ ବିସିଜି ଟୀକା ପ୍ରୟୋଗ ଦ୍ୱାରା କରୋନା ସଂକ୍ରମଣର ହାର ହ୍ରାସ ପାଇ ପାରିବ। ଆମେରିକାର ରିସର୍ଚ୍ଚ ପେପର ଦାବି କରିଛି ଯେ, ବିସିଜି ଟୀକା କୌଣସି କମ୍ୟୁନିଟିରେ ପ୍ରଥମ ୩୦ ଦିନ ପାଇଁ ସଂକ୍ରମଣର ପ୍ରସାର ମନ୍ଥର କରିଦେଇଥାଏ।
ଆମେରିକା ଏସୋସିଏସନ ଫୋର ଦ ଆଡଭାନ୍ସମେଣ୍ଟ ଅଫ୍ ସାଇନ୍ସର ରିସର୍ଚ୍ଚ ସାଇନ୍ସ ଆଡଭାନ୍ସ ନାମକ ଏକ ଜର୍ଣ୍ଣାଲ ଛପା ଯାଇଛି। ଏଥିରେ କୁହାଯାଇଛି ଯେ, ଯେଉଁ ଦେଶରେ ବିସିଜି ଟୀକା ଅନିର୍ବାର୍ଯ୍ୟ ରହିଛି, ସେଠାରେ କରୋନା ମହାମାରୀ ସଂକ୍ରମଣର ପ୍ରଥମ ୩୦ ଦିନରେ ବହୁତ କମ ଆକ୍ରାନ୍ତ ଏବଂ ମୃତ୍ୟୁ ହାର ଫାଇଲ କରାଯାଇଛି।
ଆମେରିକାରେ କେବଳ ଏତିକି ପରିମାଣରେ ମୃତ୍ୟୁ ହୋଇଥାନ୍ତା:
ଏକ ଗବେଷଣା ମୁତାବକ, ଯଦି ଆମେରିକାରେ ବିସିଜି ଟୀକାକୁ ଏକ ଦଶକ ପୂର୍ବରୁ ଅନିର୍ବାର୍ଯ୍ୟ କରାଯାଇଥାନ୍ତା ତେବେ ସେଠାରେ କରୋନା ମହାମାରୀ ସଂକ୍ରମଣର ପ୍ରଥମ ୩୦ ଦିନ ମଧ୍ୟରେ ଅର୍ଥାତ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ କରୋନା ମୃତ୍ୟୁ ସଂଖ୍ୟା ମାତ୍ର ୪୬୮ ରହିଥାନ୍ତା। ଆମେରିକାରେ ଆଜିର ତାରିଖ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତରେ ୨,୪୬୭ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା।
କେତେକ ସଂକ୍ରମଣାତ୍ମକ ରୋଗରୁ ରକ୍ଷା କରିଥାଏ ବିସିଜି ଟୀକା:
ଭାରତ ଏବଂ ଚୀନ ପରି କେତେକ ଦେଶରେ ବିସିଜିର ଟୀକାକରଣ କରାଯାଇଥାଏ। ସେହି କାରଣରୁ ଏହି ଦେଶ ଗୁଡିକରେ କରୋନା ସଂକ୍ରମଣ ଜିନିତ ମୃତ୍ୟୁ ହାର ଅନ୍ୟ ଦେଶର ମୃତ୍ୟୁ ହାର ତୁଳନାରେ କମ ରହିଛି। ଡାକ୍ତର ମାନଙ୍କ କହିବା ଅନୁଯାୟୀ, ବିସିଜି ଟୀକା ଅନେକ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ। କରୋନା ଭାଇରସର ପ୍ରଚାର ଦିନ ଠାରୁ ହିଁ ବିସିଜି ଟୀକାର ପ୍ରଭାବକୁ ନେଇ ଚର୍ଚ୍ଚା କରାଯାଇ ଆସୁଛି। ମାତ୍ର କିଛି ଡାକ୍ତର ଏଥିରେ ବିଶ୍ୱାସ କରୁନାହାନ୍ତି ଯେ, ବିସିଜି ଟୀକା କରୋନା ଭାଇରସ ଠାରୁ ଶରୀରକୁ ରକ୍ଷା କରି ପାରିବ।
ବର୍ତ୍ତମାନ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ନୂତନ ମାମଲା ସାମ୍ନାକୁ ଆସିଛି। ଏହି ସଂଖ୍ୟା ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ମିଳିଥିବା ସବୁଠୁ ଅଧିକ କରୋନା ସଂକ୍ରମଣ ସଂଖ୍ୟା। କେବଳ ଜୁଲାଇ ମାସରେ ୧୧.୧ ଲକ୍ଷ ଲୋକ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬.୯୭ ଲକ୍ଷ ଲୋକ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୦.୯୫ ଲକ୍ଷ ଲୋକ ସୁସ୍ଥ ହୋଇ ଫେରିଛନ୍ତି। ପାଖାପାଖି ୫.୬୪ ଲକ୍ଷ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ମାତ୍ର କରୋନା ସଂକ୍ରମଣ କାରଣରୁ ୩୬୫୫୧ ସଂଖ୍ୟାର ଲୋକ ପ୍ରାଣ ହରାଇ ସାରିଛନ୍ତି।