ପାକିସ୍ତାନକୁ ଅସ୍ତ୍ର କରି ଚୀନ ପ୍ରସ୍ତୁତ କରୁଛି ଆଉ ଏକ ନୂତନ ଭୁତାଣୁ। ଯାହାକି କୋରନା ଠାରୁ ଅଧିକ ମାରାତ୍ମକ।ଜୈବିକ ଅସ୍ତ୍ରକୁ କେନ୍ଦ୍ର କରି ଶକ୍ତିଶାଳୀ ହେବାକୁ ଚାହୁଁଛି ଚୀନ।ଉହାନ ଲ୍ୟାବରୁ କୋରନାର ସୃଷ୍ଟି ଅଭିଯୋଗ ପରେ ବି ଚୀନର ଚେତା ପଶିନି।ବାରମ୍ବାର ଗୋପନୀୟ ଲ୍ୟାବରେ ପ୍ରସ୍ତୁତ କରୁଛି ଗୋଟିଏ ପରେ ଗୋଟିଏ ମାରାତ୍ମକ ଭାଇରସ ଏମିତିକି ସମସ୍ତ ଅଭିଯୋଗକୁ ସ୍ବୀକାର ନକରି ଖଣ୍ଡନ କରି ଚାଲିଛି ଚୀନ। ଏହି ମଧ୍ୟରେ ଚୀନ ବିରୁଦ୍ଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ।ଚୀନ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ହେବା ନିଶାରେ ସମସ୍ତ ବିଶ୍ଵ ପ୍ରତି ଡାକିଆଣୁଛି ଆଉ ଏକ ବଡ ବିପଦ।ଯାହାର ମୁଖ୍ୟ ପୃଷ୍ଠପୋଷକ ସାଜିଛନ୍ତି ନିଜେ ସିନ ଜିନପିଙ୍ଗ ଯିଏକି ଚୀନର ରାଷ୍ଟ୍ରପତି।
କିନ୍ତୁ ବର୍ତ୍ତମାନ ଚୀନର ସମସ୍ତ ଚାଲାକି ପଦାରେ ପଡ଼ିଯାଇଛି। ଅଷ୍ଟ୍ରେଲିଆର ସାମ୍ବାଦିକ ଆଣ୍ଟନି ଏହି ଗୁମର ଖୋଲି ଦେଇଛନ୍ତି।ପାକିସ୍ତାନକୁ ଅସ୍ତ୍ର କରି ଚୀନ ପୁରା ବିଶ୍ୱରେ ସୃଷ୍ଟି କରିବାକୁ ଚାହୁଁଛି ଆତଙ୍କ ସେଥିପାଇଁ ପାକିସ୍ତାନର ଗୁପ୍ତ ଲ୍ୟାବରେ ପ୍ରସ୍ତୁତ କରୁଛି ନୂଆ ଭାଇରସ।ଗୋଟିଏ ପକ୍ଷରେ କୋରନା ଭାଇରସ ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱ ନିରାଶାରେ ଗତି କରୁଥିବା ବେଳେ ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଗଲାଣି।
ବିଶ୍ୱର ବିଭିନ୍ନ ଦେଶ ଏଥିପାଇଁ ଚୀନ କୁ ଦାୟୀ କରୁଛନ୍ତି ଏମିତିକି ଆମେରିକା ବାରମ୍ବାର ଅଭିଯୋଗ କରୁଛି ଯେ,କୋରନା ଭାଇରସ ପ୍ରାକୃତିକ ନୁହେଁ ବରଂ ମନୁଷ୍ୟକୃତ।ଚୀନ ଏହାକୁ ଉହାନ ଲ୍ୟାବରେ ତିଆରି କରିଥିବା କଥା କୁହାଯାଉଛି।କୋରନାର ପ୍ରକୋପ ପ୍ରଥମେ ଉହାନ ରେ ସୃଷ୍ଟି ହୋଇଥିଲା କିନ୍ତୁ ଚୀନ ଏସବୁ ଅଭିଯୋଗକୁ ମିଥ୍ୟା ବୋଲି କହିଛି।
କିନ୍ତୁ ଏବେ ଅଷ୍ଟ୍ରେଲିଆ ସାମ୍ବାଦିକ ଆଣ୍ଟନିଙ୍କ ରିପୋର୍ଟ ପୁରା ଦେଶର ନିଦ ହଜେଇ ଦେଇଛି।ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥା ଏବଂ ଅନେକ ଦେଶର ଚାପ ପରେ ଉହାନ ଲ୍ୟାବ ବନ୍ଦ ରହିଛି।ତେବେ ଏହି ସମୟରେ ଚୀନ ପାକିସ୍ତାନ ସହ ଏକ ତିନି ବର୍ଷୀୟା ଚୁକ୍ତି କରିଛି ଯେଉଁ ଚୁକ୍ତି ଅନୁସାରେ ପାକିସ୍ତାନ ଲ୍ୟାବରେ ଚୀନ ବୈଜ୍ଞାନିକମାନେ ଗୁପ୍ତ ଭାବରେ ଗବେଷଣାରେ ଲାଗିପଡିଛନ୍ତି।
ଉହାନ ଲ୍ୟାବରେ କାମ କରୁଥିବା ବୈଜ୍ଞାନିକମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି।ପାକିସ୍ଥାନୀ ମିଲିଟାରୀ ବୈଜ୍ଞାନିକ ଏବଂ ଚୀନ ବୈଜ୍ଞାନିକମାନେ ମିଶି ଗୁପ୍ତ ଲ୍ୟାବରେ ଏକ ନୂତନ ଭୁତାଣୁ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି।ଯାହାକୁ ଚୀନ ତାର ଶତ୍ରୁ ଦେଶ ଉପରେ ପ୍ରୟୋଗ କରିବାକୁ ଯୋଜନା ରଖିଛି।ଏଠାରେ ତିଆରି ହେଉଥିବା ଆନ୍ଥରାକ୍ସ ଭାଇରସ କୋରନା ଭାଇରସ ଠୁ ବି ଅଧିକ ମାରାତ୍ମକ ବୋଲି ଉହାନ ଲ୍ୟାବ ଅପରେଟିଂ ପାକିସ୍ତାନୀ ନାମକ ଏକ ରିପୋର୍ଟରେ ପ୍ରକାଶ ପାଇଛି ।
କୋରନା ଠାରୁ ଅଧିକ ମାରାତ୍ମକ ଭୁତାଣୁ ପ୍ରସ୍ତୁତି ପାଇଁ ଟ୍ରେନିଂ ଦଉଛନ୍ତି ଚୀନ ବୈଜ୍ଞାନିକ। ଏହା ଭିତରେ ସେମାନେ ଏପରି ଏକ ଭୁତାଣୁକୁ ବିକଶିତ କରିଛନ୍ତି ଯାହାକି ମଣିଷ ଦେହରେ ସ୍ୱତନ୍ତ୍ର ଜ୍ୱର ସୃଷ୍ଟି କରିବ ଏବଂ ଏଥିରେ ବହୁ ସଂଖ୍ୟାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବେ।ଏହି ଲ୍ୟାବରେ ଗୁପ୍ତ ଭାବରେ ଭାଇରସ ଦ୍ୱାରା ଜୈବିକ ଅସ୍ତ୍ର ପ୍ରସ୍ତୁତ କରି ଚୀନ ଶକ୍ତିଶାଳୀ ହେବାକୁ ଚାହୁଁଥିବା ବେଳେ ସମ୍ପୂର୍ଣ୍ଣ ବିଶ୍ଵରେ ନିଜର ଦବଦବା ସୃଷ୍ଟି କରୁବାକୁ ଏପରି ରାସ୍ତା ଆପଣାଇଥିବା କୁହାଯାଉଛି।