ମୁମ୍ବାଇ vs ବିହାର ପୋଲିସ! ଭଉଣୀ ପହଞ୍ଚିବା ବେଳକୁ ସୁଶାନ୍ତଙ୍କ କବାଟ ଖୋଲା ଥିଲା ଏବଂ ବେଡ ଉପରେ ଥିଲେ ସୁଶାନ୍ତ।

ସୁଶାନ୍ତଙ୍କ ଆତ୍ମହତ୍ୟାର ଦେଢ଼ ମାସ ପରେ ତାଙ୍କ ପିତା ରିୟାଙ୍କ ବିରୋଧରେ ପାଟଣା ପୋଲିସ ପାଖରେ ଏକ FIR ଫାଇଲ କରିବା ପରେ ଏହି ମାମଲାରେ ଯାଞ୍ଚ କରିବା ପାଇଁ ବିହାର ପୋଲିସ ମୁମ୍ବାଇ ପହଞ୍ଚିଥିଲା। ମାତ୍ର ଗତକାଲି ମୁମ୍ବାଇ ପୋଲିସର ବ୍ୟବହାର ଆଶ୍ଚର୍ଯ୍ୟଜନକ ରହିଥିଲା। ମୁମ୍ବାଇ ପୋଲିସ କୌଣସି ଆରୋପିଙ୍କୁ ନଧରି ରାତି ଅଧରେ ବିହାର ପୋଲିସକୁ ଦୁର୍ବ୍ୟବହାର ସହିତ ଧରି ନେଇଯାଇଥିଲା। ତେବେ କଣ ମୁମ୍ବାଇ ପୋଲିସ ପାଖରେ ଏହି ଅଧିକାର ରହିଛି ଯେ ସେ ଅନ୍ୟ ରାଜ୍ୟର ପୋଲିସ ସହିତ ଏପରି ଦୁର୍ବ୍ୟବହାର କରି ପାରିବ।

ସୁଶାନ୍ତଙ୍କ କେସରେ ତଦନ୍ତ କରିବା ପାଇଁ ପାଟଣାରୁ ଏକ ଚାରି ଜଣିଆ ଟିମ ଆସିଥିଲା। ଏହି ଚାରି ଜଣିଆ ଟିମରେ ଦୁଇଜଣ ଇନ୍ସପେକ୍ଟର ଏବଂ ଦୁଇଜଣ ସବ ଇନ୍ସପେକ୍ଟର ରହିଥିଲେ। ବିହାର ପୋଲିସ ତଦନ୍ତ ଆରମ୍ଭ କରିବା ପରଠାରୁ ସୁଶାନ୍ତଙ୍କ କେସକୁ ଏକ ନୂତନ ଗତି ମିଳିଯାଇଥିଲା। ଲୋକଙ୍କ ବୟାନ ନେବା ସହିତ ସେମାନେ କଣ ବୟାନ ଦେଇଛନ୍ତି ତାହା ମଧ୍ୟ ମିଡ଼ିଆକୁ ଜଣାଉଥିଲା ବିହାର ପୋଲିସ।

ମାତ୍ର କାଲିର ତଦନ୍ତ ସାରି ଫେରୁଥିବା ସମୟରେ ବିହାର ପୋଲିସକୁ ଦୁର୍ବ୍ୟବହାର ସହିତ ଧରି ନେଇଯାଇଥିଲା ମୁମ୍ବାଇ ପୋଲିସ, ତାଙ୍କୁ ମିଡ଼ିଆ ସମ୍ମୁଖରେ ତଦନ୍ତ ବିଷୟରେ ଖବର ମଧ୍ୟ କହିବାକୁ ଦେଇ ନଥିଲା। ମୁମ୍ବାଇ ପୋଲିସର କିଛି ଲୋକ ଆସି ତାଙ୍କୁ ଜୋର ଜବରଦସ୍ତ ଗାଡ଼ିରେ ବସାଇ ନେଇଗଲେ, ମିଡ଼ିଆ ସହିତ କଥା ହେବାକୁ ମଧ୍ୟ ଦେଇ ନଥିଲେ।

ହେଲେ ଏପରି କେଉଁ ପରିସ୍ଥିତିରେ ମୁମ୍ବାଇ ପୋଲିସକୁ ଏହା କରିବାକୁ ପଡିଲା। ବିହାର ପୋଲିସ ଏତେ ଭଲ ଭାବରେ ତଦନ୍ତ କରୁଥିଲା ଏଥିସହିତ ଯେଉଁ ସବୁ କଥାର ରହସ୍ୟ ମୁମ୍ବାଇ ପୋଲିସ ଖୋଲି ପାରି ନଥିଲା ସେହି ସବୁ ମାମଲାକୁ ସାମ୍ନାକୁ ଆଣିଥିଲା ବିହାର ପୋଲିସ। ତେବେ କେଉଁ କାରଣରୁ ମୁମ୍ବାଇ ପୋଲିସ ଏପରି ଏକ ପଦକ୍ଷେପ ନେଇଛି।

ସୁଶାନ୍ତ ସିଂ ରାଜପୁତଙ୍କ ପରିବାରିକ ବନ୍ଧୁ ସ୍ମିତା ଗତକାଲି ରିପବ୍ଲିକ ଟିଭିରେ ଲାଇଭ ଇଣ୍ଟରଭ୍ୟୁ ଦେଇଥିଲେ। ସୁଶାନ୍ତଙ୍କୁ ନେଇ ବହୁତ ବଡ଼ ବଡ଼ ଖୁଲାସା କରିଛନ୍ତି ସ୍ମିତା। ରିୟାଙ୍କ ସହିତ ସୁଶାନ୍ତ ଏବଂ ରିୟା ଗୋଟିଏ ଆପାର୍ଟମେଂଟରେ ଏକାଠି ରହୁଥିଲେ। ମାତ୍ର ୮ ଜୁନ ରାତି ପ୍ରାୟ ୧୧ ଟା ସମୟରେ ଆପାର୍ଟମେଂଟ ଛାଡି ଚାଲି ଯାଇଥିଲେ। ଏନେଇ ସିକ୍ୟୁରିଟି ଗାର୍ଡ କୁହନ୍ତି ଯେ, ଯେତେବେଳେ ରାତି ୧୧ ଟାରେ ରିୟା ଆପାର୍ଟମେଂଟ ଛାଡି ଯାଉଥିଲେ ସୁଶାନ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। ହେଲେ ରିୟା ରହିବାକୁ ମନା କରିଦେଇଥିଲେ। ସୁଶାନ୍ତ ଏହାମଧ୍ୟ କହିଥିଲେ ରିୟାଙ୍କୁ ତାଙ୍କ ଭଉଣୀଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ମାତ୍ର ରିୟା ତାଙ୍କ ଭଉଣୀଙ୍କ ଅପେକ୍ଷା କରିବାକୁ ମଧ୍ଯ ମନା କରିଦେଇଥିଲେ।

ରିୟା ନିଜେ ଏହି ଝଗଡା ବିଷୟରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ କଲ କରି ଜଣାଇଥିଲେ। ମିତୁ ସିଂ ଦୁଇଜଣଙ୍କ ଝଗଡ଼ା ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ଏବଂ ସେଥିପାଇଁ ସୁଶାନ୍ତଙ୍କ ଘରେ ୧୪ ଜୁନ ଦିନ ମଧ୍ୟ ଏକ ମିଟିଙ୍ଗ ଡକାଇଥିଲେ। ୧୩ ଜୁନକୁ ମଧ୍ୟ ସୁଶାନ୍ତଙ୍କ ସହିତ କଲ କରି କଥା ହେବାକୁ ଚେଷ୍ଟା କରିଥିଲେ ମିତୁ ମାତ୍ର ସୁଶାନ୍ତ କଲ ଉଠାଇ ନଥିଲେ। ମିତୁଙ୍କ ମେସେଜର ଉତ୍ତର ମଧ୍ୟ ଦେଇ ନଥିଲେ ସୁଶାନ୍ତ। ଏହାପରେ ଜୁନ ୧୪ ତାରିଖ ଦିନ ସକାଳୁ ସୁଶାନ୍ତଙ୍କ ଦିଲ୍ଲୀରେ ଥିବା ଭଉଣୀ ତାଙ୍କୁ କଲ କରିଥିଲେ ହେଲେ ସୁଶାନ୍ତ କଲ ଉଠାଇ ନଥିଲେ। ଆଉଥରେ କଲ କରିବାରୁ ସୁଶାନ୍ତଙ୍କ ଚାକର କଲ ଉଠାଇଥିଲେ। ସେ କହିଲେ ଯେ ସର୍ ଭିତରକୁ ଚାଲିଯାଇଛନ୍ତି ଏବଂ ଫୋନ ବାହାରେ ରଖିଦେଇ ଯାଇଛନ୍ତି।

ଏହାଛଡା ସ୍ମିତା କହିଛନ୍ତି ଯେ, ସୁଶାନ୍ତ କଲ ନଉଠାଇବାରୁ ମିତୁ ବହୁତ ଡରି ଯାଇଥିଲେ। ସେ ଜୁନ ୧୪ ତାରିଖ ସକାଳୁ ଆଟୋ ଧରି ସୁଶାନ୍ତଙ୍କ ଘରକୁ ବାହାରି ଯାଇଥିଲେ। ଯେତେବେଳେ ସେ ସୁଶାନ୍ତଙ୍କ ଘର ଠାରୁ ମାତ୍ର ୧୫ ରୁ ୧୨ ମିନିଟ ଦୂରରେ ଥିଲେ ସେତେବେଳେ ତାଙ୍କୁ ସିଦ୍ଧାର୍ଥ ପଟାନିଙ୍କ କଲ ଆସିଥିଲା। ସିଦ୍ଧାର୍ଥ କହିଥିଲେ ଯେ ସୁଶାନ୍ତ ଫାଶୀ ଲଗାଇ ନେଇଛନ୍ତି। ମିତୁ ସେଠାରେ ପହଞ୍ଚିବା ବେଳକୁ ସେ ଦେଖିଲେ ଯେ, କବାଟ ଖୋଲି ସୁଶାନ୍ତଙ୍କୁ ବେଡ ଉପରେ ଶୁଆଇ ଦିଆ ଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୁହାଯାଉଥିଲା ଯେ, ସୁଶାନ୍ତଙ୍କ ଭଉଣୀ ସାମ୍ନାରେ ଚାବି କରିଗରଙ୍କୁ ଡ଼କାଯାଇ କବାଟ ଖୋଲା ଯାଇଥିଲା ମାତ୍ର ସ୍ମିତା କହିଛନ୍ତି ଯେ ମିତୁ ପହଞ୍ଚିବା ପୂର୍ବରୁ ହିଁ ଚାବି ଵାଲାଙ୍କୁ ଡ଼କାଯାଇ କବାଟ ଖୋଲା ଯାଇ ସାରିଥିଲା। ତେବେ ମିଡ଼ିଆ ସାମ୍ନାରେ କାହିଁକି କୁହାଯାଇଥିଲା ଯେ ସୁଶାନ୍ତଙ୍କ ଭଉଣୀ ସାମ୍ନାରେ କବାଟ ଖୋଲା ଗଲା। ତାଙ୍କ ଭଉଣୀଙ୍କ ଆସିବା ପରେ ସୁଶାନ୍ତଙ୍କୁ ବେଡ଼ ଉପରକୁ ଅଣାଯାଇଥିଲା ବୋଲି ଭୁଲ ତଥ୍ୟ କେଉଁ କାରଣରୁ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *