ସୋନୁ ସୁଦଙ୍କ ସହିତ ପଞ୍ଝା ଲଢ଼ିବାକୁ ମନା କରିଦେଲେ ସଲମାନ। ଜାଣନ୍ତୁ ସଲମାନଙ୍କ ଏପରି କରିବା ପଛରେ କଣ ରହିଥିଲା କାରଣ।

ସୋନୁ ସୁଦ କରୋନା ଲକଡ଼ାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ। ତାଙ୍କର ଏପରି କାର୍ଯ୍ୟକୁ ପ୍ରତ୍ୟେକ ମହଲରେ ପ୍ରଶଂସା କରିଥିଲେ ଆଜି ପର୍ଯ୍ୟନ୍ତ ମଧ୍ୟ କରୁଛନ୍ତି। ତେବେ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ ପ୍ରକାଶ କରିଥିଲେ ଯେ, ପ୍ରବାସୀ ଶ୍ରମିକ ମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପ୍ରକ୍ରିୟାରେ କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ସେସବୁ ପ୍ରକାଶ କରିଥିଲେ।

ଏଥିସହିତ ଅନେକ ପୁରୁଣା ଘଟଣା ମଧ୍ୟ ସେୟାର କରିଥିଲେ। ସେ ସଲମାନ ଖାନଙ୍କ ସହିତ ଏକ ମଜାଦାର ଘଟଣାର ଉଲ୍ଲେଖ କରିଥିଲେ। ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସୋନୁ ଇଣ୍ଟରଭ୍ୟୁରେ କହିଥିଲେ ଯେ ଥରେ ସଲମାନ ଖାନ ତାଙ୍କ ସହିତ ପଞ୍ଝା ଲଢ଼ିବାକୁ ମନା କରିଦେଇଥିଲେ। ଏହା ଦବଙ୍ଗ ଫିଲ୍ମ ସୁଟିଙ୍ଗ ସମୟର କଥା।

କରୋନା ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଥିବା ସମୟରେ ଅଭିନେତା ସୋନୁ ସୁଦ ନିଜ ହୃଦୟ ଖୋଲି ଅବଶ୍ୟକତା ଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ। ସେ ପ୍ରବାସୀ ଶ୍ରମିକ ମାନଙ୍କୁ ଘର ପହଞ୍ଚାଇବା ପର୍ଯ୍ୟନ୍ତ ବ୍ୟବସ୍ଥା କରିଥିଲେ। ତାଙ୍କର ଏପରି କାମକୁ ଚାରିଆଡେ ପ୍ରଶଂସା କରାଯାଇଥିଲା ଏପର୍ଯ୍ୟନ୍ତ ମଧ୍ୟ କରାଯାଇ ଆସୁଛି। ଏହାମଧ୍ୟରେ ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ସୋନୁ ଅନେକ କିଛି ସେୟାର ମଧ୍ୟ କରିଥିଲେ।

https://www.instagram.com/p/CCh1qINg0HE/?utm_source=ig_web_copy_link

ସେ ଜଣାଇଥିଲେ ଯେ, ଲକଡାଉନ ସମୟରେ ପ୍ରବାସୀ ମାନଙ୍କୁ ତାଙ୍କ ଘରେ ପହଞ୍ଚାଇବା କେତେ କଷ୍ଟକର ହୋଇଥିଲା ଏବଂ ଏହି କାର୍ଯ୍ୟ ପାଇଁ କେତେକ କଷ୍ଟର ସାମ୍ନା ମଧ୍ୟ କରିବାକୁ ପଡିଥିଲା। ଏତେ ସବୁ ପରେ ମଧ୍ୟ ସେ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥିଲେ। ଏହାଛଡା କେତେକ ମଜାଦାର କଥା କହିବାକୁ ଯାଇ ସେ ପ୍ରକାଶ କରିଥିଲେ କିପରି ଦବଙ୍ଗ ଫିଲ୍ମ ସୁଟିଙ୍ଗ ସମୟରେ ସଲମାନ ଖାନ ତାଙ୍କ ସହିତ ପଞ୍ଝା ଲଢ଼ିବାକୁ ମନା କରିଦେଇଥିଲେ। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ।

View this post on Instagram

Rice plantation done . .

A post shared by Salman Khan (@beingsalmankhan) on

ଫିଲ୍ମ ଦବଙ୍ଗର ସୁଟିଙ୍ଗ ଚାଲୁଥିବା ବେଳେ ଏହି ଘଟଣା ଘଟିଥିଲା। ଫିଲ୍ମ ଦବଙ୍ଗରେ ସଲମାନ ଖାନଙ୍କ ସହିତ ସୋନୁ ସୁଦ ମଧ୍ୟ ନଜର ଆସିଥିଲେ। ସୋନୁ ସୁଦ ଏଥିରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ। ଦବଙ୍ଗ ଫିଲ୍ମର ସୁଟିଙ୍ଗ ଚାଲିଥାଏ ସେତେବେଳେ ବିଶାଖାପାଟଣା ରେ ସିସିଏଲ ମ୍ୟାଚ ଚାଲିଥାଏ। ସେହି ସମୟରେ ସଲମାନ ଦକ୍ଷିଣ ଭାରତର ଅଭିନେତାଙ୍କ ଜଣେ ଟ୍ରେନରଙ୍କୁ ଡକାଇଥିଲେ। ଏବଂ ତାଙ୍କ ସହିତ ଚ୍ୟାଲେଞ୍ଜ କରିଥିଲେ ଯେ, ସେ ମୋ ଠାରୁ ପଞ୍ଝା ଲଢେଇରେ ଜିତି ପାରିବେ।

ସୋନୁ ପ୍ରକାଶ କରିଛନ୍ତି ଯେ, ଟ୍ରେନର ଜଣକ ୭ ଫୁଟ ଲମ୍ବା ଏବଂ ବହୁତ ଶକ୍ତିଶାଳୀ ଥିଲେ। ସେତେବେଳେ ସେଠାରେ ଇଣ୍ଡଷ୍ଟ୍ରିର ବହୁତ ଲୋକ ଉପସ୍ଥିତ ଥିଲେ। ସଲମାନ ଯେତେବେଳେ ପଞ୍ଝା ଲଢ଼େଇର କଥା କହିଲେ ସାଙ୍ଗେ ସାଙ୍ଗେ ସେଠାରେ ସମସ୍ତଙ୍କ ଭିଡ଼ ଜମା ହୋଇଯାଇଥିଲା। ସୋନୁ ସଲମାନଙ୍କୁ କହିଲେ ତୁମେ ନିଜେ କାହିଁକି ମୋ ସହ ପଞ୍ଝା ଲଢୁ ନାହଁ। ମୋତେ କାହିଁକି ଏପରି ପରିସ୍ଥିତିରେ ପକାଉଛ।

https://www.instagram.com/tv/CC_VYYCgF99/?utm_source=ig_web_copy_link

କିନ୍ତୁ ସେତେବେଳେ ସୋନୁ ପଞ୍ଝା ଲଢେଇ ପାଇଁ ପ୍ରସ୍ତୁତ ହୋଇଗଲେ। ଖାଲି ଏତିକି ନୁହଁ ପଞ୍ଝା ଲଢେଇରେ ସୋନୁ ଟ୍ରେନର ଜଣକୁ ହରାଇ ଦେଇଥିଲେ। ସେଠାରେ ଉପସ୍ଥିତ ସମସ୍ତେ ସୋନୁଙ୍କ ବିଜୟରେ ତାଳି ବଜାଉଥିଲେ। ସୋନୁ କହିଲେ ଯେ, ଲୋକମାନେ ଏପରି ତାଳି ବଜାଇଲେ ଯେପରି ମୁଁ କୌଣସି ପଞ୍ଝା ଲଢେଇ ନୁହେଁ ୱାର୍ଲଡ଼କପ ଜିତିଛି। ସେହିସମୟରେ ଲୋକମାନେ ସଲମାନଙ୍କୁ ପଞ୍ଝା ଲଢ଼ିବାକୁ କହିଲେ। ସେମାନେ କହିଲେ ଏବେ ସୋନୁଙ୍କ ପରେ ସଲମାନଙ୍କ ପାଳି, ଏବେ ସଲମାନ ପଞ୍ଝା ଲଢ଼ିବେ। ଏହା ଶୁଣିବା ପରେ ପ୍ରଥମେ ସଲମାନ ଚିନ୍ତାରେ ପଡିଗଲେ ପରେ ଆଉ କେବେ ପଞ୍ଝା ଲଢ଼ିବେ କହି ମନା କରିଦେଲେ।

View this post on Instagram

Just finished working out ….

A post shared by Salman Khan (@beingsalmankhan) on

ଏହି ଇଣ୍ଟରଭ୍ୟୁ ସମୟରେ ସୋନୁ ନିଜେ ଲେଖୁଥିବା ବହି ସମ୍ପର୍କରେ ମଧ୍ୟ କେତେକ କଥା ପ୍ରକାଶ କରିଥିଲେ। ଏଥିସହିତ ଏହା ମଧ୍ୟ କହିଥିଲେ ତାଙ୍କୁ ଏପରି ବହି ଲେଖିବାର ଧାରଣା କେଉଁଠାରୁ ମିଳିଲା। ସୋନୁ କହିଥିଲେ ଯେ, ତାଙ୍କୁ ଆଗରୁ ହିଁ ଲେଖିବାକୁ ଭଲ ଲାଗୁଥିଲା। ସେ ସବୁବେଳେ କହୁଥିଲେ ଯେ ପ୍ରତ୍ୟେକ ଖୁସିର ମୁହୂର୍ତ୍ତକୁ ଲେଖି କରି ରଖିବା ଉଚିତ।

Leave a Reply

Your email address will not be published. Required fields are marked *