ସୁଶାନ୍ତଙ୍କ ପିତା ରିୟା ଏବଂ ରିୟାଙ୍କ ପରିବାର ବିରୋଧରେ କେସ ଫାଇଲ କରିବା ଦିନ ଠାରୁ ସୁଶାନ୍ତଙ୍କ ମାମଲା ଏକ ନୂଆ ମୋଡ଼ ନେଇ ସାରିଛି। ବର୍ତ୍ତମାନ ଜଣକ ପରେ ଜଣେ ସୁଶାନ୍ତଙ୍କ ମୃତ୍ୟୁ ସହିତ ଜଡିତ ଦୋଷୀ ଆଗକୁ ଆସୁଛନ୍ତି। ତେବେ ମୁମ୍ବାଇରୁ ବର୍ତ୍ତମାନ ବଡ଼ ଖବର ହେଉଛି ବିହାର ପୋଲିସ ରିୟାଙ୍କୁ ଧରି ନେଇଛନ୍ତି।
ଯେଉଁ କାମ ମୁମ୍ବାଇ ପୋଲିସ ଏତେ ଦିନ ପର୍ଯ୍ୟନ୍ତ କରିପାରୁନଥିଲା, ଯେଉଁ କାମକୁ ଗତ ଦେଢ଼ ମାସ ହେବ ଅଟକାଇ ରଖାଯାଇଥିଲା ତାହା ଏବେ ବିହାର ପୋଲିସ ମୁମ୍ବାଇ ପହଞ୍ଚିବାର ମାତ୍ର ଦୁଇ ଦିନ ଭିତରେ କରି ଦେଖାଇଛି। ତେବେ ରିୟା ଚକ୍ରବର୍ତ୍ତୀ ଏହି କେସକୁ ପାଟଣାରୁ ମୁମ୍ବାଇ ସିଫ୍ଟ କରିବା ପାଇଁ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି ମାତ୍ର ସୁଶାନ୍ତଙ୍କ ପରିବାର ମଧ୍ୟ ସୁପ୍ରିମକୋର୍ଟ ପହଞ୍ଚି ଯାଇଛି। ସୁପ୍ରିମକୋର୍ଟର ନିଷ୍ପତ୍ତି ଆସିବା ପୂର୍ବରୁ ରିୟାଙ୍କୁ ଟ୍ରାନଜିଟରେ ମୁମ୍ବାଇରୁ ପାଟଣା ଅଣାଯାଇ ପାରେ।
ସୁଶାନ୍ତଙ୍କ ପିତା ପାଟଣା ପୋଲିସ ପାଖରେ FIR ଫାଇଲ କରିବା ପରେ ବିହାର ପୋଲିସ ତୁରନ୍ତ ଏକ ଟିମ ସହ ଆସି ମୁମ୍ବାଇ ପହଞ୍ଚିଥିଲା। ପହଞ୍ଚିବା ପରେ ନିଜର ତଦନ୍ତ ମଧ୍ୟ ଆରମ୍ଭ କରିଦେଇଥିଲା। ଏହା ନିଶ୍ଚିତ ଥିଲା ବିହାର ପୋଲିସ ରିୟାଙ୍କୁ ଜେରା କରିବା ସହିତ ଗିରଫ ମଧ୍ୟ କରିଥାନ୍ତେ। ମାତ୍ର ଏହା ଭିତରେ ରିୟା ଫେରାର ହୋଇଯାଇଥିଲେ।
ମୁମ୍ବାଇ ପହଞ୍ଚିବା ପରେ ଏହି ଟିମ ସୁଶାନ୍ତଙ୍କ ନିକଟବର୍ତ୍ତୀ ଲୋକଙ୍କୁ ଜେରା କରିଥିଲେ। ଏହାପରେ ରିୟାଙ୍କୁ ପଚାର ଉଚରା ପାଇଁ ଏହି ପୋଲିସ ଟିମ ରିୟାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ରିୟାଙ୍କ ଘର ସାମ୍ନାରେ ଜବରଦସ୍ତ ତମସା ମଧ୍ୟ ହୋଇଗଲା। ବିହାର ପୋଲିସ ତାଙ୍କ ଘର ସାମ୍ନାରେ ପହଞ୍ଚିବା ପରେ ରିୟା ସେଠାରେ ନଥିଲେ। ସେ ପୋଲିସ ପହଞ୍ଚିବା ପୂର୍ବରୁ ହିଁ ଫେରାର ହୋଇଯାଇଥିଲେ।
ଯେତେବେଳେ ବିହାର ପୋଲିସ ପ୍ରଥମେ ରିୟାଙ୍କ ଫ୍ଲାଟ ଆଗରେ ପହଞ୍ଚି ଥିଲେ ସେତେବେଳେ ତାଙ୍କୁ ଭିତରକୁ ଯିବାକୁ ଦିଆଯାଇ ନଥିଲା। ମାତ୍ର ପୋଲିସ ଫୋର୍ସ ପକାଇବା ପରେ ଭିତରକୁ ଯିବାକୁ ଦିଆଯାଇଥିଲା। ଭିତରକୁ ଯାଇ ଦେଖିବା ବେଳକୁ ସେଠାରେ ରିୟା ନଥିଲେ ରିୟାଙ୍କ ଚାକରାଣୀ ଉପସ୍ଥିତ ଥିଲେ। ଖାଲି ଏତିକି ନୁହେଁ ରିୟାଙ୍କ ଚାକରାଣୀ କହିଲେ ଯେ, ରିୟା ତାଙ୍କୁ ନକହି ବିଳମ୍ବିତ ରାତିରୁ ଘରୁ କୁଆଡେ ଚାଲି ଯାଇଛନ୍ତି।
ଏହାପରେ ବିହାର ପୋଲିସ ରିୟାକୁ ଖୋଜିବାରେ ଜୋରଦାର ଲାଗିବାଡିଲା। ରିୟାଙ୍କ ସହିତ ତାଙ୍କ ଭାଇ ସୋବିତକୁ ମଧ୍ୟ ସମ୍ପର୍କ କରିବାକୁ ଲଗାତର ଚେଷ୍ଟା କରୁଥିଲା ପୋଲିସ। ଏହି ଅବସରରେ ରିୟା ନିଜ ଓକିଲକୁ ନେଇ ସୁପ୍ରିମକୋର୍ଟ ପହଞ୍ଚି ଯାଇଥିଲେ। ସେଠାରେ ସେ ଅପିଲ କରିଥିଲେ ଯେ କେସକୁ ମୁମ୍ବାଇ ସ୍ଥାନାନ୍ତରିତ କରାଯାଉ କାରଣ ପୂର୍ବରୁ ସୁଶାନ୍ତଙ୍କ କେସ ମୁମ୍ବାଇରେ ଚାଲୁଛି। ମାତ୍ର ସୁଶାନ୍ତଙ୍କ ପରିବାର ମଧ୍ୟ ଏବେ ସୁପ୍ରିମକୋର୍ଟ ପହଞ୍ଚି ଯାଇଛି। ସୁଶାନ୍ତଙ୍କ ପରିବାର ଲୋକ ଅପିଲ କରିଛନ୍ତି ଯେ, ତାଙ୍କ ପକ୍ଷ ନଶୁଣି ରିୟାଙ୍କ ମାମଲାରେ କୌଣସି ନିଷ୍ପତ୍ତି ନଦିଆଯାଉ। ସେପଟେ ରିୟା ସମ୍ପୂର୍ଣ୍ଣ ରୂପେ ଫସି ଯାଇ ସାରିଛନ୍ତି।
ବର୍ତ୍ତମାନ ଲଗାତର ଟ୍ରେସ୍ କରିବା ପରେ ମୁମ୍ବାଇରେ ରିୟାଙ୍କୁ ଧରି ନେଇଛି ମୁମ୍ବାଇ ପୋଲିସ। ଯଦିଓ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ମାତ୍ର କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ଭିତରେ ରିୟାଙ୍କୁ ଗିରଫ କରାଯିବ। ଗିରଫ କରାଯିବା ପୂର୍ବରୁ ରିୟାଙ୍କୁ ମୁମ୍ବାଇ କୋର୍ଟରେ ପେଶ କରାଯିବ ଏହାପରେ ତାଙ୍କୁ ଟ୍ରାନଜିଟରେ ମୁମ୍ବାଇରୁ ପାଟଣା ନିଆଯିବ। ବିଶେଷ ସୂତ୍ରରୁ କେବଳ ଏତିକି ଜାଣିବାକୁ ମିଳିଛି ଯେ ରିୟାଙ୍କୁ ଧରାଯାଇଛି ମାତ୍ର ତାଙ୍କୁ କେଉଁଠି ରଖା ଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡୁ ନାହିଁ। ଯେଉଁ କାମ କରିବା ପାଇଁ ମୁମ୍ବାଇ ପୋଲିସ ଡରୁଥିଲା ସେହିକାମ ବିହାର ପୋଲିସ ଗୋଟିଏ ଝଟକାରେ କରି ଦେଖାଇଛି।
ଏହାଛଡା ବର୍ତ୍ତମାନ ଅନ୍ୟ କେତକ ଲୋକଙ୍କୁ ମଧ୍ୟ ଜେରା କରାଯାଉଛି। ଏପର୍ଯ୍ୟନ୍ତ ଅନେକ ଲୋକ ନିଜର ବୟାନ ଦେଇସାରିଛନ୍ତି। ମାତ୍ର ପୋଲିସ ଏବେ ଏକ ବଡ଼ ସାକ୍ଷୀର ବୟାନ ନେଇଛି। ଏହି ସାକ୍ଷୀ ଜଣକ ହେଉଛନ୍ତି ମହେଶ ଭଟ୍ଟ। ଆଗରୁ ମହେଶଙ୍କ ଉପରେ ରିୟାଙ୍କ ସହିତ ସମ୍ପର୍କ ରହିଥିବା, ସୁଶାନ୍ତଙ୍କ ସହିତ ବହୁତ ଖରାପ ବ୍ୟବହାର କରିଥିବା ଭଳି କେତେକ ଗମ୍ଭୀର ଆରୋପ ଲଗାଯାଇଥିଲା। ବହୁତ ଚାପ ପକାଇବା ପରେ ମହେଶଙ୍କୁ ଡ଼କାଯାଇ ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ତାଙ୍କୁ ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା।
ଏହି ପଚରା ଉଚରା ସମୟରେ ମହେଶ କହିଥିଲେ ଯେ ରିୟାଙ୍କ ସହିତ ତାଙ୍କର କେଉଁ ପ୍ରକାରର ସମ୍ବନ୍ଧ ରହିଥିଲା। ମହେଶ ଭଟ୍ଟ ଏହା ମଧ୍ୟ କହି ପକାଇଥିଲେ ତାଙ୍କ ଫିଲ୍ମ ପାଇଁ ସୁଶାନ୍ତ ଯୋଗ୍ୟ ନଥିଲେ। ମହେଶଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା।
୧.ମହେଶଙ୍କୁ ପଚରା ଗଲା, ତୁମେ ସୁଶାନ୍ତଙ୍କୁ କେବେ ଠାରୁ ଜାଣିଛ? ସେ ଉତ୍ତରରେ କହିଲେ, ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ସହିତ ସେତେବେଳେ କଥା ହୋଇଥିଲି ଯେତେବେଳେ ସେ ୟଶରାଜ ବ୍ୟାନରର ଫିଲ୍ମ ଛାଡିଥିଲେ। ସୁଶାନ୍ତ ତାଙ୍କ ସହିତ ଫିଲ୍ମ କରିବାର ଇଚ୍ଛା ରଖିଥିଲେ।
୨.କଣ ତୁମେ କେବେବି ସୁଶାନ୍ତଙ୍କ ସହିତ ଫିଲ୍ମ କରିବାକୁ ଭାବିଥିଲ? ମହେଶ ଉତ୍ତର ଦେଇଥିଲେ, ଆମ ଫିଲ୍ମ ଗୁଡିକରେ କେବେବି ସୁଶାନ୍ତଙ୍କ ପାଇଁ ସ୍ଥାନ ସୃଷ୍ଟି ହୋଇ ପାରିଲା ନାହିଁ। ସେଥିପାଇଁ ସୁଶାନ୍ତଙ୍କୁ ଫିଲ୍ମରେ ନେଇ ପରିଲୁ ନାହିଁ।
୩. ସଡକ-୨ ରେ ଆପଣ ସୁଶାନ୍ତଙ୍କୁ ଫାଇନାଲ କରିଥିଲେ ତାହେଲେ ପରେ କାହିଁକି ହଟାଇଦେଲେ? ଉତ୍ତର ଆସିଥିଲା, ସଡକ-୨ ପାଇଁ ନିଜେ ସୁଶାନ୍ତ ମୋତେ କଲ କରିଥିଲେ, ମାତ୍ର ସେତେବେଳକୁ ଆମେ ସଡ଼କ-୨ର କାଷ୍ଟ ଫାଇନାଲ କରି ସାରିଥିଲୁ। କାଷ୍ଟ ଫାଇନାଲ କରିବା ପରେ ଆମେ ବଦଳାଇ ନଥାଉ।
୪. ଆପଣଙ୍କ ଉପରେ ଆରୋପ ରହିଛି ଆପଣ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କ ଭାଙ୍ଗିବାକୁ ଚାହୁଁଥିଲେ, ରିୟାଙ୍କୁ ସୁଶାନ୍ତଙ୍କ ଠାରୁ ଦୁରେଇ ଦେବାକୁ ଚେଷ୍ଟା କରୁଥିଲେ? ସେ ଉତ୍ତରରେ କହିଲେ, ମୁଁ କେବେ ମଧ୍ୟ ତାଙ୍କର ସମ୍ପର୍କ ଭାଙ୍ଗିବାକୁ ଚାହୁଁନଥିଲି, ବାସ୍ କେତେବେଳେ କେମିତି ସୁଶାନ୍ତଙ୍କ ଦେହ ଖରାପ ହେଲେ ରିୟା ମୋତେ ଡାକୁଥିଲେ ଏବଂ ମୁଁ ରିୟାଙ୍କୁ ଏତିକି କହୁଥିଲି ନିଜର ଧ୍ୟାନ ନିଅ।
୫. ଆପଣ ଗତ ଦୁଇ ବର୍ଷ ଭିତରେ କେତେ ଥର ସୁଶାନ୍ତଙ୍କୁ ଦେଖା କରିଛନ୍ତି? ଉତ୍ତରରେ ମହେଶ କହିଲେ, ୨୦୧୮ରେ ମୋ ୟୁ ଟ୍ୟୁବ ଚ୍ୟାନେଲ ଦେଖି ସୁଶାନ୍ତ ମୋତେ କଲ କରିଥିଲେ, ଏବଂ ମୋ ୟୁ ଟ୍ୟୁବ ଚ୍ୟାନେଲରେ ଭିଡ଼ିଓ ବନାଇବା କଥା କହିଥିଲେ, ସେତେବେଳେ ପ୍ରଥମ ଥର ଦେଖା ହୋଇଥିଲା।
୬. ଦ୍ୱିତୀୟ ଥର ସୁଶାନ୍ତଙ୍କ ସହିତ କେବେ ଦେଖାହୋଇଥିଲା? ମହେଶ କହିଲେ ଯେ, ଜାନୁଆରୀ ୨୦୨୦ ରେ ସୁଶାନ୍ତଙ୍କ ସହିତ ଶେଷ ଦେଖା ହୋଇଥିଲା। ସେତେବେଳେ ମୁଁ ସୁଶାନ୍ତଙ୍କୁ ଦେଖା କରିବାକୁ ଚାଲିଗଲି ସୁଶାନ୍ତଙ୍କ ଫ୍ଲାଟକୁ। ସେଠାରେ ୟୁ ଟ୍ୟୁବ ଏବଂ ପୁସ୍ତକ ବିଷୟରେ କଥା ହୋଇଥିଲୁ।
୭. ରିୟାଙ୍କ ସହିତ ଆପଣଙ୍କର କେଉଁ ପ୍ରକାରର ସମ୍ପର୍କ ରହିଛି? ଉତ୍ତରରେ ଆସିଥିଲା, ରିୟା ଜଣେ ବହୁତ ଭଲ ଅଭିନେତ୍ରୀ ଆମେ ତାଙ୍କୁ ଆମ ଫିଲ୍ମ ଜଲେବିରେ କାଷ୍ଟ କରିଥିଲୁ। ସେବେ ଠାରୁ ସେ ମୋତେ ନିଜର ଗୁରୁ ମନୁଛନ୍ତି। ରିୟାଙ୍କ ସହିତ ମୋର ଗୁରୁ ଶିଷ୍ୟର ସମ୍ପର୍କ ଥିଲା। ରିୟା ଏବଂ ମୋ ବୟସରେ ବହୁତ ତାରତମ୍ୟ ରହିଛି, ମାତ୍ର ରିୟାଙ୍କ ସହିତ ମୋର ଭଲ ବନ୍ଧୁତ୍ୱ ରହିଛି।