ସୁଶାନ୍ତ ଏବଂ ରିୟାଙ୍କ ଲଭ ଷ୍ଟୋରୀରେ ବର୍ତ୍ତମାନ କେବଳ ଧୋକା, ମିଛ, ଟଙ୍କା ହଡ଼ପ ଏବଂ ଟ୍ଵିସ୍ଟ ରହିଯାଇଛି। ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଫାଇଲ କରିବା ପରେ ଏହି ଲଭ ଷ୍ଟୋରୀରୁ ହେଟ ଷ୍ଟୋରୀରେ ପରିବର୍ତ୍ତନ ହୋଇଯାଇଛି। ସୁଶାନ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡ଼ପ କରବା ସହିତ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବାର ଅରୋପ ରହିଛି ରିୟାଙ୍କ ଉପରେ। କେହିଁ ଭାବି ନଥିଲେ ସୁଶାନ୍ତ ଏବଂ ରିୟାଙ୍କ ଲଭ ଷ୍ଟୋରୀ ଏପରି ଏକ ଭୟାନକ ମୋଡ଼ ନେବ। ତେବେ କଣ ଥିଲା ସୁଶାନ୍ତ ଏବଂ ରିୟାଙ୍କ ଲଭ ଷ୍ଟୋରୀ?
ଏହା ମଧ୍ୟ ଏକ ଅଜବ ସଂଯୋଗ ଯେ ସୁଶାନ୍ତଙ୍କ ଜୀବିତ ଅବସ୍ଥାରେ ତାଙ୍କ ଲଭ ଷ୍ଟୋରୀ ଦୁନିଆ ସାମ୍ନାରେ ଗୋପନୀୟ ରହିଥିଲା। ଦୁଇଜଣଙ୍କ ଭଲ ପାଇବା କଥା ଅନୁମାନ ତ କରାଯାଉଥିଲା ମାତ୍ର ସେମାନେ ନିଜ ସମ୍ପର୍କ ବିଷୟରେ ପବ୍ଲିକରେ ପ୍ରକାଶ କରି ନଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ନିଜେ ରିୟା ତାଙ୍କ ସହିତ ଲିଭିଙ୍ଗ ଥିବା କଥା ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ହୋଇଥିବାର କଥା ଖୁଲାସା କରିଥିଲେ।
ମିଡ଼ିଆ ରିପୋର୍ଟର ମାନଙ୍କ ମୁତାବକ, ସୁଶାନ୍ତ ଏବଂ ରିୟା ପ୍ରଥମ ଥର ୨୦୧୩ ମସିହାରେ ପରସ୍ପରଙ୍କ ସହିତ ଭେଟ ହୋଇଥିଲେ। ସେତେବେଳେ ସୁଶାନ୍ତ ଫିଲ୍ମ “ଶୁଦ୍ଧ ଦେଶୀ ରୋମାନ୍ସ”ର ସୁଟିଙ୍ଗ କରୁଥିଲେ ଏବଂ ରିୟା ଫିଲ୍ମ “ମେରେ ଡାଡ କେ ମାରୁତି”ରେ କାମ କରୁଥିଲେ।
କୁହାଯାଉଛି ଯେ ଏହି ସୁଟିଙ୍ଗ ସମୟରେ ଦୁଇଜଣଙ୍କ ଫିଲ୍ମର ସୁଟିଙ୍ଗ ସେଟ ପାଖାପାଖି ଥିଲା। ଏହି ଅବସରରେ ସୁଶାନ୍ତ ଏବଂ ରିୟାଙ୍କ ଭେଟ ହୋଇଥିଲା। ଏହାପରେ ସୁଶାନ୍ତ ଏବଂ ରିୟାଙ୍କ ଭେଟ ଅନେକ ପାର୍ଟିରେ ହେଉଥିଲା।
ଧୀରେ ଧୀରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତ୍ୱ ହୋଇଯାଇଥିଲା। ଏହି ସମୟରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହିତ ସମ୍ପର୍କରେ ଥିଲେ ସୁଶାନ୍ତ। ଖବର ଅନୁଯାୟୀ ଯେତେବେଳେ ରିୟା ସୁଶାନ୍ତଙ୍କ ଜୀବନକୁ ଆସିଥିଲେ ସେତେବେଳେ ତାଙ୍କର ଅଙ୍କିତା ଲୋଖଣ୍ଡେଙ୍କ ସହିତ ସମ୍ପର୍କରେ ତିକ୍ତତା ଚାଲୁଥିଲା।
ଏହି କାରଣରୁ ସୁଶାନ୍ତ, ରିୟାଙ୍କ ନିକଟବର୍ତ୍ତୀ ହେବାକୁ ଲାଗିଲେ। ଦୁଇଜଣଙ୍କ ପରସ୍ପରଙ୍କୁ ଭେଟ କରିବା ଏବଂ କଥାବାର୍ତ୍ତା ବଢ଼ିବାରେ ଲାଗିଲା। ପରେ ସୁଶାନ୍ତ ଏବଂ ଅଙ୍କିତାଙ୍କ ମଧ୍ୟରେ ବ୍ରେକଅପ ମଧ୍ୟ ହୋଇଯାଇଥିଲା। ଦୁଇଜଣଙ୍କ ୬ ବର୍ଷର ପୁରୁଣା ସମ୍ବନ୍ଧ ଭାଙ୍ଗି ଯାଇଥିଲା। ମାତ୍ର ଏକଦା ଅଙ୍କିତା ଏବଂ ସୁଶାନ୍ତ ବିବାହ କରିବାକୁ ଚାହୁଁଥିଲେ।
ରିୟା ଏବଂ ସୁଶାନ୍ତ ଏକା ସାଥିରେ ବୁଲିବା, ସାଙ୍ଗରେ ହ୍ୟାଙ୍ଗଆଉଟ କରିବା ତାଙ୍କ ସମ୍ପର୍କର ସତ୍ୟତା ପ୍ରତିପାଦନ କରୁଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କହିଥିଲେ ଯେ, ସୁଶାନ୍ତ ହିଁ ତାଙ୍କୁ ଭଲ ପାଇବା ଉପରେ ଭରସା କରିବା ଶିଖାଇ ଥିଲେ।
ବର୍ତ୍ତମାନ ରିୟାଙ୍କ ଉପରେ ସୁଶାନ୍ତଙ୍କ ପରିବାର ଲୋକ ଏବଂ ସୁଶାନ୍ତଙ୍କ ନିକଟବର୍ତ୍ତୀ ଲୋକମାନେ ଆରୋପ ଆଣିଛନ୍ତି ଯେ, ଯେବେ ଠାରୁ ରିୟା ତାଙ୍କ ଜୀବନକୁ ଆଇଲେ ସେବେଠାରୁ ସୁଶାନ୍ତ ବଦଳି ଯାଇଥିଲେ। ସୁଶାନ୍ତ ତାଙ୍କ ପରିବାର ଏବଂ ସାଙ୍ଗ ସାଥୀଙ୍କ ସହିତ ବହୁତ କମ କଥାବାର୍ତ୍ତା କରିବା ଆରମ୍ଭ କରିଦେଇଥିଲେ। ନିଜର ନମ୍ବର ମଧ୍ୟ ବାରମ୍ବାର ବଦଳାଉ ଥିଲେ।
ଆଜତକର ଖାସ ବାତଚିତରେ ଫିଲ୍ମ କ୍ରିଟିକ ସୁବାଷ କେ ଝା କହିଥିଲେ ଯେ, ରିୟାଙ୍କ ସହିତ ଦୁଇ ବର୍ଷର ସମ୍ପର୍କରେ ସୁଶାନ୍ତ ବହୁତ ବଦଳି ଯାଇଥିଲେ। ଦେଢ଼ ବା ଦୁଇ ବର୍ଷ ଭିତରେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ ମାତ୍ର ଆଗରୁ ସେ ବହୁତ ମେଲାପି ସ୍ୱଭାବର ବ୍ୟକ୍ତି ଥିଲେ।
ଅଙ୍କିତାଙ୍କ ସହିତ ସେ ଅଧିକ ଖୁସିରେ ରହୁଥିଲେ। ସେ କହିଥିଲେ ଯେ, ମଧ୍ୟ ସେ ଦୁଇ ବିବାହ କରିବେ। ଗୋଟିଏ ଥର ନିଜ ପରିବାର ପାଇଁ ଆଉ ଗୋଟିଏ ଥର ଅଙ୍କିତାଙ୍କ ପରିବାର ପାଇଁ ଇନ୍ଦୋରରେ ବିବାହ କରିବେ। ସୁଶାନ୍ତଙ୍କ ପରିବାର ଲୋକମାନେ ମଧ୍ୟ ଅଙ୍କିତାଙ୍କୁ ବହୁତ ପସନ୍ଦ କରୁଥିଲେ।