ସାରା ବିଶ୍ୱରେ କରୋନାର ଭୟ ଏତେ କି, ଏହି ବ୍ୟକ୍ତି ଜଣଙ୍କ ୧୪ ଲକ୍ଷ ଟଙ୍କା କୁ ୱାଶିଙ୍ଗ ମେସିନରେ ଧୋଇ ଓଭାନରେ ଶୁଖାଇଲେ

କରୋନା ମହାମରୀ ଭାରତ ସମେତ ବିଶ୍ଵର ଅନେକ ଦେଶରେ ଭୟଙ୍କର ସ୍ଥିତି ଉପୁଜାଇଛି। କରୋନା ପରି ବିଶ୍ୱ ମହାମାରୀ ସହିତ ଲଢ଼ିବା ପାଇଁ ଲୋକମାନେ ଅନେକ ସାବଧାନତା ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେ, ଜଣେ ବ୍ୟକ୍ତି କରୋନା ଭୟରେ ବହୁତ ସଂଖ୍ୟାର ନୋଟ ୱାଶିଙ୍ଗ ମେସିନରେ ଧୋଇ ପକାଇଛନ୍ତି।

ଦକ୍ଷିଣ କୋରିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ସେଠାକାର ସ୍ଥାନୀୟ ମିଡ଼ିଆ ମୁତାବକ, ଦକ୍ଷିଣ କୋରିଆରେ ସିୟୋଲ ପାଖରେ ଅଂସନ ନାମକ ସହରରେ ରହୁଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଭୟରେ ନିଜର ସବୁ ଟଙ୍କାକୁ ସଂକ୍ରମଣ ବିହୀନ କରିବା ପାଇଁ ୱାଶିଙ୍ଗ ମେସିନରେ ପକାଇ ଧୋଇ ଦେଇଥିଲେ। ସେ ପାଖାପାଖି ୧୪ ଲକ୍ଷ ଟଙ୍କା ୱାଶିଙ୍ଗ ମେସିନରେ ପକାଇ ଦେଇଥିଲେ। ଏହାପରେ ନୋଟ ଗୁଡ଼ିକୁ ଶୁଖାଇବା ପାଇଁ ସେ ଏହାକୁ ଓଭାନରେ ରଖିଥିଲେ, ଯାହାଦ୍ୱାରା ଅନେକ ନୋଟ ଜଳି ଯାଇଥିଲା।

ବ୍ୟକ୍ତିଙ୍କର ନୋଟକୁ ସଂକ୍ରମଣ ବିହୀନ କରିବାର ଉପାୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଅଧିକାରୀ କହିବା କଥା ଯେ, ଏହାଦ୍ବାରା ବ୍ୟକ୍ତିଙ୍କର ଅନେକ କ୍ଷତି ହୋଇଥିଲା। ସେ ଲହିଥିଲେ ଯେ ଅଧିକାଂଶ ନୋଟ ଗମ୍ଭୀର ରୂପେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଏହାପରେ ସେହି ବ୍ୟକ୍ତି ବ୍ୟାଙ୍କ ଅଫ୍ କୋରିଆରେ ଏହା ଜାଣିବା ପାଇଁ ପହଞ୍ଚିଥିଲେ ଯେ, ନୂଆ ବିଲ୍ ପାଇଁ ଏହି ନୋଟ ଗୁଡ଼ିକୁ ବଦଳାଇ ଯାଇ ପାରିବ କି ନାହିଁ।

ବ୍ୟାଙ୍କ ଅଫ୍ କୋରିଆ ତାଙ୍କୁ ଜଣାଇ ଦେଇଥିଲେ ଯେ, କ୍ଷତିଗ୍ରସ୍ତ ଏବଂ କଟା ଫଟା ନୋଟ ବଦଳାଇବା ନିୟମ ଅନ୍ତର୍ଗତ କରାଯିବ। ଯାହାପରେ ବ୍ୟାଙ୍କ ଅଫ୍ କୋରିଆ ନିୟମ ଅନୁସାରେ, ବ୍ୟକ୍ତିଙ୍କୁ ୨୩ ମିଲିୟନ ଡ଼ଲାର ( ୧୯,୩୨୦)ର ନୂତନ କରେଂସୀ ପ୍ରଦାନ କରିଥିଲେ।

ବ୍ୟାଙ୍କ ଅଧିକାରୀ ୱାଓନ କହିଛନ୍ତି ଯେ, ଆମେ ଯୁବକଙ୍କ କିଛି ନୋଟ ବଦଳାଇ ପାରିଲୁ ନାହିଁ କାରଣ ଏଗୁଡ଼ିକ ବହୁତ ପରିମାଣରେ ନଷ୍ଟ ହୋଇଯାଇଥିଲା ମାତ୍ର ଅବଶିଷ୍ଟ ନୋଟକୁ ନିୟମ ଅନ୍ତର୍ଗତ ବଦଳାଇ ଦେଇଛୁ। ବ୍ୟାଙ୍କ ଅଧିକାରୀଙ୍କ କହିବା କଥା ଯେ, ଏପରି ମାମଲାରେ ଜଣେ ବ୍ୟକ୍ତି ବ୍ୟାଙ୍କରେ ନୋଟ ବଦଳାଇ କେତେ ଟଙ୍କା ପ୍ରାପ୍ତି କରି ପାରିବ ତାହା କ୍ଷତିର ସୀମା ଉପରେ ନିର୍ଭର କରିଥାଏ। କ୍ଷତିର ପରିମାଣ ଯେତେ କମ ରହିବ ବ୍ୟାଙ୍କ ନୂତନ ମୁଦ୍ରା ପ୍ରଦାନ କରିବାକୁ ସକ୍ଷମ ହୋଇ ପାରିବ।

ବ୍ୟକ୍ତିଙ୍କ ପରିଚୟ କେବଳ ପରିବାରର ନାମ ହେଓଏମରୁ ହୋଇଛି। ବ୍ୟାଙ୍କର ଅଧିକାରୀଙ୍କ ଗୋପନୀୟତା ନିୟମ କାରଣରୁ ଅନ୍ୟ କୌଣସି ବ୍ୟକ୍ତିଗତ ବିବରଣୀ ଦେଇନାହାନ୍ତି। ବର୍ତ୍ତମାନ ଯୁବକ ଜଣକଙ୍କ ଟଙ୍କାକୁ ସଂକ୍ରମଣ ବିହୀନ କରିବାର ଉପାୟ ଚର୍ଚ୍ଚାର ବିଷୟ ପାଲଟିଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଲାଇକ ଓ ଶେୟର ନିଶ୍ଚିନ୍ତ କରନ୍ତୁ |

Leave a Reply

Your email address will not be published. Required fields are marked *