ବର୍ତ୍ତମାନ ଆପଣଙ୍କ ଦରମାରେ ହ୍ରାସ ଘଟିବ, ଅଗଷ୍ଟ ରୁ ପରିବର୍ତ୍ତନ ହୋଇଛି ଏହି ନିୟମ

ଆରମ୍ଭ ହୋଇଛି ଅଗଷ୍ଟ ମାସ। ଏହି ଅଗଷ୍ଟ ମାସରେ କେତେକ ନିୟମ ବଦଳି ଯାଇଛି ।ଏକ ବଡଧରଣର ପରିବର୍ତ୍ତନ ଘଟିଛି ଯାହାର ସଂଜୋଗ ଆପଣ ଙ୍କ ଦରମା ସହିତ ରହିଛି ଯାହାକି ଆପଣଙ୍କ ଦୈନ ଦିନ ଜୀବନରେ ପ୍ରଭାବ ପକାଇ ପାରେ। ଏହି ପରିବର୍ତ୍ତନ କାରଣରୁ ଆପଣଙ୍କ ଘରୋଇ ଦରମା ରେ ହ୍ରାସ ଘଟିବ । ଆସନ୍ତୁ ଜାଣିବା ଏହା ବିଷୟରେ ।

ବାସ୍ତବରେ, କରୋନା ସଙ୍କଟ ଯୋଗୁ ସରକାର ପି.ଏଫ ସହିତ ଜଡିତ କିଛି ନିୟମ ପରିବର୍ତ୍ତନ କରିଥିଲେ । ଏଥିରେ ଏକ ନିୟମ PF ଅବଦାନର ଥିଲା। ନୂଆ ନିୟମ ଅନୁଯାୟୀ, PF ଅବଦାନର 12 ପ୍ରତିଶତରୁ 10 ପ୍ରତିଶତକୁ ହ୍ରାସ କରାଯାଇଛି ଯାହାଦ୍ୱାରା କର୍ମଚାରୀଙ୍କ ଘରୋଇ ଦରମା 2 ପ୍ରତିଶତ ବୃଦ୍ଧି ପାଇବ।

ଏହା ଅନିର୍ବାର୍ଯ୍ୟ ନଥିଲା, କିନ୍ତୁ କମ୍ପାନୀ କର୍ମଚାରୀଙ୍କ ଅନୁମତି ନେବାକୁ ପଡୁଥିଲା ।ଏହି ନିୟମ କେବଳ ଜୁଲାଇ ପର୍ଯ୍ୟନ୍ତ ହିଁ ଥିଲା । ଏହାର ଅର୍ଥ ହେଉଛି ଯେଉଁମାନେ ଏହି ନୂଆ ନିୟମକୁ ବାଛିଥିଲେ ତାଙ୍କର ଘରୋଇ ଦରମା ଅଗଷ୍ଟ ମାସରୁ ହ୍ରାସ ଘଟିବ ।

ଏଠାରେ ଆପଣଙ୍କୁ କହିରଖୁଛୁ କି ଏହି ନୂଆ ନିୟମରେ କର୍ମଚାରୀ ଙ୍କ ଘରୋଇ ଦରମା ବୃଦ୍ଧି ପାଇଥିଲା କିନ୍ତୁ ପିଏଫ ଅବଦାନରେ ହ୍ରାସ ଘଟିଥିଲା ।

ସହଜ ଭାଷାରେ ବୁଝିବାକୁ ଗଲେ ଏହି ନିୟମ ଅନୁଯାୟୀ ସରକାର ଆପଣଙ୍କ ଟଙ୍କାକୁ ପି.ଏଫ ଖାତା ରେ ରଖିବା ପରିବର୍ତ୍ତେ ଅନ୍ୟ ଉପାୟରେ ଆପଣଙ୍କୁ ନଗଦ ଦେଇଛନ୍ତି । ଏହି EPFO ସହ ଯଦିତ କର୍ମଚାରୀ ଙ୍କ ହାତରେ ଅଧିକରୁ ଅଧିକ ନଗଦ ଟଙ୍କା ପହଂଚିବା ଲକ୍ଷ୍ୟ ରେ ଏହି ପରିବର୍ତ୍ତନ କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ କି, ସାଧାରଣତଃ ଯେକୋୖଣସି କର୍ମଚାରୀର ମାସିକ ଦରମାର 12 ପ୍ରତିଶତ ଯୋଗଦାନ କର୍ମଚାରୀ କରିଥାଏ ଏବଂ ସମାନ ପରିମାଣର ରାଶି ସେ ନିଯୁକ୍ତି ଦାତା କିମ୍ବା କମ୍ପାନୀ ଦ୍ୱାରା ପି.ଏଫ ରେ କରାଯାଇଥାଏ ।

ଯେକୌଣସି କମ୍ପାନୀ ବା ନିଯୁକ୍ତି ଦାତାଙ୍କ ଅଂଶର 12 ପ୍ରତିଶତ ଅବଦାନ ମଧ୍ୟରୁ 8.33 ପ୍ରତିଶତ କର୍ମଚାରୀ ପେନସନ ଯୋଜନା ଅର୍ଥାତ EPS ରେ ଯୋଗ କରାଯାଏ । ତେବେ ଅବଶିଷ୍ଟ 3.67 ପ୍ରତିଶତ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (EPF) ଯୋଗକରାଯାଏ ।ଅପର ପକ୍ଷେ କର୍ମଚାରୀଙ୍କ ସମୁଦାୟ 12 ପ୍ରତିଶତ ଅଂଶ EPF ଅର୍ଥାତ ଆପଣଙ୍କ ପି.ଏଫ ଫଣ୍ଡକୁ ଯାଇଥାଏ ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଲାଇକ ଓ ଶେୟର ନିଶ୍ଚିନ୍ତ କରନ୍ତୁ |

Leave a Reply

Your email address will not be published. Required fields are marked *