ସୁଶାନ୍ତ ସିଂ ରାଜପୁତଙ୍କ ରୁମରୁ ମିଳିଲା ବଡ଼ ପ୍ରମାଣ। ପୁନର୍ବାର ତଦନ୍ତ କରୁଛି ମୁମ୍ବାଇ ପୋଲିସ।

୧୪ ଜୁନକୁ ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ। ସୁଶାନ୍ତଙ୍କ ପ୍ରଶଂସକ ମାନେ ଲଗାତର ତାଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଏହିସବୁ କାରଣରୁ ବର୍ତ୍ତମାନ ପୋଲିସ ଉପରେ ଏକ ଚାପ ମଧ୍ୟ ରହିଛି। ପୋଲିସ ମଧ୍ୟ ଏବେ ଏହି କେସକୁ ସଠିକ ଭାବରେ ଡିଲ କରୁଛି। ପ୍ରତ୍ୟେକ ତଥ୍ୟକୁ ପୁନର୍ବାର ତଦନ୍ତ ଆରମ୍ଭ କରାଯାଉଛି।

ପୂର୍ବରୁ ମିଳିଥିବା ସମସ୍ତ ତଥ୍ୟ ଯାହା ଉପରେ ନଜର ଦେଇ ନଥିଲା ସେସବୁ ଉପରେ ଆଉଥରେ ଅନୁସନ୍ଧାନ କରାଯାଉଛି। ସୁଶାନ୍ତଙ୍କ ରୁମରୁ ଏପରି ଅନେକ ତଥ୍ୟ ମିଳିଥିଲା ଯାହାକୁ ଦେଖିବା ପରେ ଜାଣିହେଉଥିଲା ଯେ ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ଷଡଯନ୍ତ୍ର ପୂର୍ବକ ହତ୍ୟା କରିଦିଆ ଯାଇଛି। ଏବଂ ଏହାକୁ ଏକ ଆତ୍ମହତ୍ୟାର ରୂପ ଦିଆଯାଉଛି।

ସୁଶାନ୍ତ ଯେଉଁ ରୁମରେ ଥିଲେ ସେଠି ମଧ୍ୟ ସିସିଟିଭି କ୍ୟାମେରା ଲାଗିଥିଲା, ହେଲେ ସେହି ରୁମଟି ସୁଶାନ୍ତଙ୍କର ନଥିଲା। ସୁଶାନ୍ତଙ୍କ ନିଜ ରୁମରେ ତାଙ୍କ କୁକୁର “ଫଜ” ଥିଲା। ଏବଂ ସୁଶାନ୍ତ ନିଜ ଆପାର୍ଟମେଂଟର ଗେଷ୍ଟ ରୁମରେ ରହିଥିଲେ। ଏଥିସହିତ ତାଙ୍କ ବନ୍ଧୁ ସନ୍ଦିପ ଅନ୍ୟ ଏକ ରୁମରେ ଥିଲେ। ତେବେ ସୁଶାନ୍ତଙ୍କ ନିଜ ରୁମରେ ନରହି ବିନା କାରଣରେ ତାଙ୍କ ଗେଷ୍ଟ ରୁମରେ ରହିବାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। କିନ୍ତୁ ଏହି ଗେଷ୍ଟ ରୁମର ସିସିଟିଭି କ୍ୟାମେରା କେବେ ହେଲେ ବନ୍ଦ କରାଯାଉ ନଥିବା ବେଳେ ସେଦିନ ସେହି ରୁମର କ୍ୟାମେରା ବନ୍ଦ ଥିଲା। ଖାଲି ଏତିକି ନୁହେଁ ସୁଶାନ୍ତ ଘରେ ଥିବା ସମସ୍ତ କ୍ୟାମେରା ସେଦିନ ରାତି ପାଇଁ ବନ୍ଦ ରହିଥିଲା।

ସୁଶାନ୍ତଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ସିସିଟିଭି ଫୁଟେଜ ପରୀକ୍ଷଣ କରାଯାଇଥିଲା ସେତେବେଳେ ଏହି ଫୁଟେଜରେ ଏକ ଗ୍ଲିଚ ଆସିଥିଲା। ସିସିଟିଭି କ୍ୟାମେରାରେ ଗ୍ଲିଚ ସେତେବେଳେ ଆସିଥାଏ ଯଦି କେହି ଜଣେ କ୍ୟାମେରାର କେବୁଲ କାଟିଦେଇଥାଏ। କ୍ୟାମେରାକୁ ବନ୍ଦ କରାଗଲେ ଏପରି ଗ୍ଲିଚ ଆସିନଥାଏ। ମାତ୍ର କ୍ୟାମେରା ବନ୍ଦ କରିବା ପାଇଁ ଏହାର ୟୁଜର ଆଇଡି ଏବଂ ପାଶୱାର୍ଡର ଆବଶ୍ୟକତା ରହିଥାଏ ଯାହା କେବଳ ସୁଶାନ୍ତଙ୍କୁ ଜଣାଥିଲା।

ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରେ ତେବେ ସେ ନିଜ ରୁମକୁ ଭିତରୁ ଭଲ ଭାବରେ ବନ୍ଦ କରିଥାଏ ମାତ୍ର ସୁଶାନ୍ତଙ୍କ ରୁମ ଭିତରୁ ଡବଲ ଲକ ଏବଂ ବାହାରୁ ସିକ୍ୟୁର ଲକ ହୋଇଥିଲା। ଯଦିଓ ସୁଶାନ୍ତ ଭିତରୁ ଲକ କରିଥିଲେ ତେବେ ନିହାତି ଚାବି ତାଙ୍କ ପାଖରେ ମିଳିଥାନ୍ତା। କିନ୍ତୁ ସୁଶାନ୍ତଙ୍କ ରୁମକୁ ଚେକ କରାଯିବା ପରେ ମଧ୍ୟ କୌଣସି ଚାବି ତାଙ୍କ ରୁମ ଭିତରୁ ମିଳି ନଥିଲା। ଏହାଛଡା ଯେଉଁ ଚାବି କାରିଗର ଆସି ଚାବି ଖୋଲି ଥିଲେ ସେ ଚାବିଟି ମଧ୍ୟ ହଜି ଯାଇଥିଲା।

ସୁଶାନ୍ତ ଯେଉଁ କପଡା ସାହଯ୍ୟରେ ଫାଶୀ ଲଗାଇଥିବାର କୁହାଯାଉଛି ସେ କପଡାଟି ସୁଶାନ୍ତଙ୍କ ଓଜନ ଉଠାଇ ପାରିବ ନାହିଁ। ଏହି କପଡାଟି ମାତ୍ର ୩୦ କିଲୋ ଓଜନ ଉଠାଇ ପାରିବ ଏବଂ ଅଧିକରୁ ଅଧିକ ୪୦ କିଲୋ ଓଜନ ଉଠାଇ ପାରିବ ମାତ୍ର ସୁଶାନ୍ତଙ୍କ ଓଜନ ୯୦ କିଲୋ ଥିଲା ଯାହାକୁ ଉଠିବାର ଶକ୍ତି ଏହି କପଡାରେ ନଥିଲା। ସୁଶାନ୍ତ ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କ ଉଚ୍ଚତା ୧୮୩ ସେଣ୍ଟିମିଟର ଅର୍ଥାତ ୬ ଫୁଟ ୧ ଇଞ୍ଚ ରହିଥିଲା। ପ୍ରତ୍ୟେକ ୱେବ ସାଇଟରେ ଦର୍ଶା ଯାଉଛି ଯେ ସୁଶାନ୍ତ ଉଚ୍ଚତା ୫ ଫୁଟ ୭ ଇଞ୍ଚ ରହିଛି କାରଣ ସୁଶାନ୍ତଙ୍କ ବେଡରୁ ଦୂରତା ୫ ଫୁଟ ୮ ଇଞ୍ଚ ରହିଥିଲା।

ଦେଖା ଯାଉଛି ଯେ, ସୁଶାନ୍ତ କେବଳ ୧ ଇଞ୍ଚ ଦୂରତାରୁ ଆତ୍ମହତ୍ୟା କରିଥିଲେ। ଯେତେବେଳେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବ ଏବଂ ଧୀରେ ଧୀରେ ଅଧିକ ପ୍ରେସର ପଡିବା ଆରମ୍ଭ ହୋଇଯିବ ସେତେବେଳେ ସେ ଆଉ ଆତ୍ମହତ୍ୟା କରିବାକୁ ଇଚ୍ଛା ହିଁ କରିବେ ନାହିଁ। ୧ ବା ୨ରୁ ୩ ଇଞ୍ଚ ଦୂରତାରୁ ସହଜରେ ନିଜ ଆଙ୍ଗୁଳିରେ ସାହାଯ୍ୟରେ ଠିଆ ହୋଇ ପାରିବ।

ସୁଶାନ୍ତ ଯେଉଁ ରୁମରେ ଆତ୍ମହତ୍ୟା କରିଥିଲେ ସେହି ରୁମରେ ସର୍ବ ପ୍ରଥମେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା, ତାଙ୍କ ବନ୍ଧୁ ସନ୍ଦିପ ଏବଂ ଚାକର ଦିପେଶ ଯାଇ ପହଞ୍ଚିଥିଲେ। ସେମାନଙ୍କ କହିବା ମୁତାବକ ସୁଶାନ୍ତ କପଡାରେ ଫାଶୀ ଲଗାଇ ଝୁଲନ୍ତା ଅବସ୍ଥାରେ ଥିଲେ। ଏବଂ ସେମାନେ ତାଙ୍କୁ ସେଠାରୁ ବାହାର କରି ବେଡରେ ଶୁଆଇ ଦେଇଥିଲେ।

ତେବେ ପୋଲିସ ପହଞ୍ଚିବା ସମୟରେ ସୁଶାନ୍ତ ବେଡ ଉପରେ ଶୋଇଥିବା ଅବସ୍ଥାରେ ଥିଲେ। ଏହିସବୁ ଦର୍ଶାଉଛି ଯେ ସୁଶାନ୍ତ ଆତ୍ମହତ୍ୟା କରି ନଥିଲେ ତାଙ୍କୁ ସେଠାରେ ମାରି ଶୁଆଇ ଦିଆ ଯାଇଥିଲା। ସୁଶାନ୍ତଙ୍କ ମୃତ ଦେହ ମିଳିଥିବା ରୁମରୁ କୁକୁର ବେକରେ ବନ୍ଧା ଯାଉଥିବା ଏକ ବେଲ୍ଟ ମଧ୍ୟ ମିଳିଥିଲା ଯେଉଁଥିରୁ ସୁଶାନ୍ତଙ୍କ DNA ମଧ୍ୟ ମିଳିଥିଲା।

Leave a Reply

Your email address will not be published. Required fields are marked *