କରୋନାର ୫ ପ୍ରକାର ଭୂତାଣୁ ଓଡ଼ିଶାରେ ଚିହ୍ନଟ ହୋଇଛି । ଯାହା ମଧ୍ୟରେ ଅଛି ଚାଇନା ର ଉହାନ ସହର ର ଖତରନାକ ଭାଇରସ

କରୋନା ଭାଇରସ ଜଳବାୟୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଦେଖା ଯାଉଛି। ସେଥି ମଧ୍ୟରୁ କେତେ ପ୍ରକାର ଭାଇରସ କମ କ୍ଷତି କାରକ ହୋଇଥିବା ବେଳେ ଆଉ କେତେକ ବହୁତ କ୍ଷତି କାରକ ଅଟେ । ଏବେ ଆମ ଓଡ଼ିଶାରେ କରୋନା ଭାଇରସ ୫ ପ୍ରକାର ଚିହ୍ନଟ କରାଯାଇଛି । ରାଜ୍ୟରେ କରୋନାର ୧୯-ଏ, ୧୯ –ବି, ୨୦-ଏ, ୨୦-ବି ଓ ୨୦-ସି ଭୁତାଣୁ ଚିହ୍ନଟ ହୋଇଛି। ଆରଏମଆରସି ଏବଂ ଆଇଏଲଏସ ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀ ରେ ଏହା ପ୍ରକାଶ କରାଯାଇଛି ।

କିଛି ଦିନ ତଳେ ଓଡ଼ିଶାରେ ଏକ ସର୍ଭେ କରାଯାଉଥିଲା ଯେଉଁଥିରେ ଏହି ୫ ପ୍ରକାର ର କରୋନା ଭାଇରସ ଭୂତାଣୁ ଥିବାର ସୂଚନା ମିଳିଛି । ଓଡିଶାର ୧୮ ଜିଲ୍ଲାରୁ ମୋଟ ୨୨୫ ନମୂନା ସଂଗ୍ରହ କରାଯାଇ ଏହି ବିଶ୍ଲେଷଣ କରାଯାଇଥିଲା। ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ଏହି ସାମ୍ପୁଲ ସଂଗ୍ରହ କରାଯାଇଥିଲା ।

ଆରଏମଆରସି ଓ ଆଇଏଲଏସର ଏକ ଅଧ୍ୟୟନରୁ ଜଣାପଡିଛି ଓଡିଶାରେ କରୋନାର ୧୯-ଏ, ୧୯ –ବି, ୨୦-ଏ, ୨୦-ବି ଓ ୨୦-ସି ଭୁତାଣୁ ଚିହ୍ନଟ ହୋଇଛି। ଏଠାରେ ଆପଣଙ୍କୁ କହି ରଖୁଛୁ କି ୨୦- ସି ଭୂତାଣୁ କେବଳ ହିଁ ଓଡ଼ିଶାରେ ଦେଖିବାକୁ ମିଳୁଛି ଏହା ଅନ୍ୟ କେଉଁ ଦେଶରେ ଅଥବା ରାଜ୍ୟରେ ଏହି ଭୂତାଣୁ ଦେଖିବାକୁ ମିଳୁନାହିଁ ।

ଏହି ୨୦ – ସି ଭୂତାଣୁ କଣ ପାଇଁ କେବଳ ଓଡ଼ିଶାରେ ହିଁ ସୀମିତ ହୋଇକୁ ଅଛି ଅନ୍ୟ ରାଜ୍ୟକୁ ମଧ୍ୟ ଏହ ବ୍ୟାପୁନାହିଁ ତାହାର ଗବେଷଣା ଜାରି ରହିଛି । ଅନ୍ୟପଟେ ୧୯- ଏକୁ ଉହାନ୍ ଭାଇରସ ବୋଲି କୁହାଯାଉଛି ଏହାର ମାନେ ଏହି ଭାଇରସ ଚୀନ ର ଉହାନ ସହରରୁ ଆସିଛି ବୋଲି ସନ୍ଦେହ କରାଯାଉଛି । ଏବଂ ଏହାପରେ ୧୯- ବି ଭୂତାଣୁ ଏହା ଉଇରପ ଓ ଦକ୍ଷିଣ ପୂର୍ବ ଏସିଆରେ ଆସୁଥିବାର ସୂଚନା ମିଳୁଛି ।

ବନ୍ଧୁଗଣ ଆପଣ ଏପରି ଦେଶ ଓ ବିଦେଶର ପ୍ରତେକ ଟିକି ନିଖି ଖବର ସହିତ ଧର୍ମ ଜ୍ୟୋତିଷ, ସ୍ବାସ୍ଥ୍ୟ ଇତ୍ୟାଦି ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମର ଏହି ପୋର୍ଟାଲ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *