ସୁଶାନ୍ତଙ୍କ ପିତା ପ୍ରକାଶ କଲେ ସୁଶାନ୍ତଙ୍କ ଶେଷ ଇଚ୍ଛା। କଣ ଥିଲା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଇଚ୍ଛା?

ସୁଶାନ୍ତ ସିଂ ରାଜପୁତ ସବୁଦିନ ପାଇଁ ଚାଲି ଯାଇଛନ୍ତି ମାତ୍ର ସେ ଯିବାର ବହୁ ପୂର୍ବରୁ ତାଙ୍କ ପିତାଙ୍କ ସହିତ ନିଜର ଶେଷ ଇଚ୍ଛା ସମ୍ବନ୍ଧରେ କହିଥିଲେ। ସେ ତାଙ୍କ ଜୀବନର ଶେଷ ଇଚ୍ଛା ତାଙ୍କ ବାପାଙ୍କ ସହିତ ସେୟାର କରିଥିଲେ। ସୁଶାନ୍ତଙ୍କ ପିତା କହିଛନ୍ତି ଯେ, ସୁଶାନ୍ତ ଅନେକ ସମୟରେ ଲୋକଙ୍କ ବିଷୟରେ ଭାବୁଥିଲେ। ସେ ଜୀବନରେ କିଛି ବଡ଼ କରି ଦେଖାଇବାକୁ ଚାହୁଁଥିଲେ। ବଡ଼ ଅର୍ଥାତ ସେ ବଲିଉଡରେ ଏପରି ଏକ ଏକାଡେମୀ ଖୋଲିବାକୁ ଚାହୁଁଥିଲେ ଯେଉଁଥିରେ ଦକ୍ଷତା ଥିବା ପର୍ଥୀ ଅଡିସନ ଦେଇ ବଲିଉଡ଼କୁ ଏଣ୍ଟ୍ରି କରି ପାରିବେ।

ଅନେକ ଅଭିନେତା ଦକ୍ଷତା ଥାଇ ମଧ୍ୟ ବଲିଉଡରେ ପ୍ରବେଶ କରିବାକୁ ଅବସର ପାଉ ନାହାଁନ୍ତି। ବଲିଉଡ ପରିବାରର ପିଲା ମାନଙ୍କୁ ଅବସର ମିଳୁଥିବା ବେଳେ ସେମାନଙ୍କ ଠାରୁ ଅଧିକ ଦକ୍ଷତା ଥିବା ବଲିଉଡ ବାହାରୁ ଆସୁଥିବା ଲୋକଙ୍କୁ ଏଠାରେ ଅବସର ମିଳିବା କାଠିକର ପାଠ ହୋଇଥାଏ। ଏହିପରି ପିଲା ମାନଙ୍କ ପାଇଁ ସୁଶାନ୍ତ ଏପରି ଏକ ବଡ଼ ଏକାଡେମୀ ଖୋଲିବାର ସ୍ବପ୍ନ ଦେଖିଥିଲେ ଯେଉଁଠାରେ ନୁଆଁ କରି ବଲିଉଡ ବାହାରୁ ଆସୁଥିବା କଳାକାରଙ୍କୁ ବଲିଉଡରେ ଏଣ୍ଟ୍ରି କରିବାକୁ ଅବସର ମିଳିପାରିଥାନ୍ତା।

ସୁଶାନ୍ତ ଚାହୁଁଥିଲେ ଯେପରି ବଲିଉଡ ବାହାରୁ ଆସୁଥିବା କୌଣସି ଅଭିନେତା ଏବଂ ଅଭିନେତ୍ରୀ ନେପୋଟିଜମର ଶିକାର ନହୁଅନ୍ତୁ। ସେମାନଙ୍କୁ ମଧ୍ୟ ସମାନ ଅବସର ମିଳୁ। ମାତ୍ର ଅନ୍ୟମାନଙ୍କୁ ନେପୋଟିଜମରୁ ରକ୍ଷା କରିବାକୁ ଚାହୁଁଥିବା ସୁଶାନ୍ତ ନିଜେ ଆଜି ନେପୋଟିଜମର ଶିକାର ହୋଇଗଲେ। ଯେଉଁ ଅବସର ସେ ଅନ୍ୟ ମାନଙ୍କୁ ଦେବାକୁ ଚାହୁଁଥିଲେ ନିଜେ ତାକୁ ନେଇ ପାରିଲେ ନାହିଁ। ନିଜର ଏପରି ଚିନ୍ତାଧାରା ପାଇଁ ଶେଷରେ ଟାର୍ଗେଟ ହୋଇଗଲେ ସୁଶାନ୍ତ।

ତେବେ ସୁଶାନ୍ତ ତାଙ୍କ ଶେଷ ଇଛା ବିଷୟରେ ବହୁପୂର୍ବରୁ ତାଙ୍କ ପିତାଙ୍କ ସହିତ କଥା ହୋଇଥିଲେ। ତେବେ ସୁଶାନ୍ତ ବଲିଉଡରେ ଏକ ବଡ଼ ଏକାଡେମୀ କରି ସେଥିରେ ଦକ୍ଷତା ଏବଂ ଇଚ୍ଛା ଥିବା ଲୋକଙ୍କୁ ଅବସର ଦେଇଥାନ୍ତେ। ଏହାପରେ ସେମାନଙ୍କୁ ସୁଶାନ୍ତ କିଛି ରୋଲ ମଧ୍ୟ କରିବାକୁ ଦେଇଥାନ୍ତେ। ପରେ ସେ ବ୍ୟକ୍ତି ଯେତେ ପରିଶ୍ରମ କରିଥାନ୍ତେ ସେତେ ପରିମାଣର ଉନ୍ନତି ମଧ୍ୟ କେଇଥାନ୍ତେ, ବହୁତ ଆଗକୁ ମଧ୍ୟ ଯାଇପାରିଥାନ୍ତା।

ସୁଶାନ୍ତଙ୍କ ପିତା କହିଛନ୍ତି ଯେ, ସୁଶାନ୍ତ ମଧ୍ୟ ଏମିତି ଏକ ଅଭିନେତା ଥିଲେ ଯିଏ ନିଜେ ଅନେକ ପରିଶ୍ରମ କରି ବଲିଉଡରେ ଏପରି ଏକ ସ୍ଥାନରେ ପହଞ୍ଚି ପାରିଥିଲେ। ସେ ଭଲ ଭାବରେ ଜାଣିଥିଲେ ବଲିଉଡରେ କ୍ୟାରିୟର କରିବା ପାଇଁ କେତେ ପରିଶ୍ରମ କରିବାକୁ ପଡିଥାଏ, ଏବଂ କେମିତି ଭାବରେ ନେପୋଟିଜମର ସାମ୍ନା କରିବାକୁ ମଧ୍ୟ ପଡେ। ସେଥିପାଇଁ ସେ ଏସବୁ ଅନ୍ୟ କାହା ସହ ହେଉ ତାହା ଚାହୁଁନଥିଲେ।

ଏହାଛଡା ତାଙ୍କ ପିତା ସୁଶାନ୍ତଙ୍କ ନିଜ ଜୀବନର ଶେଷ ଇଚ୍ଛା ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କ ପିତା କହିଥିଲେ ଯେ, ସୁଶାନ୍ତଙ୍କୁ ମୁଁ ଯେତେବେଳେ ବିବାହ କଥା ପଚାରିଥିଲି ସୁଶାନ୍ତ କହିଥିଲେ ଯେ, ସେ କୋଭିଡ ୧୯ର ତାଲାବନ୍ଦ ସମୟରେ ବିବାହ କରିବାକୁ ଚାହୁଁ ନାହାନ୍ତି। ଯଦି ତାଙ୍କ ପାଇଁ କୌଣସି ଝିଅ ଦେଖୁଛନ୍ତି ତେବେ ସେପରି ନକରନ୍ତୁ କାରଣ ସୁଶାନ୍ତ ନିଜର ଲାଇଫ ପାର୍ଟନର ପସନ୍ଦ କରି ନେଇଛନ୍ତି। ଏଥି ସହିତ ସୁଶାନ୍ତ କହିଥିଲେ ଯେ, “ମୁଁ ଅନେକ ଲୋକ ଏବଂ ଝିଅଙ୍କୁ ମୋ ଜୀବନରେ ଆସିବା ଦେଖିଛି ଏବଂ ଯିବା ମଧ୍ୟ ଦେଖିଛି। ମାତ୍ର କେହି ମଧ୍ୟ ମୋର ଯତ୍ନ ନେଇ ନାହାନ୍ତି ଯେତେ ମୋ ପ୍ରଥମ ସାଥି ନେଉଥିଲେ।” ତେବେ ସୁଶାନ୍ତ ଏଠାରେ ଅଙ୍କିତା ଲୋଖଣ୍ଡେଙ୍କ କଥା କହୁଥିଲେ।

ସୁଶାନ୍ତଙ୍କୁ ମଧ୍ୟ ଅଙ୍କିତାଙ୍କ ସହିତ ଅନେକ ଥର ଦେଖାଯାଇଛି। ବୋଧ ହୁଏ ଅଙ୍କିତାଙ୍କ ସହିତ ସେ ଯାହା ଅନୁଭବ କରୁଥିଲେ ଆଉ କାହା ସହ ମଧ୍ୟ କରୁ ନଥିଲେ। ରିୟା ଚକ୍ରବର୍ତ୍ତୀଙ୍କ ସହିତ ମଧ୍ୟ କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ବ୍ରେକଅପ ହୋଇଯାଇଥିଲା। ତେବେ ତାଙ୍କ ପିତା କହିଥିଲେ ଯେ ସୁଶାନ୍ତ ନିଶ୍ଚିତ ରୂପେ ଅଙ୍କିତାଙ୍କ କଥା କହୁଥିଲେ। କାରଣ ଅଙ୍କିତାଙ୍କୁ ଅଧିକ ପସନ୍ଦ ମଧ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *