ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଥିବାର ଜଣାପଡିଛି। ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ନେଇ ନିଜେ ଟୁଇଟ୍ କରି ଏହି ସୂଚନାର ପୁଷ୍ଟି କରିଥିଲେ ଅମିତ ଶାହା। ଏହାପରେ ତାଙ୍କୁ ମେଦାଂତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है परन्तु डॉक्टर्स की सलाह पर अस्पताल में भर्ती हो रहा हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Amit Shah (@AmitShah) August 2, 2020
ତେବେ ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ଧରି ତାଙ୍କ ସଂପର୍କରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ସହ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।
अमित शाह जी! आप शीघ्र ही स्वस्थ हो कर पुनः उसी ऊर्जा के साथ देश सेवा में लगें ऐसी ईश्वर से प्रार्थना है। @AmitShah https://t.co/2hCQoGilLo
— Ravi Shankar Prasad (@rsprasad) August 2, 2020
କେନ୍ଦ୍ରୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ଗୃହମନ୍ତ୍ରୀଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରି ଲେଖିଛନ୍ତି ଯେ, ଅମିତ ଶାହା ସର୍ ଆପଣ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ସେହି ଉତ୍ସାହର ସହିତ ଲୋକଙ୍କ ସେବାରେ ଏବଂ ଦେଶ ସେବାରେ ଲାଗିଯାନ୍ତୁ। ମୁଁ ଆପଣଙ୍କ ପାଇଁ ଈଶ୍ୱରଙ୍କୁ ପାର୍ଥନା କରୁଛି।
अमितजी, हर चुनौती के सामने आपकी दृढ़ता और इच्छाशक्ति एक मिसाल रही है। कोरोना वायरस की इस बड़ी चुनौती पर भी आप निश्चित रूप से विजय प्राप्त करेंगे, ऐसा मेरा विश्वास है।
आप जल्द से जल्द स्वस्थ हों, यही मेरी ईश्वर से प्रार्थना है। https://t.co/z92S0ZrCVm
— Rajnath Singh (@rajnathsingh) August 2, 2020
ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି ଯେ, ଅମିତ ସର୍, ସବୁ ପ୍ରକାରର ଚ୍ୟାଲେଞ୍ଜରେ ଆପଣଙ୍କ ଦୃଢତା ଏବଂ ଇଚ୍ଛାଶକ୍ତି ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି। କରୋନା ଭାଇରସର ଏହି ବଡ଼ ଚ୍ୟାଲେଞ୍ଜରେ ମଧ୍ୟ ଆପଣ ନିଶ୍ଚିତ ଭାବରେ ବିଜୟ ପ୍ରାପ୍ତି କରିବେ ବୋଲି ମୋର ବିଶ୍ୱାସ ରହିଛି। ଆପଣ ଖୁବଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ଈଶ୍ୱରଙ୍କ ଠାରେ ମୋର ଏତିକି ପାର୍ଥନା ରହିଛି।
Heard about the Union Home Minister Shri @AmitShah Ji being tested positive for #COVID-19. Wishing him a speedy recovery. My prayers are with him and his family!
— Mamata Banerjee (@MamataOfficial) August 2, 2020
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କର କରୋନା ଟେଷ୍ଟ ହୋଇଥିବା ଖବର ମିଳିଲା। ମୁଁ ତାଙ୍କର ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛି। ମୋର ପାର୍ଥନା ଅମିତ ଶାହା ଏବଂ ତାଙ୍କ ପରିବାର ସହିତ ରହିଛି।
ତେବେ ରବିବାର ଦିନ ସମଗ୍ର ଦେଶରେ ୫୪,୭୩୫ଟି କରୋନା ମାମଲା ସାମ୍ନାକୁ ଆସିଛି। ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରୋନା ସଂକ୍ରମଣ ମାମଲାର ସଂଖ୍ୟା ୧୭ ଲକ୍ଷରୁ ଅଧିକ ହୋଇଯାଇଛି। ୧୧ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମାତ୍ର ଦୁଇଦିନ ପୂର୍ବରୁ କରୋନା ସଂକ୍ରମଣ ସଂଖ୍ୟା ୧୬ ଲକ୍ଷ ପାର କରିଯାଇଥିଲା।