ଭାରତୀୟ କ୍ରିକେଟ ଟିମର ଖେଳାଳି ହାର୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ପରିବାରରେ ଏହି ନୂଆ ସଦସ୍ୟଙ୍କ ଆଗମନ ପରେ ତାଙ୍କ ପାଖକୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟି ଆସିଛି। ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି।
ହାର୍ଦିକ ନିଜ ପୁଅର ହାତ ଧରି ଉଠାଇଥିବା ଫୋଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏତେ ସୁନ୍ଦର ଫୋଟୋ ପୋଷ୍ଟ କରି କ୍ରିକେଟର ନିଜ ପୁଅର ଜନ୍ମକୁ ନେଇ ଖୁସି ଜାହିର କରିଛନ୍ତି। ଏହା ପୂର୍ବରୁ ନତାଶା ଗର୍ଭବତୀ ଥିବା ସମୟରେ ହାର୍ଦିକ ଏକ ଫୋଟୋ ସେୟାର କରି ଲେଖିଥିଲେ, “କମିଙ୍ଗ ସୁନ”।
ନତାଶା ଏବଂ ହାର୍ଦିକଙ୍କର ପ୍ରଶଂସକଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ, ଖୁବଶୀଘ୍ର ସେ ଦୁଇଜଣ ତାଙ୍କର ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡ଼ିଆରେ ଫୋଟୋ ସେୟାର କରିଥିଲେ ଏବଂ ଲେଖିଥିଲେ, ମାଆ ହେବାକୁ ଯାଉଥିବା ନତାଶା ମଧ୍ୟ ଏହି ବିଶେଷ ମୁହୂର୍ତ୍ତକୁ ନେଇ ଉତ୍ସାହିତ ଅଛନ୍ତି।
ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଉଭୟ ଏହି ମୁହୂର୍ତ୍ତ ପାଇଁ ଅପେକ୍ଷା କରିଥିଲେ। ସୋସିଆଲ ମିଡ଼ିଆରେ ଦୁଇଜଣଙ୍କ ରୋମାଣ୍ଟିକ ଫୋଟୋ ବହୁତ ପରିମାଣରେ ଭାଇରାଲ ମଧ୍ୟ ହୋଇଥିଲା।
ଗର୍ଭବତୀ ଥିବା ସମୟରେ ନତାଶା ନିଜର ଅନେକ ଫୋଟୋ ଚିତ୍ର ଉଠାଇ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଲକଡ଼ାଉନ ସମୟ ସେ ଦୁଇଜଣଙ୍କ ପାଇଁ ବହୁତ ଲାଭବାନ ପ୍ରମାଣିତ ହୋଇଥିଲା। ଏହି ସମୟରେ ମିଳିଥିବା ଅବସର ଯୋଗୁଁ ହାର୍ଦିକ ଲଗାତର ଭାବରେ ନତାଶାଙ୍କ ପାଖରେ ରହି ପାରିଥିଲେ।
ହାର୍ଦିକଙ୍କ ପ୍ରଥମ ପିଲାଟିର ଜନ୍ମ ଖବର ପାଇବା ପରେ ପ୍ରଶଂସକ ମାନେ ଉତ୍ସାହର ସହିତ ଅନେଇ ବସିଛନ୍ତି ଯେ ହାର୍ଦିକ ତାଙ୍କ ପୁଅର ନାମ କଣ ରଖିବେ। ମାତ୍ର ଏଯାଏ ଏହାକୁ ନେଇ କୌଣସି ସମାଚାର ମିଳି ନାହିଁ।
https://www.instagram.com/p/CDQx8yCF-SX/?utm_source=ig_web_copy_link
କ୍ରିକେଟ ଜଗତ ଏବଂ ମନୋରଞ୍ଜନ ଜଗତର ବହୁତ ଲୋକ ହାର୍ଦିକ ଏବଂ ନତାଶାଙ୍କୁ ପିତାମାତା ହେବାର ଅନେକ ଶୁଭେଚ୍ଛା ଦେଇଛନ୍ତି। ଏହି ବିଶେଷ ଅବସରରେ ସମଗ୍ର ବଲିଉଡ ଏବଂ କ୍ରିକେଟର ଲୋକ ହାର୍ଦିକଙ୍କୁ ଶୁଭକାମନା ଜଣାଇଛନ୍ତି। ସୋଫି ଚୌଧୁରୀ, ଆଲିମ ହାକିମ, ତେଜସ ଠାକରେ, ଜୟନ୍ତ ଯାଦବ, କ୍ରିଷ୍ଟଲ ଡିସ୍ୟୁଜ ଏବଂ ସାଗରିକ ଘାଟଗେ ସମେତ ଅନେକ ଲୋକ ଇଂଷ୍ଟାଗ୍ରାମରେ କମେଣ୍ଟ କରି ଶୁଭକାମନା ଜଣାଇଛନ୍ତି।
ତାଙ୍କ ପୁଅର ପ୍ରଥମ ଫୋଟୋ କେବଳ ୩୦ ମିନିଟ ଭିତରେ ୫ ଲକ୍ଷରୁ ଅଧିକ ଲୋକ ଲାଇକ ଏବଂ ସେୟାର କରିଛନ୍ତି। ଏହି ଫୋଟୋ ବିଭିନ୍ନ ପେଜରେ ତୀବ୍ରତାର ସହିତ ଭାଇରାଲ ହେବାକୁ ଲାଗିଛି।
ମେ ମାସରେ ହାର୍ଦ୍ଦିକ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଗର୍ଭବତୀ ଥିବା କଥା ନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲେ । ଏହାପରେ ସେ ନତାଶାଙ୍କୁ ବିବାହ କରୁଥିବା ନେଇ ସୂଚନା ଦେଇଥିଲେ । ଏହି ସମୟରେ ସେ ନିଜ ପାର୍ଟନରଙ୍କ ସହ ଏକ ଫଟୋ ସେୟାର କରିଥିଲେ।