ଜନ୍ମର ମାତ୍ର ଏକ ବର୍ଷ ପରେ ଏକ ଅଣ୍ଡିରା ଛେଳି ଦେଉଛି ପ୍ରତିଦିନ ଦୁଇ ଲିଟର କ୍ଷୀର।

ଦୁନିଆରେ ଅନେକ ଚମତ୍କାର ଜିନିଷ ସାମ୍ନାକୁ ଆସିଥାଏ। ଏଥି ମଧ୍ୟରୁ କେତେକ ବିଷୟରେ ବିଶ୍ୱାସ କରିପାରିବା ମଧ୍ୟ ସମ୍ଭବପର ହୋଇ ନଥାଏ। ତେବେ ଏପରି ଏକ ଛେଳି ଅଛି ଯିଏ ମାତ୍ର ଏକ ବର୍ଷ ବୟସରେ ଦିନକୁ ଦୁଇ ଲିଟର କ୍ଷୀର ଦେଉଛି। ମାତ୍ର କଥାଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ସତ। ଏହା କୌଣସି ପ୍ରକାରର ବ୍ୟଙ୍ଗ ମଧ୍ୟ ନୁହେଁ ଏହା ଏକ ବାସ୍ତବ ଘଟଣା। ebhali ଏକ ଅଦ୍ଭୁତ ମାମଲା ଭାରତ ଦେଶର ରାଜସ୍ଥାନରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଏକ ପରିବାର ଏପରି ଏକ ଛେଳିକୁ ପାଳିଛନ୍ତି ଯିଏ ଦିନକୁ ଦୁଇ ଲିଟର କ୍ଷୀର ଦେଉଛି। ଖାଲି ଏତିକି ନୁହେଁ ଏହି ଛେଳିର କ୍ଷୀର ସେଠାକାର ପୁରା ଗାଁରେ ବେଶ ଚର୍ଚ୍ଚିତ। ଛେଳିର ମାଲିକ ଜଣକ ଏହି କ୍ଷୀରକୁ ଆନନ୍ଦରେ ପିଇବା ସହିତ ନିଜ ପରିବାର ଲୋକଙ୍କୁ ମଧ୍ୟ ପିଆନ୍ତି।

ଏହି ଆଶ୍ଚର୍ଯ୍ୟଜନକ ମାମଲା ରାଜସ୍ଥାନର ଧୌଲପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଏଠାରେ ବେସ ଗୁର୍ଜା ନାମକ ଏକ ଗାଁରେ ଲୋକମାନେ ଅଚାନକ ସ୍ତବ୍ଧ ହୋଇଯାଇଥିଲେ। ଏହାର କାରଣ ଥିଲା ଏଠାକାର ଜଣେ ବସିନ୍ଧା ଦାବି କରିଥିଲେ ଯେ, ତାଙ୍କ ଅଣ୍ଡିରା ଛେଳିଟି ହଠାତ ମାଈ ଛେଳିରେ ପରିବର୍ତ୍ତନ ହୋଇ ଯାଇଛି।

ଗୁର୍ଜା ଗାଁରେ ରହୁଥିବା ରାଜବୀର ଆଜକୁ ଦେଢ଼ ବର୍ଷ ପୂର୍ବେ ଏହି ଛେଳିଟିକୁ ଏକ ପଶୁ ହାଟରୁ ଅଢେଇ ହଜାର ଟଙ୍କା ଦେଇ କରି କିଣି ଆଣିଥିଲେ। ସେସମୟରେ ଛେଳିଟି ମାତ୍ର ଦୁଇ ମାସର ହୋଇଥିଲା।

ରାଜବୀର ଛେଳିଟିକୁ ଖାଇବା ପାଇଁ କିଣିଥିଲେ। ମାତ୍ର ବର୍ଷକର ହେଉ ହେଉ ଅଚାନକ ଏହି ଛେଳିଟିର ସ୍ତନ ବାହାରି ଆସିଥିଲା। ଏହା ରାଜବୀରଙ୍କ ସହିତ ସମ୍ପୂର୍ଣ୍ଣ ପରିବାର ପାଇଁ ଏକ ଆଶ୍ଚର୍ଯ୍ୟଜନକ ବିଷୟ ଥିଲା।

ଦିନେ ରାଜବୀର ପ୍ରୟାସ କଲେ ତ ଛେଳିଟି ସ୍ତନରୁ କ୍ଷୀର ମଧ୍ୟ ବାହାରିଲା। ଏହା ପରଠାରୁ ଛେଳିଟି ପ୍ରତ୍ୟେକ ଦିନ ଦୁଇ ଲିଟର କ୍ଷୀର ଦେଇ ଆସୁଛି। ଯାହାକୁ ରାଜବୀରଙ୍କ ସମେତ ତାଙ୍କ ପୁରା ପରିବାର ଲୋକ ପିଇଥାନ୍ତି।

ଯେତେବେଳେ ଏହି ଘଟଣା ବିଷୟରେ ଗାଁ ଲୋକ ଜାଣିବାକୁ ପାଇଲେ ସେତେବେଳେ ସବୁ ଲୋକ ଏହି ଛେଳିକୁ ଏକ ଚମତ୍କାରୀ ଛେଳି ବୋଲି କହିବାକୁ ଲାଗିଲେ। ତେବେ କିଛି ଲୋକ ଏହାର କ୍ଷୀରକୁ ପିଇବା ବିପଦଜନକ ବୋଲି କହିଲେ। ମାତ୍ର ବିଶେଷଜ୍ଞ ମାନେ ଯାଞ୍ଚ କରି ଏହି କ୍ଷୀରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଥିଲେ। ଏହାକୁ କେବଳ ଫୁଟାଇ ପିଇବାକୁ ପଡିଥାଏ।

ବାସ୍ତବରେ ଏହି ଛେଳିଟିର ହରମୋନ ଗୁଡିକ ଅଚାନକ ଭାବରେ ବଦଳି ଯାଇଥିଲା। ଏପରି ଘଟଣା ଏକ ଲକ୍ଷ ଛେଳି ମଧ୍ୟରୁ ଗୋଟିଏ ଛେଳି ସହିତ ହୋଇଥାଏ। ହର୍ମୋନ୍ସରେ ଆସିଥିବା ପରିବର୍ତ୍ତନ କାରଣରୁ ଛେଳିଟି କ୍ଷୀର ଦେବା ଆରମ୍ଭ କରିଦେଇଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ଯେ, ଏହି ଛେଳିଟିର ପୁରୁଷ ଅଙ୍ଗ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବିକଶିତ।

ଛେଳିର ମାଲିକ ରାଜବୀର କହିଛନ୍ତି ଯେ, ପ୍ରତ୍ୟେକ ଦିନ ଅନେକ ଲୋକ ଏହି ଛେଳିଟିକୁ କିଣିବା ପାଇଁ ତାଙ୍କ ଘରକୁ ଆସୁଛନ୍ତି। କିନ୍ତୁ ସେ ଏହି ଛେଳିଟିକୁ ବିକ୍ରି କରିବାକୁ ଆଦୌ ଇଚ୍ଛୁକ ନାହାନ୍ତି। ସେ କହିଛନ୍ତି ଯେ ଏହି ଛେଳି କାରଣରୁ ତାଙ୍କର ଅନେକ ଚର୍ଚ୍ଚା ହୋଇଛି। ସେଥିପାଇଁ ସେ ଏହାକୁ କୌଣସି ମୂଲ୍ୟରେ ବିକ୍ରି କରିବାକୁ ଚାହୁଁ ନାହାନ୍ତି।

Leave a Reply

Your email address will not be published. Required fields are marked *