ସୁଶାନ୍ତ ନିଜେ କହୁଥିଲେ ସେମାନେ ମୋତେ ଛାଡିବେନି। ସୁଶାନ୍ତ ଏପରି କଥା ସେତେବେଳେ କହିଥିଲେ ଯେତେବେଳେ ସେ ଦିଶା ସାଲିଆନଙ୍କ ମୃତ୍ୟୁ ଖବର ପାଇଥିଲେ। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜରର ଦେହ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ କାମ କରୁଥିବା ଦିଶା ସାଲିଆନଙ୍କର ୮ ଜୁନରେ ମୃତ୍ୟୁ ହୋଇଥିଲା। ଏହାପର ଠାରୁ ହିଁ ସୁଶାନ୍ତ ଅତ୍ୟଧିକ ଡରି ଯାଇଥିଲେ। ନିଜ ଭଉଣୀ ଏବଂ ଭିଣୋଇଙ୍କୁ କଲ କରିଥିଲେ। ଏଥିରୁ ଜଣାପଡୁଛି ଯେ, ସୁଶାନ୍ତଙ୍କୁ କେହିଁ ଡରାଉଥିଲେ। ଏହାମଧ୍ୟ କୁହାଯାଉଛି ସୁଶାନ୍ତଙ୍କୁ ଡ଼ରାଇ ମାରିଦେବାର ଷଡ଼ଯନ୍ତ୍ର କରାଯାଇଥିଲା। ଏହି ସମସ୍ତ ଷଡଯନ୍ତ୍ର କେବଳ ସିଦ୍ଧାର୍ଥ ପଟାନୀ ଏବଂ ରିୟା ଚକ୍ରବର୍ତ୍ତୀଙ୍କର ଥିଲା ନା ଏଥିରେ ଆହୁରି କେହି ସାମିଲ ରହିଥିଲେ।
ସୁଶାନ୍ତଙ୍କୁ ନେଇ ମିତୁ ଅନେକ ଖୁଲାସା କରିଛନ୍ତି। ସ୍ମିତା ନିଜେ ମିତୁଙ୍କ ସହିତ ସବୁବେଳେ କଥା ହେଉଥିଲେ। ସେ ମିତୁ ଏବଂ ସୁଶାନ୍ତଙ୍କ ସହିତ ସୁଶାନ୍ତଙ୍କ ପରିବାର ସହ ମଧ୍ୟ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଗାତର ସମ୍ପର୍କରେ ଥିଲେ। ୮ ଜୁନ ସକାଳୁ ସୁଶାନ୍ତଙ୍କ ଘର ଛାଡ଼ି ଦେଇଥିଲେ ରିୟା। ଯିବାବେଳେ ଦୁଇଟି ବଡ଼ ସୁଟକେସରେ ବହୁତ ଜିନିଷ ପୁରାଇ ନେଇଯାଇଥିଲେ ରିୟା। ସ୍ମିତାଙ୍କ ମୁତାବକ ସେହି ବ୍ୟାଗ ଏବଂ ଜିନିଷ ଏତେ ଅଧିକ ଥିଲା ଯେମିତି ଲୋକ ଘର ବଦଇବା ବେଳେ ନେଇଥାନ୍ତି। ଅର୍ଥାତ ସୁଶାନ୍ତଙ୍କ ସହିତ ରିୟା ଚକ୍ରବର୍ତ୍ତୀ ବ୍ରେକଅପ କରିନେଇଥିଲେ ଏବଂ ଘର ଛାଡି ଚାଲି ଯାଇଥିଲେ।
ରିୟାଙ୍କ ଯିବା ପରେ ମଧ୍ୟ ସୁଶାନ୍ତ ବହୁତ ଖୁସିରେ ଥିଲେ। ଏନେଇ ସୁଶାନ୍ତ ଦୁଃଖିତ ନଥିଲେ। ୮ ଜୁନ ଅପରାହ୍ନ ପରେ ସୁଶାନ୍ତଙ୍କ ଭଉଣୀ ମିତୁ ମଧ୍ୟ ସୁଶାନ୍ତଙ୍କ ପାଖରେ ପହଞ୍ଚି ଯାଇଥିଲେ। ସୁଶାନ୍ତ ଅତ୍ୟନ୍ତ ଖୁସିରେ ମିତୁ ସହିତ କଥା ହୋଇଥିଲେ ଏବଂ ଖାଇଥିଲେ। ୮ ଜୁନରେ ରିୟାଙ୍କ ଯିବା ପରେ ସୁଶାନ୍ତ ଖୁସିଥିଲେ ମାତ୍ର ସେହି ଦିନ ସନ୍ଧ୍ୟାରେ ଦିଶା ସାଲିଆନଙ୍କ ମୃତ୍ୟୁ ଖବର ଆସିଥିଲା। ଏହାପର ଠାରୁ ସୁଶାନ୍ତ ବହୁତ ଡରିବାକୁ ଲାଗିଲେ। ସ୍ମିତା ପ୍ରକାଶ କରିଥିଲେ ଯେ, ସୁଶାନ୍ତ ତାଙ୍କ ଭଉଣୀ ମିତୁଙ୍କୁ ଲଗାତର କହୁଥିଲେ ଯେ, ଏବେ ସେମାନେ ମୋତେ ଛାଡିବେ ନାହିଁ। ସେମାନେ ମୋତେ ମଧ୍ୟ ମାରିଦେବେ। ମିତୁ ଅନେକଥର ପଚାରିଥିଲେ, ସୁଶାନ୍ତ କାହିଁକି ଏତେ ଡ଼ରୁଛ, କିଏ ସେହି ଲୋକମାନେ। ମାତ୍ର ସୁଶାନ୍ତ କିଛି କହି ନଥିଲେ।
୮ ଜୁନକୁ ପ୍ରଥମେ ରିୟା ଚାଲିଯାଇଥିଲେ, ଦିଶା ସାଲିଆନଙ୍କ ମୃତ୍ୟୁ ଖବର ମିଳିଥିଲା ଏହାପରେ ସୁଶାନ୍ତ ବହୁତ ଡ଼ରିବା ଆରମ୍ଭ କରିଦେଇଥିଲେ ଯିଏକି ଅନେକ କିଛି ରହସ୍ୟ ଜାଣିଥିଲେ। ସୁଶାନ୍ତ ୧୧ ଜୁନକୁ ତାଙ୍କ ଚଣ୍ଡିଗଡ଼ ଭଉଣୀଙ୍କୁ କଲ କରିଥିଲେ ଏବଂ କହିଥିଲେ ମୋତେ ଚଣ୍ଡିଗଡ଼ ନେଇଯାଉ ମୁଁ ମୁମ୍ବାଇ ଛାଡିବାକୁ ଚାହୁଁଛି।
୧୨ ଜୁନରେ ମିତୁ କୌଣସି କାମରେ ସୁଶାନ୍ତଙ୍କ ଫ୍ଲାଟରୁ ନିଜ ଫ୍ଲାଟକୁ ଚାଲି ଯାଇଥିଲେ। ଏହାପରେ ମିତୁ ୧୪ ଜୁନ ଅପରାହ୍ନରେ ଫେରିବା ପରେ ଉଭୟ ସୁଶାନ୍ତ ଏବଂ ମିତୁ କିଛି ଫ୍ୟାମିଲି ଟାଇମ ବିତାଇବାର ପ୍ଲାନିଙ୍ଗ ରହିଥିଲା। ମାତ୍ର ଦୁଇଦିନ ସୁଶାନ୍ତଙ୍କ ସହିତ ନଥିଲେ ମିତୁ କିନ୍ତୁ ସେ ଲଗାତର ସୁଶାନ୍ତଙ୍କ ସହିତ ସମ୍ପର୍କରେ ଥିଲେ। ପ୍ରତ୍ୟେକ ଦୁଇରୁ ତିନି ଘଣ୍ଟାରେ ସୁଶାନ୍ତଙ୍କୁ କଲ କିମ୍ବା ମେସେଜରେ କଥା ହେଉଥିଲେ ମିତୁ। ୧୩ ଜୁନ ଦ୍ୱିପ୍ରହର ପର୍ଯ୍ୟନ୍ତ ମଧ୍ୟ ସବୁକିଛି ଠିକ ଥିଲା।
ମାତ୍ର ୧୩ ଜୁନ ସନ୍ଧ୍ୟାରେ ସୁଶାନ୍ତଙ୍କ ସହିତ କଲ କରି କଥା ହେବାକୁ ଚେଷ୍ଟା କରିଥିଲେ ମିତୁ ମାତ୍ର ସୁଶାନ୍ତ କଲ ଉଠାଇ ନଥିଲେ। ମିତୁଙ୍କ ମେସେଜର ଉତ୍ତର ମଧ୍ୟ ଦେଇ ନଥିଲେ ସୁଶାନ୍ତ। ସେତେବେଳେ ମିତୁ ଭାବିଥିଲେ ବୋଧ ହୁଏ ସୁଶାନ୍ତ ଶୋଇଯାଇଛନ୍ତି ସେଥିପାଇଁ ଅଧିକ ଥର କଲ କରି ନଥିଲେ। ଏହା ପରଦିନ ଜୁନ ୧୪ ତାରିଖ ଦିନ ସକାଳୁ ମଧ୍ୟ ମିତୁ ସୁଶାନ୍ତଙ୍କୁ କଲ କରିଥିଲେ ମାତ୍ର ସେ ଉଠାଇ ନଥିଲେ। ତେବେ ସୁଶାନ୍ତ ଏପରି କେବେ କରନ୍ତି ନାହିଁ। ଏହାପରେ ସୁଶାନ୍ତଙ୍କ ଦିଲ୍ଲୀରେ ଥିବା ଭଉଣୀ ତାଙ୍କୁ କଲ କରିଥିଲେ ହେଲେ ସୁଶାନ୍ତ କଲ ଉଠାଇ ନଥିଲେ। ଆଉଥରେ କଲ କରିବାରୁ ସୁଶାନ୍ତଙ୍କ ଚାକର କଲ ଉଠାଇଥିଲେ। ସେ କହିଲେ ଯେ ସର୍ ଭିତରକୁ ଚାଲିଯାଇଛନ୍ତି ଏବଂ ଫୋନ ବାହାରେ ରଖିଦେଇ ଯାଇଛନ୍ତି।
ଏହାଛଡା ସ୍ମିତା କହିଛନ୍ତି ଯେ, ସୁଶାନ୍ତ କଲ ନଉଠାଇବାରୁ ମିତୁ ବହୁତ ଡରି ଯାଇଥିଲେ। ସେ ଜୁନ ୧୪ ତାରିଖ ସକାଳୁ ଆଉ କ୍ୟାବକୁ ଅପେକ୍ଷା ନକରି ଆଟୋ ଧରି ସୁଶାନ୍ତଙ୍କ ଘରକୁ ବାହାରି ଯାଇଥିଲେ। ଯେତେବେଳେ ସେ ସୁଶାନ୍ତଙ୍କ ଘର ଠାରୁ ମାତ୍ର ୧୫ ରୁ ୧୨ ମିନିଟ ଦୂରରେ ଥିଲେ ସେତେବେଳେ ତାଙ୍କୁ ସିଦ୍ଧାର୍ଥ ପଟାନିଙ୍କ କଲ ଆସିଥିଲା। ସିଦ୍ଧାର୍ଥ କହିଥିଲେ ଯେ ସୁଶାନ୍ତ ଫାଶୀ ଲଗାଇ ନେଇଛନ୍ତି। ମିତୁ ସେଠାରେ ପହଞ୍ଚିବା ବେଳକୁ ସେ ଦେଖିଲେ ଯେ, କବାଟ ଖୋଲି ସୁଶାନ୍ତଙ୍କୁ ବେଡ ଉପରେ ଶୁଆଇ ଦିଆ ଯାଇଛି।
ତେବେ ଘରକୁ ଚାବି ଵାଲାକୁ ଡ଼କାଯାଇଥିଲା। ଚାବିବାଲା କହିଥିଲେ ଯେ, ନୂତନ ଚାବି ବନାଇବା ପାଇଁ ୧ ଘଣ୍ଟା ଲାଗିବ ଏବଂ ଚାବି ଭାଙ୍ଗିବା ପାଇଁ ୩ ମିନିଟ ଲାଗିବ। ଏହା ଶୁଣିବା ପରେ ସିଦ୍ଧାର୍ଥ ପଟାନୀ ଚାବି ଭାଙ୍ଗିବାକୁ କହିଥିଲେ। ଚାବି ଭାଙ୍ଗିବା ବେଳକୁ ସୁଶାନ୍ତଙ୍କ ଭଉଣୀ ମିତୁ ସେଠାରେ ପହଞ୍ଚି ନଥିଲେ। ମାତ୍ର ଚାବି ଭାଙ୍ଗିବା ପରେ ତୁରନ୍ତ ସୁଶାନ୍ତଙ୍କୁ ନଦେଖି ଚାବିଵାଲାକୁ ବାହାର କରି ଦିଆଯାଇଥିଲା ଏବଂ ତାଙ୍କ ଚାଲିଯିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା। ଯେମିତିକି ସିଦ୍ଧାର୍ଥ ଜାଣିଥିଲେ ଭିତରେ କଣ ହୋଇଛି। ସୁଶାନ୍ତଙ୍କ ରୁମ ଚାବି ଭାଙ୍ଗିବା ପରେ ଭିତରକୁ ଯିବା ପ୍ରଥମ ତିନି ଜଣ ବ୍ୟକ୍ତି ସିଦ୍ଧାର୍ଥ, ଚାକର ଦିପେଶ ଏବଂ ଚାକର ନିରଜ ଥିଲେ। ପ୍ରଥମେ ସିଦ୍ଧାର୍ଥ ତାଙ୍କ ପଛରେ ଦିପେଶ ଏବଂ ତାଙ୍କ ପଛରେ ନିରଜ ରହିଥିଲେ।
ସୁଶାନ୍ତଙ୍କ ଚାକର ମିତୁଙ୍କୁ କଲ କରି କହିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିନେଇଛନ୍ତି ସେତେବେଳେ ମିତୁ, ସୁଶାନ୍ତଙ୍କ ଘର ଠାରୁ ମାତ୍ର ୧୦ ମିନିଟ ଦୂରରେ ଥିଲେ। କିନ୍ତୁ ସିଦ୍ଧାର୍ଥ ଏହି ଅବସରରେ ସୁଶାନ୍ତଙ୍କୁ ବେଡ଼ ଉପରକୁ ଉଲ୍ଲାଇ ଦେଲେ ମିତୁଙ୍କ ଅପେକ୍ଷା କରି ନଥିଲେ। ସିଦ୍ଧାର୍ଥ ପୋଲିସ କୁ ଜଣାଇଥିଲେ ନା ମିତୁଙ୍କୁ ଅପେକ୍ଷା କରିଥିଲେ ବାଶ ନିଜେ ସୁଶାନ୍ତଙ୍କୁ ତଳକୁ ଉଲ୍ଲାଇବାର ନିଷ୍ପତ୍ତି ନେଇଯାଇଥିଲେ।