ବ୍ୟାକୁଳ ହେଉଥିଲେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କିନ୍ତୁ ରିୟା ଡ୍ରଗ୍ସ ଦେଇ, ନିଜ ଭାଇଙ୍କ ସହିତ ମିଶି କରୁଥିଲେ!

ସୁଶାନ୍ତଙ୍କ କେସ ବର୍ତ୍ତମାନ ଏକ ନୂତନ ଗତିରେ ବଢ଼ିବାରେ ଲାଗିଛି। ଗତ ଦେଢ଼ ମାସ ହେବ ମୁମ୍ବାଇ ପୋଲିସ ଏହି କେସର ତଦନ୍ତ କରି ଆସୁଥିଲା। ମାତ୍ର ମୁମ୍ବାଇ ପୋଲିସ କଣ କରୁଥିଲା ସେ ବିଷୟରେ କିଛି ସୂଚନା ମିଳୁ ନଥିଲା। ଏମିତି ଲାଗୁଥିଲା ମୁମ୍ବାଇ ପୋଲିସ ଏହି ମାମଲାକୁ ନେଇ କୌଣସି ପଦକ୍ଷେପ ହିଁ ନେଉ ନାହିଁ। କିନ୍ତୁ ବିହାର ପୋଲିସ ମୁମ୍ବାଇ ପହଞ୍ଚିବା ପରଠାରୁ ଏହି କେସର ତଦନ୍ତ ଏକ ନୂତନ ଗତିରେ ବଢି ଚାଲିଛି।

ଆଜି ଦିନରେ ବିହାର ପୋଲିସ ସୁଶାନ୍ତଙ୍କ କେସକୁ ନେଇ କେତେକ ଲୋକଙ୍କୁ ଜେରା କରିଥିଲା। ଏହାପରେ କାହା ଠାରୁ କେଉଁ ବୟାନ ନିଆଗଲା ତାହା ମଧ୍ୟ ମିଡ଼ିଆ ସାମ୍ନାରେ ରଖାଯାଇଥିଲା। ସୁଶାନ୍ତଙ୍କ ଚାକର, ତାଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ, ସିଦ୍ଧାର୍ଥ ପଟାନି ଯିଏକି ମିଛ କହୁଥିଲେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଦିନ ତାଙ୍କ ଘରେ ନଥିଲେ ଏବଂ ପରେ ପୁଣି କହିଥିଲେ ଆମେ ସେଇଠି ଥିଲୁ ମାତ୍ର ଡରି ଯାଇଥିଲୁ ବୋଲି ମିଛ କହିଲୁ, ସୁଶାନ୍ତଙ୍କ ବୋଡିଗାର୍ଡ,ଏହି ସମସ୍ତଙ୍କର ବୟାନ ନେଇଛି ବିହାର ପୋଲିସ।

ସୁଶାନ୍ତ ସିଂଙ୍କ ଚାକର ନିଜ ବୟାନଡେ କହିଥିଲେ ଯେ, ରିୟା ବହୁତ ଅଜବ ପ୍ରକାରର ମହିଳା ଥିଲେ। ରିୟା ଯେବେଠାରୁ ଘରକୁ ଆସିଲେ ସେବେଠାରୁ ଘରେ ବହୁତ ପାର୍ଟି ହେବାରେ ଲାଗିଲା। ସୁଶାନ୍ତ ଅସୁସ୍ଥ ରହୁଥିବା ସମୟରେ ମଧ୍ୟ ପାର୍ଟି କରାଯାଉଥିଲା। ସୁଶାନ୍ତଙ୍କୁ ଶୁଆଇ ଦିଆ ଯାଉଥିଲା। ତାଙ୍କୁ ଡ୍ରଗ୍ସର ଓଭର ଡୋଜ ଦିଆ ଯାଉଥିବା କାରଣରୁ ସେ ଶୋଇ ଯାଉଥିଲେ। ଯଦି ସୁଶାନ୍ତଙ୍କ ଦେହ ଅଧିକ ଖରାପ ରହୁଥିଲା ତେବେ ସୁଶାନ୍ତ ରହୁଥିବା ଉପର ଫ୍ଲାଟ ଯେଉଁଠି ସିଦ୍ଧାର୍ଥ ପଟାନି ରହୁଥିଲେ ସେଠାରେ ପାର୍ଟି କରାଯାଉଥିଲା। ଯେଉଁଥିପାଇଁ ଘରର ଖର୍ଚ୍ଚ ମଧ୍ୟ ବଢିଯାଇଥିଲା। ତେବେ ଏହାକୁ ନେଇ ସୁଶାନ୍ତଙ୍କ ଚାକର, ସୁଶାନ୍ତଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ ଯାହାକୁ ନେଇ ରିୟା ଭଡକୀ ଯାଇଥିଲେ। ଏହାପରେ ରିୟା ଏହି ଚାକରଙ୍କୁ ବାହାର କରାଇ ଦେଇଥିଲେ।

ସିଦ୍ଧାର୍ଥ ପଟାନି ନିଜ ବୟାନରେ କହିଥିଲେ ଯେ, ଆଗରୁ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଘରେ ନଥିବା କଥା କହିଥିଲେ ମଧ୍ୟ ପରେ ସେ କହିଛନ୍ତି କି ସେଦିନ ସେ ସୁଶାନ୍ତଙ୍କ ଫ୍ଲାଟରେ ଥିଲେ। ଆଜିର ବୟାନରେ ସେ କହିଛନ୍ତି ଯେ, ସେ ସୁଶାନ୍ତଙ୍କୁ ୧୩ ଜୁନ ରାତି ୧ ଘଟିକା ସମୟରେ ଶେଷ ଥର ଭେଟ କରିଥିଲେ। ସୁଶାନ୍ତ ତାଙ୍କୁ କହୁଥିଲେ ଯେ ସେ ଦିଶାଙ୍କ ମୃତ୍ୟୁକୁ ନେଇ ବହୁତ ଦୁଃଖିତ ଅଛନ୍ତି।

ଅଙ୍କିତା ଲୋଖଣ୍ଡେଙ୍କ ଠାରୁ ମଧ୍ୟ ପୋଲିସ ଆଜି ବୟାନ ନେଇଛି। ଅଙ୍କିତା ନିଜ ବୟାନରେ କହିଛନ୍ତି ଯେ, ସୁଶାନ୍ତ ମୋତେ ସବୁବେଳେ କୁହନ୍ତି, ସବୁକିଛି ଶେଷ ହୋଇଗଲେ ମଧ୍ୟ ସେ ପୁଣି ଥରେ ନିଜ ନିଜକୁ ଗଢ଼ି ତୋଳିବେ। ନିଜ ଦମ୍ ରେ ଜୀବନ ବଞ୍ଚିବାକୁ ଚାହୁଁଥିଲେ। ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ସୃଜନଶୀଳତା, ଚଳଚ୍ଚିତ୍ର ପ୍ରତି ତାଙ୍କର ଆଗ୍ରହ, ଏବଂ ଜୀବନ ବଞ୍ଚିବାର ଆଗ୍ରହ ବହୁତ ଅଧିକ ଥିଲା। ସେ କେବେ ଆତ୍ମହତ୍ୟା କରିପାରିବେନି।

ଏହାଛଡା ଅଙ୍କିତା ଏହାମଧ୍ୟ କହିଥିଲେ ସୁଶାନ୍ତଙ୍କ ପିତା ସୁଶାନ୍ତଙ୍କ ସହିତ କଥା ହେବାକୁ ବ୍ୟାକୁଳ ହେଉଥିଲେ ମାତ୍ର ରିୟା ତାଙ୍କୁ କଥା କରାଇ ଦେଉ ନଥିଲେ ବାରମ୍ବାର ତାଙ୍କ ନମ୍ବର ବଦଳାଇ ଦେଉଥିଲେ। ସୁଶାନ୍ତଙ୍କ ପରିବାର ଲୋକ ଅଙ୍କିତା କଲ କରି ଅନୁରୋଧ କରିଥିଲେ ଯଦି ତୁମ ପାଖରେ ସୁଶାନ୍ତଙ୍କ ନମ୍ବର ଅଛି ଆମ ସହିତ କଥା କରାଇ ଦିଅ। ନହେଲେ ଆମକୁ କେଉଁଠୁ ଟିକେ ନମ୍ବର ସଂଗ୍ରହ କରି ଦିଅ।

Leave a Reply

Your email address will not be published. Required fields are marked *