ବର୍ତ୍ତମାନ କୋଟାକ ମହିନ୍ଦ୍ରା ବ୍ୟାଙ୍କରୁ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟ ପେପରର ବିବରଣୀ ସାମ୍ନାକୁ ଆସି ଯାଇଛି। ଏଥିରେ କୁହାଯାଇଛି ଯେ, ପାଞ୍ଚ ଥର ପୂଜା ନାମରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି। ଏହାକୁ ସୁଶାନ୍ତଙ୍କ ପରିବାର ଲୋକ ଯାଦୁ ଟୋନାର ନାମ ଦେଇଛନ୍ତି। ମାତ୍ର ୨୦୧୯, ଅଗଷ୍ଟ ବେଳକୁ ପୂଜା କିମ୍ବା ଯାଦୁ ଟୋନା ନାମରେ ଟଙ୍କା ଉଠାଇବା ବନ୍ଦ ହୋଇଯାଇଥିଲା।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବର୍ତ୍ତମାନ ଏକ ଭିନ୍ନ ଦୃଷ୍ଟି କୋଣ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ପରିବାର ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି। ସୁଶାନ୍ତଙ୍କ ପିତା କେ କେ ସିଂଙ୍କ ଅରୋପ ମୁତାବକ ରିୟା ତାଙ୍କ ପୁଅ ସୁଶାନ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡ଼ପ କରିବା ସହିତ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ଏଥିସହିତ ପରିବାର ଲୋକ ଏହା ମଧ୍ୟ ଆରୋପ ଆଣିଛନ୍ତି ଯେ ସୁଶାନ୍ତଙ୍କ ଉପରେ ଯାଦୁ ଟୋନା କରୁଥିଲେ ରିୟା। ବର୍ତ୍ତମାନ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ
ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ତିନି ଥର ତାଙ୍କ ଆକାଉଣ୍ଟରୁ ପୂଜା ସାମଗ୍ରୀ କିଣିବା ପାଇଁ ଟଙ୍କା ନିଷ୍କାସିତ କରାଯାଇଛି। ଏହାଛଡା ଥରେ ଟଙ୍କା ଉଠାଇ ପଣ୍ଡିତଙ୍କୁ ମଧ୍ୟ ଦିଆଯାଇଛି। ସୁଶାନ୍ତଙ୍କ ପରିବାର ଲୋକଙ୍କ କହିବା କଥା ଯେ, ଏହି ଟଙ୍କାରେ ରିୟା ତାଙ୍କ ପୁଅ ଉପରେ ଯାଦୁ ଟୋନା କରୁଥିଲେ।
ବର୍ତ୍ତମାନ କୋଟାକ ମହିନ୍ଦ୍ରା ବ୍ୟାଙ୍କରୁ ସୁଶାନ୍ତଙ୍କ ଆକାଉଣ୍ଟ ପେପର ସାମ୍ନାକୁ ଆସୁଛି। ଏଥିରେ କୁହାଯାଇଛି ଯେ, ୫ ଥର ପୂଜାର କଥା କହି ଟଙ୍କା ଉଠାଯାଇଥିଲା। ଏହି ପୂଜାକୁ ସୁଶାନ୍ତଙ୍କ ପରିବାର ଯାଦୁ ଟୋନା କହିଛନ୍ତି। ମାତ୍ର ଅଗଷ୍ଟ ୨୦୧୯ ବେଳକୁ ପୂଜା ବା ଯାଦୁ ଟୋନା ନାମରେ ଟଙ୍କା ଉଠାଇବା ବନ୍ଦ ହୋଇଯାଇଥିଲା।
ପୂଜା ନାମରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଉଠାଯାଇଥିବା ଟଙ୍କା:
୧୪ ଜୁଲାଇ,୨୦୧୯ – ୪୫,୦୦୦ ଟଙ୍କା, ୨୨ ଜୁଲାଇ, ୨୦୧୯ – ୫୫,୦୦୦ ଟଙ୍କା, ୩୬,୦୦୦ ଟଙ୍କା, ୨ ଅଗଷ୍ଟ, ୨୦୧୯ – ୮୬,୦୦୦ ଟଙ୍କା, ୮ ଅଗଷ୍ଟ, ୨୦୧୯ – ୧୧,୦୦୦ ଟଙ୍କା, ୧୫ ଅଗଷ୍ଟ, ୨୦୧୯ – ୬୦,୦୦୦ ଟଙ୍କା, ଏହି ଟଙ୍କା ନିଷ୍କାସିତ କରିବା ପରେ କେବେ କୌଣସି ପୂଜା କରାଯାଇ ନଥିଲା।
ଏହାପରେ ସୁଶାନ୍ତ ସିଂ ରାଜପୁତଙ୍କ CA ମଧ୍ୟ ଅନେକ ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ସୁଶାନ୍ତଙ୍କ ପିତାଙ୍କ ଦ୍ୱାରା କରାଯାଇଥିବା ଦାବିର ବିପରିତ ସୁଶାନ୍ତଙ୍କ ଆକାଉଣ୍ଟରୁ ଏତେ ପରିମାଣର ଟଙ୍କା ଲେଣଦେଣ କରାଯାଇ ନାହିଁ। ସୁଶାନ୍ତଙ୍କ ପରିବାର ଯେତେ ଟଙ୍କା ଦାବି କରିଛନ୍ତି ସୁଶାନ୍ତଙ୍କ ଆକାଉଣ୍ଟରେ ମଧ୍ୟ ସେତିକି ଟଙ୍କା ନାହିଁ। CA ସନ୍ଦିପ ଶ୍ରୀଧରଙ୍କ କହିବା ମୁତାବକ ରିୟାଙ୍କ ଖାତାକୁ ପଠାଯାଇଥିବା ଏକ ହଜାର ଟଙ୍କା ଏବଂ ରିୟାଙ୍କ ମାଆ ଦ୍ୱାରା ପଠାଯାଇଥିବା ୩୩୦୦୦ ଟଙ୍କାକୁ ଛାଡିଦେଲେ କୌଣସି ବଡ଼ ଟ୍ରାନଜାକସନ କରାଯାଇ ନାହିଁ।
ସନ୍ଦିପ କହିଛନ୍ତି ଯେ, ସୁଶାନ୍ତ ଏକ ଫିଲ୍ମ ଅଭିନେତା ଥିବାରୁ ତାଙ୍କ ଲାଇଫ ଷ୍ଟାଇଲ ମେଣ୍ଟେନ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ଜିନିଷ କିଣିବା, ଘର ଭଡା ଦେବା ଏବଂ ଯାତ୍ରା କରିବାରେ ଅନେକ ଟଙ୍କା ଖର୍ଚ୍ଚ ହେଉଥିଲା। ସୁଶାନ୍ତ ଏବଂ ରିୟା ଅଧିକାଂଶ ସମୟରେ ଏକତ୍ର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ। ଏହାଛଡା ଗତ ଏକ ବର୍ଷ ମଧ୍ୟରେ ତାଙ୍କ ଆୟ ବହୁତ ପରିମାଣରେ କମ ହୋଇ ଯାଇଥିଲା। ସନ୍ଦିପ, ସୁଶାନ୍ତଙ୍କ ଆକାଉଣ୍ଟର ଜାନୁଆରୀ, ୨୦୧୯ରୁ ନେଇ ଜୁନ, ୨୦୧୯ ପର୍ଯ୍ୟନ୍ତ ଵିଵରାଣୀ ପ୍ରଦାନ କରିଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଲାଇକ ଓ ଶେୟର ନିଶ୍ଚିନ୍ତ କରନ୍ତୁ |