ବଦଳାଇ ଦିଆଯାଇଥିଲା ସୁଶାନ୍ତଙ୍କ ପାର୍ଥିବ ଶରୀର। ସୁଶାନ୍ତଙ୍କ ଚାକର ଦିପେଶ ସହିତ ସାମିଲ ଥିଲେ ଅଭିନେତା ରିୟା ଚକ୍ରବର୍ତ୍ତୀ।

ସୁଶାନ୍ତଙ୍କ ଶରୀରକୁ ବଦଳାଇ ଦିଆ ଯାଇଥିଲା। ତେବେ ପ୍ରଥମେ ଏଥିରେ କେବଳ ସୁଶାନ୍ତଙ୍କ ଚାକର ଦିପେଶଙ୍କ ହାତ ଥିବାର ଜଣାପଡ଼ିଥିବା ବେଳେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ସାମିଲ ଥିବାର ଦେଖିବାକୁ ମିଳୁଛି। ଆଗରୁ ଏକ ବୟାନରେ ରିୟା କହିଥିଲେ ଯେ, ସେ ତାଙ୍କ ଘର ଠାରୁ ଦୂରରେ ଥିଲେ ଯେଉଁଥିପାଇଁ ସେ ସୁଶାନ୍ତଙ୍କ ଶେଷଥର ପାଇଁ ଦେଖିବାକୁ ଆସି ପାରିଲେ ନାହିଁ। ମାତ୍ର ସେଦିନ କ୍ୟାମେରାରେ ରେକର୍ଡ ହୋଇଛନ୍ତି ରିୟା। ସେ ସୁଶାନ୍ତଙ୍କ ଚାକର ଦିପେଶ ସହିତ କିଛି ଗମ୍ଭୀର କଥା ହେଇଥିବାର କ୍ୟାମେରାରେ ନଜର ଆସିଥିଲେ।

ସୁଶାନ୍ତଙ୍କ ଚାକରକୁ ସେଦିନ ରିୟାଙ୍କ ସହିତ କଥା ହେଉଥିବାର କ୍ୟାମେରାର ସ୍ପଟ କରାଯାଇଛି। ପ୍ରଥମେ ସୁଶାନ୍ତଙ୍କ ପାର୍ଥିବ ଶରୀର ବଦଳାଇବାକୁ ନେଇ ଦିପେଶଙ୍କୁ ସନ୍ଦେହ କରାଯାଉଥିଲା ମାତ୍ର ଏବେ ରିୟାଙ୍କ ନାମ ସାମ୍ନାକୁ ଆସିବା ପରେ ଘଟଣାକୁ ଏକ ନୂତନ ମୋଡ଼ ପ୍ରାପ୍ତି ହୋଇ ଯାଇଛି। ସୁଶାନ୍ତଙ୍କ ପାର୍ଥିବ ଶରୀରକୁ ନେଇ କୁପର ହସ୍ପିଟାଲ ଯିବା ମାମଲା ଆଜି ପର୍ଯ୍ୟନ୍ତ ବିବାଦୀୟ ହୋଇ ରହିଛି। ଯେତେବେଳେ ସୁଶାନ୍ତଙ୍କ ଘର ସାମ୍ନାରେ ଆମ୍ବୁଲାନ୍ସ ପହଞ୍ଚି ଥାଏ ଏହା ଏକ ସବୁଜ ରଙ୍ଗର ଲିଲାବତୀ ହସ୍ପିଟାଲର ଆମ୍ବୁଲାନ୍ସ ଥିଲା

ଏଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଲିଲାବତୀ ହସ୍ପିଟାଲ ନେବା ପାଇଁ କହିଥାନ୍ତି। ମାତ୍ର ଏହି ଆମ୍ବୁଲାନ୍ସ ପହଞ୍ଚି ଥାଏ କୁପର ହସ୍ପିଟାଲରେ ଏବଂ ଆମ୍ବୁଲାନ୍ସ ମଧ୍ୟ ବଦଳି ଯାଇଥାଏ। କୁପର ହସ୍ପିଟାଲର ର୍ୟାଙ୍କ ବହୁତ ଖରାପ ଥିବାବେଳେ ଏଠାରେ ଯେଉଁ ବଲିଉଡ ଅଭିନେତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଯାଇଥାଏ ସେଗୁଡ଼ିକ ହତ୍ୟା କିମ୍ବା ଆତ୍ମହତ୍ୟା କେସ ହୋଇଥାଉ ସେସବୁକୁ ଏହି ହସ୍ପିଟାଲ ଆତ୍ମହତ୍ୟା କେସରେ ବଦଳାଇ ଦେଇଥାଏ।

ସୁଶାନ୍ତଙ୍କ ଚାକର ଦିପେଶଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ସହିତ ଦେଖିବାକୁ ମିଳିଛି। ଡ୍ରାଇଭର ଆମ୍ବୁଲାନ୍ସ ଚଳାଉଥିବା ବେଳେ ଦିପେଶ ମଧ୍ୟ ତାଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଛି। ତେବେ ଘର ଠାରୁ ନେଇ ହସ୍ପିଟାଲ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଷ୍ଟ୍ରେଚର ବଦଳାଇବା ବେଳେ ମଧ୍ୟ ଦିପେଶ ଉପସ୍ଥିତ ରହିଛନ୍ତି। ଏହାଛଡା ସୁଶାନ୍ତଙ୍କୁ ଶେଷଥର ଜୀବିତ ଅବସ୍ଥାରେ ଦେଖିଥିବା ବ୍ୟକ୍ତି ମଧ୍ୟ ତାଙ୍କ ଚାକର ଦିପେଶ ଥିଲେ। ଏହି ସବୁ କାରଣରୁ ଦିପେଶ ଏହି ଆତ୍ମହତ୍ୟା କେସର ସବୁଠୁ ବଡ଼ ସସ୍ପେକ୍ଟ ଥିଲେ ହେଲେ ପୋଲିସ ତାକୁ ଖୋଲା ଛାଡ଼ିଦେଇଥିଲା ଏବଂ ସେ ଖୋଲା ବୁଲୁଥିଲେ।

ଏହାଛଡା ଯେତେବେଳେ ସୁଶାନ୍ତଙ୍କୁ ଗୋଟିଏ ଷ୍ଟ୍ରେଚର ରୁ ଆଉ ଗୋଟିଏ ଷ୍ଟ୍ରେଚରକୁ ନିଆଯାଉଥାଏ ସେତେବେଳେ ସୁଶାନ୍ତ ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି। ଯଦିଓ ସୁଶାନ୍ତଙ୍କ ଘରେ ତାଙ୍କ ଶେଷ ଫୋଟୋରେ ସେ ଏକ ହାଫ ଲୋବର ପିନ୍ଧିଥିଲେ। ତାହେଲେ କଣ ତାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଜିନ୍ସ ପ୍ୟାଣ୍ଟ ପିନ୍ଧାଇ ଦିଆଯାଇଥିଲା। ଏଥିସହିତ ସୁଶାନ୍ତଙ୍କ ଗୋଡ଼କୁ ରାଶି ସାହାଯ୍ୟରେ ଷ୍ଟ୍ରେଚରରେ ବାନ୍ଧି ଦିଆଯାଇଥିଲା।

ଏଥିସହିତ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ମୁହଁର ଏକ ଫୋଟୋ ଉଠାଯାଇଥିଲା। ଏହି ଫୋଟୋରେ କୌଣସି ସୂତ୍ରରୁ ଲାଗୁ ନଥିଲା ଯେ ଏହା ଏକ ଶବ ବ୍ୟବଚ୍ଛେଦ ହୋଇଥିବା ଶରୀର। ତେବେ ଶବ ବ୍ୟବଚ୍ଛେଦ ସମୟରେ ଶରୀରକୁ ସମ୍ପୂର୍ଣ୍ଣ ଭାବରେ କାଟି ଖୋଲି ଦିଆଯାଇଥାଏ। ଡାକ୍ତରମାନେ ଶରୀରର ପ୍ରତ୍ୟେକ ଅଙ୍ଗକୁ ବାହାର କରି ଯାଞ୍ଚ କରିଥାନ୍ତି। ଶରୀର ସହିତ ମୁହଁରେ ମଧ୍ୟ ଅନେକ ସିଲେଇ ରହିଥାଏ।

ମାତ୍ର ଏଠାରେ ସୁଶାନ୍ତଙ୍କ ମୁହଁରେ କେବଳ ପୂର୍ବରୁ ଥିବା ଦାଢ଼ି କଟିଦିଆଯିବା ସହିତ ମୁହଁକୁ ଭଲ ଭାବରେ ସଫା କରିଦିଆଯାଇଛି। ହେଲେ ତାଙ୍କ ଶେଷ ଫୋଟୋରେ ତାଙ୍କ ମୁହଁରେ ଶବ ବ୍ୟବଚ୍ଛେଦ ହେବା ପରି କୌଣସି ସିଲେଇ ନଥିଲା। ସୁଶାନ୍ତଙ୍କ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାରୁ ଏଠାରେ ତାଙ୍କ ବେକରେ ଥିବା ଦାଗ ପାଖରେ ଭଲ ଭାବରେ ଯାଞ୍ଚ କରିବାର ଥିଲା। ଏସବୁର ସଂକେତ ଗୋଟିଏ ଦିଗରେ ଯାଉଛି କି ସୁଶାନ୍ତଙ୍କର ଶବ ବ୍ୟବଚ୍ଛେଦ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *