କେବେ ଗୁଗୁଲରେ ଖୋଜିଛନ୍ତି “Best Toilet Paper in the world”? ଉତ୍ତର ଦେଖିଲେ ଲଜ୍ଜାରେ ମରିଯିବେ ପାକିସ୍ତାନବାସୀ…

ଭାରତବର୍ଷର ଗର୍ବ ଗୌରବର ପ୍ରତୀକ ତିରଙ୍ଗା ପତାକା। ଦେଶର ପ୍ରତ୍ୟେକ ନାଗରିକ ତିରଙ୍ଗାର ସମ୍ମାନ ପାଇଁ ନିଜ ଜୀବନ ମଧ୍ୟ ବାଜି ଲଗାଇବାକୁ ପ୍ରସ୍ତୁତ ଥାଏ। ଭାରତ ଦେଶରେ ତିରଙ୍ଗା ପତାକାକୁ କ୍ଷତି ପହଞ୍ଚିଲେ ସେଥିପାଇଁ ସ୍ୱତନ୍ତ୍ର ଆଇନଗତ ଦଣ୍ଡ ବିଧାନ ରହିଛି। ଯେତେବେଳେ କେହି ଭାରତର ତିରଙ୍ଗା ପତାକାକୁ ଅପମାନ କରିଥାଏ ସେତେବେଳେ ସମଗ୍ର ଦେଶ ଏକାଠି ହୋଇ ତା’ ବିରୋଧରେ ଠିଆ ହୋଇଯାଏ। କିନ୍ତୁ ବୋଧହୁଏ ପାକିସ୍ତାନବାସୀଙ୍କ ପାଖରେ ଏପରି ଭାବନା ନାହିଁ।

ଆଜିକାଲି ସୋସିଆଲ ମିଡିଆରେ ଏକ ମେମ ଭାଇରାଲ ହେବାରେ ଲାଗିଛି। ଏଥିରେ ଲେଖା ଅଛି ଯେ, ଯଦି ତୁମେ ଗୁଗୁଲରେ “Best Toilet Paper in the world” ପାଇଁ ଅନୁସନ୍ଧାନ କରିବ ତେବେ ତୁମକୁ ପାକିସ୍ତାନର ପତାକା ଦେଖିବାକୁ ମିଳିବ। ଏହି କଥାର ସତ୍ୟତା ଜାଣିବା pai ଯେତେବେଳେ ଗୁଗୁଳରେ ଅନୁସନ୍ଧାନ କରାଗଲା ସେତେବେଳେ ଏହାର ପରିଣାମ ଦେଖି ସବୁ ଆଶ୍ଚର୍ଯ୍ୟ ଚକିତ ରହିଗଲେ।

ତେବେ ୨୦୧୯ ମସିହା ୧୪ ଫେବୃଆରୀରେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦଙ୍କ ଆତ୍ମଘାତୀ ଆକ୍ରମଣ ପରେ ଏହି ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହା ଗୁଗୁଲ ପାଇଁ ପ୍ରଥମଥରର କଥା ନୁହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁସନ୍ଧାନକୁ ମଧ୍ୟ ଆଗରୁ ବିବାଦ ହୋଇସାରିଛି। ତେବେ ଗୁଗୁଲର ଆଲଗୋରିଡଦମ ତ୍ରୁଟି ଯୋଗୁ ଏପରି ହୋଇଥାଏ।

ବାସ୍ତବରେ, ପୁଲୱାମା ଆକ୍ରମଣ ପରେ କିଛି ସୋସିଆଲ ମିଡିଆ ୟୁଜର ପାକିସ୍ତାନୀ ପତାକାର ଫୋଟୋ ଚିତ୍ର ପୋଷ୍ଟ କରି ‘Best Toilet paper in the wolrd’ ଲେଖିଥିଲେ। ଯେତେବେଳେ ଗୁଗୁଲ୍ ଏହିପରି ପୋଷ୍ଟଗୁଡିକୁ ବହୁ ସଂଖ୍ୟାରେ ଦେଖିଲା, ଆଲଗୋରିଦମ ଅନୁଯାୟୀ ସେହି ପେଜ ଗୁଡ଼ିକର ର୍ୟାଙ୍କିଙ୍ଗ୍ ବୃଦ୍ଧି ପାଇଲା। ଏହା ପରେ କିଛି ୱେବସାଇଟ୍ ମଧ୍ୟ ଏଥିରେ ଲେଖା ଲେଖିଥିଲେ ଯେଉଁଥିରେ ପାକିସ୍ତାନୀ ପତାକା ବ୍ୟବହାର କରାଯାଇଥିଲା।

ଯେତେବେଳେ ଅନୁସନ୍ଧାନର ସଂଖ୍ୟା ବଢ଼ିବାକୁ ଲାଗଲା, ସେତେବେଳେ ଅଧିକାଂଶ ୟୁଜରଙ୍କୁ ପାକିସ୍ତାନୀ ପତାକା ଦେଖାଇବା ଆରମ୍ଭ ହୋଇଗଲା। ଗୁଗୁଲର ମୁଖପାତ୍ର କହିଥିଲେ ଯେ ଏହି ଖବର କାହାଣୀ ପ୍ରକାଶିତ ହେବା ପରଠାରୁ ସେମାନଙ୍କର ଚିତ୍ର ବର୍ତ୍ତମାନ ର୍ୟାଙ୍କିଙ୍ଗରେ ଅଛି, କାରଣ ସେହି ପେଜ ଗୁଡ଼ିକରେ ଅନୁସନ୍ଧାନ ସହିତ ଜଡିତ ଶବ୍ଦର ବ୍ୟବହାର କରାଯାଇଛି”।

ପାକିସ୍ତାନ ପାଇଁ ଏପରି ଅପମାନ କିଛି ନୂଆ କଥା ନୁହଁ। ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ନେଇ ମଧ୍ୟ ଏପରି ଅପମାନଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁଗୁଳରେ ଭିକାରୀ ଅନୁସନ୍ଧାନ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋଟୋ ଚିତ୍ର ଆସୁଥିଲା। ଗତ ଦେଢ଼ ବର୍ଷରୁ ଗୁଗୁଲରେ “Best Toilet paper in the wolrd’ ସର୍ଚ୍ଚ କଲେ ପାକିସ୍ତାନୀ ଝଣ୍ଡା ଦେଖାଉଛି। ମାତ୍ର ପାକିସ୍ତାନ ଏହାକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ।

Leave a Reply

Your email address will not be published. Required fields are marked *