ଚେଙ୍ଗୁଦ ଦୂତାବାସରୁ ଅମେରିକୀୟ ପତାକା ହଟାଇଲା ଚୀନ। ବଢୁଛି ଆମେରିକା-ଚୀନ ସମ୍ପର୍କର ତିକ୍ତତା।

ଚୀନର ସରକାରୀ ମିଡ଼ିଆରେ ଚାଲୁଥିବା ଏକ ଫୁଟେଜରେ ଦେଖାଯାଇଛି ଯେ, ସୋମବାର ଦିନ ସକାଳୁ ଦୂତାବାସ ବାହାରେ ଲାଗିଥିବା ଆମେରିକା ପତାକାକୁ ଧୀରେ ଧୀରେ ତଳକୁ ଖସାଇ ଦିଆ ଯାଇଛି।ଦୁଇ ଦେଶ ମଧ୍ୟରେ ଡିପ୍ଲୋମାଟିକ ତିକ୍ତତା ବଢ଼ିବାରେ ଲାଗିଛି।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଚେଙ୍ଗୁଦ ସ୍ଥିତ ଆମେରିକା ଦୂତାବାସକୁ ବନ୍ଦ କରିବା ପାଇଁ ଆଦେଶ ଦେବାର କିଛି ଦିନ ପରେ ସେଠାରେ ଲାଗିଥିବା ଆମେରିକାର ପତାକାକୁ ତଳକୁ କରିଦିଆଯାଇଛି। ଦୁଇ ଦେଶ ପରସ୍ପର ଉପରେ ରାଷ୍ଟ୍ରୀୟ ସୁରକ୍ଷାକୁ ସଙ୍କଟରେ ପକାଉଥିବାର ଅରୋପ ଲଗାଇଛନ୍ତି। ଗତ କିଛି ସପ୍ତାହରେ ଆମେରିକା ଏବଂ ଚୀନର ସମ୍ପର୍କ ଶୀତଳ ଯୁଦ୍ଧରେ ପରିବର୍ତିତ ହୋଇଛି। ଆମେରିକାର ହ୍ୟୁସ୍ଟନ ଦୂତାବାସ ବନ୍ଦ କରିବାର ନିଷ୍ପତ୍ତି ନିଆଯିବା ପରେ ଚୀନର ଚେଙ୍ଗୁଦ ଦୂତାବାସ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଥିଲା।

ଆମେରିକା କେବେ ଚେଙ୍ଗୁଦରୁ ବାହାରି ଯିବ ତାହାର ଶେଷ ତାରିଖ ସ୍ପଷ୍ଟ କରାଯାଇ ନାହିଁ। ହ୍ୟୁସ୍ଟନରେ ଚୀନ ଦୂତାବାସର କର୍ମଚାରୀଙ୍କୁ ବହାରିଯିବା ପାଇଁ ମାତ୍ର ୭୨ ଘଣ୍ଟା ସମୟ ଦିଆଯାଥିଲା। ଶନିବାର ଦିନ AFI ରିପୋର୍ଟର ମାନେ ଦୂତାବାସ ସାମ୍ନାରୁ ଆମେରିକାର ପ୍ରତୀକ ଚିହ୍ନ ହଟାଉଥିବାର ଦେଖିବାକୁ ପାଇଥିଲେ।ଶନିବାର ଏବଂ ରବିବାର ଦିନ କେତେକ ଟ୍ରକ ଦୂତାବାସ ସମ୍ନାକୁ ଆସିଥିଲା ଏବଂ ଏଥିରେ ବଡ଼ ବଡ଼ ବ୍ୟାଗ ଲଦି ନିଆଯାଇଥିଲା। ବେଜିଂଗ କହିଛି ଯେ, ଚେଙ୍ଗୁଦ ଦୂତାବାସକୁ ବନ୍ଦ କରିବା ଆମେରିକାର ପ୍ରଚଣ୍ଡ ପଦକ୍ଷେପର ଉତ୍ତର ଦେବା ଜରୁରୀ ଥିଲା।

ଆମେରିକାରେ ଚୀନ ଦୂତାବାସ ଅସ୍ଥାୟୀ ରୂପରେ ହ୍ୟୁସ୍ଟନ କାଂସୁଲେଟର କାର୍ଯ୍ୟ କରିବ। ଚୀନ୍ କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଆନ୍ତର୍ଜାତୀୟ ଆଇନ ଏବଂ ଆନ୍ତର୍ଜାତୀୟ ସମ୍ପର୍କର ମୌଳିକ ନିୟମାବଳୀ ଏବଂ ଚୀନ-ଆମେରିକା କାଂସୁଲର କମ୍ବୀନେସନର ସମ୍ବନ୍ଧିତ ନିୟମକୁ ଗମ୍ଭୀର ଭାବରେ ଉଲ୍ଲଂଘନ ହୋଇଛି। ଜାଣିଶୁଣି ଚୀନ-ଆମେରିକା ସମ୍ପର୍କକୁ ନଷ୍ଟ କରିବାକୁ ପ୍ରୟାସ କରାଯାଇଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ମଙ୍ଗଳବାର ଦିନ ହ୍ୟୁସ୍ଟନରେ ଥିବା ଚୀନ ମିଶନକୁ ଏହା କହି ଦୂତାବାସ ବନ୍ଦ କରିବାକୁ ଅଦେଶ ଦେଇଥିଲା ଯେ, ସେ ବୈଦ୍ଧିକ ସମ୍ପତ୍ତି ଚୋରି କରିବାରେ ଜଡିତ ଅଛି। ଉତ୍ତରରେ ଚୀନ ଚେଙ୍ଗୁଦ ସ୍ଥିତ ଦୂତାବାସକୁ ବନ୍ଦ କରିବାର ଫରମାନକୁ ଶୁଣାଇବାକୁ ଯାଇ କହିଛି ଯେ, ଚୀନ୍-ଆମେରିକା ସମ୍ପର୍କର ସାମ୍ପ୍ରତିକ ସ୍ଥିତି ଏହା ନାହିଁ ଯାହାକୁ ଚୀନ ଦେଖିବାକୁ ଚାହୁଁଛି, ଏସବୁ ପାଇଁ ନିଜେ ଆମେରିକା ଦାୟୀ। ଏହା ମଧ୍ୟ ପ୍ରକାଶ କରିଛି ଯେ ଚୀନ କୌଣସି ଦେଶର ଆନ୍ତରିକ ମାମଲାରେ ହସ୍ତକ୍ଷେପ କରେ ନାହିଁ।

Leave a Reply

Your email address will not be published. Required fields are marked *