ପୃଥିବୀ ବ୍ୟତୀତ ଆଉ ଏକ ଦୁନିଆ ରହିଛି, ଏହାକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇ ଆସୁଛି। ଆପଣ ଅନେକ ଚଳଚ୍ଚିତ୍ର ଦେଖିଥିବେ ଯେଉଁଥିରେ ଏଲିଏନ୍ସ ଏବଂ UFO ସମ୍ବନ୍ଧିତ କାହାଣୀ ଦେଖାଇଥାନ୍ତି। ଏଥିସହିତ ମଝିରେ ମଝିରେ ଦୁନିଆର ଏମିତି କିଛି ଖବର ଆସିଥାଏ ଯେଉଁଥିରେ କେତେବେଳେ ଏଲିଏନ୍ସ ଦେଖାଦେଇଥାନ୍ତି ତ ଆଉ କେତେବେଳେ ଆକାଶରେ UFO ଦେଖିବାକୁ ମିଳିଥାଏ।
୨୦୨୦ ମସିହାରେ ଏମିତି କେତେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ହିଁ ଚୀନ ଆକାଶରେ ଚମକୁଥିବା କିଛି ଜିନିଷ ସେଠାକାର ଲୋକ ମାନଙ୍କ ଦୃଷ୍ଟିକୁ ଆସିଥିଲା, ଯାହାକୁ ନେଇ ସେଠାରେ ହଲଚଲ ସୃଷ୍ଟି ହୋଇ ଯାଇଥିଲା। କରୋନା ସମୟରେ ଚୀନ ଆକାଶରେ ଏପରି ଚମକୁଥିବା ଜିନିଷ ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହାର ଫୋଟୋ ଚିତ୍ର ଭାଇରାଲ ହେବାରେ ଲାଗିଛି। ଲୋକମାନେ ଆକାଶରେ ଏପରି ଏକ ଜିନିଷ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି। କେହି କେହି ଏହାକୁ UFO କହୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ଅନ୍ୟ ଦୁନିଆ ଦ୍ୱାରା ଆମ ଦୁନିଆ ଉପରେ ହେବାକୁ ଥିବା ଆକ୍ରମଣର ସିଗନାଲ ବୋଲି କହିଛନ୍ତି।
ଚୀନର ଶେନଜେନରେ ଲୋକମାନେ ହଠାତ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେତେବେଳେ ସେମାନେ ଆକାଶରେ କିଛି ଚମକୁଥିବା ପରି ଜିନିଷ ଦେଖିଥିଲେ। ରାତିର ଅନ୍ଧାରରେ ଲୋକମାନଙ୍କ ନଜର ସେହି ଜିନିଷ ଉପରେ ପଡିଥିଲା। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ।
ସୋସିଆଲ ମିଡିଆରେ ଏହାର ଭିଡ଼ିଓ ଦୃତ ଗତିରେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡ଼ିଓରେ ଚୀନର ଶେନଜେନ ଆକାଶରେ କିଛି ଚମକୁଥିବା ପରି ପଦାର୍ଥ ଦେଖିବାକୁ ମିଳୁଛି।
ଭିଡ଼ିଓରେ ଏପରି ଦୃଶ୍ୟ ଦେଖୁଥିବା ସମୟରେ ଆପଣମାନେ ଶୁଣି ପାରିବେ ଯେ, ଜଣେ ବ୍ୟକ୍ତି ଅଚାନକ ପାଟିକରି ଉଠି କହିଛନ୍ତି ଆକାଶରେ ଦେଖାଯାଉଥିବା ଏହି ଜିନିଷଟି UFO ଅଟେ। ଏହା ଏକ ସ୍ତବ୍ଧ କରିଦେବା ପରି ଘଟଣା।
ଯେମିତି ଏହି ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରାଗଲା ସେହି ମୁହୂର୍ତ୍ତରେ ଲୋକ ମାନଙ୍କ ଭିତରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହି ଭିଡ଼ିଓ ପରେ ସେଠାରେ ହଲଚଲ ସୃଷ୍ଟି ହୋଇଗଲା।
ଦେଖିବା ମାତ୍ରେ ଆଖି ପଂଚୁଳକେ ଏହା ଚୀନର ବିବୋ ସୋସିଆଲ ମିଡ଼ିଆରୁ ଟ୍ୱିଟରରେ ମଧ୍ୟ ଭାଇରାଲ ହୋଇଯାଇଥିଲା। ଏଥିରେ ଆକାଶର କେତେକ ଛୋଟ ଛୋଟ ଆଲୋକ ନଜର ଆସୁଥିଲା।
ଭିଡ଼ିଓ ଦେଖି କିଛି ଲୋକ କମେଣ୍ଟ କରି କହିଛନ୍ତି ଯେ, ସମଗ୍ର ଦୁନିଆରେ କରୋନା ସଂକ୍ରମଣ କାରଣରୁ UFO ଗୁଡିକ ତଳକୁ ଉଲ୍ଲାଇ ଏଲିଏନ୍ସ ଆକ୍ରମଣ କରିବାକୁ ଚାହୁଁଛନ୍ତି।
ମାତ୍ର ସେଠାକାର ଆଞ୍ଚଳିକ ପାଣିପାଗ ବିଭାଗ କହିଛନ୍ତି ଯେ, ଏହା ଆକାଶରେ ଥିବା ଲାଇଟ ଗୁଡିକର ରିଫ୍ଲେଟିଙ୍ଗ ଏଲିମେଣ୍ଟସ କାରଣରୁ ଏପରି ଚମକୁଥିବା ପଦାର୍ଥ ପରି ଆକାଶରେ ଦୃଶ୍ୟମାନ ହେଉଛି। ଏଥିସହିତ କୌଣସି ପ୍ରକାରର ଏଲିଏନ୍ସ କିମ୍ବା UFOର ସମ୍ବନ୍ଧ ନାହିଁ।