ସୁଶାନ୍ତଙ୍କ କେସରେ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ନ୍ୟାୟ ଦେବା ପାଇଁ ଲଗାତର ଚେଷ୍ଟା କରିଆସୁଛନ୍ତି ବର୍ତ୍ତମାନ ଏହି କେସ ସଫଳତା ଆଡକୁ ଯାଉଥିବାର ଦେଖାଯାଉଛି। ସୁଶାନ୍ତଙ୍କ ଚାକର ଦିପେଶକୁ ଏନେଇ ପଚାର ଉଚରା କରିବା ପାଇଁ ମୁମ୍ବାଇ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଫେରାର ରହିଛନ୍ତି। ପୋଲିସ ଦିପେଶର ଅନୁସନ୍ଧାନରେ ଲାଗି ପଡିଛି ଏବଂ ତାକୁ ଖୋଜିବା ମଧ୍ୟ ଆରମ୍ଭ କରିଦେଇଛି। ଦିପେଶଙ୍କ ଘରୁ ନଗଦ ୨୨ ଲକ୍ଷ ଟଙ୍କା ସହିତ ଏକ ବନ୍ଧୁକ ମିଳିବା ପରେ ପୋଲିସ ଦିପେଶକୁ ପଚରା ଉଚରା କରିବାକୁ ଖୋଜୁଛି।
ବର୍ତ୍ତମାନ ଦିପେଶ ଫେରାର ରହିଛନ୍ତି। ଏହାମଧ୍ୟ ହୋଇଥାଏ ପାରେ ଯେ ତାଙ୍କୁ କେହି ଲୁଚେଇ ଦେଇଛନ୍ତି କିମ୍ବା ତାଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରୁଥିବାର ସମ୍ଭାବନା ରହିଛି। କାରଣ ଦିପେଶ ଏପରି ଏକ ସାକ୍ଷୀ ହୋଇପାରିବ ଯିଏକି ବଡ଼ ବଡ଼ ଲୋକଙ୍କ ପୋଲ ଖୋଲିଦେବ। ତେବେ ମିଡ଼ିଆରେ ଆସିଥିବା ଏକ ରିପୋର୍ଟ ମୁତାବକ ସୁଶାନ୍ତଙ୍କ ଚାକର ନଥିଲେ ଦିପେଶ, ସେ ସୁଶାନ୍ତଙ୍କ ଅନେକ ବଡ଼ ବଡ଼ କାର୍ଯ୍ୟ ହ୍ୟାଣ୍ଡେଲ କରୁଥିଲେ।
ପୂର୍ବ ସୂଚନା ମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ରୁମରେ ଉପସ୍ଥିତ ଏକ କଳା ନକାବ ଧରି ବ୍ୟକ୍ତିର ପରିଚୟ ଜଣାପଡୁନଥିଲା । ତେବେ କିଛି ଦିନ ଆଗରୁ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ବ୍ୟକ୍ତି ଜଣକ ନିଜ ମାକ୍ସ ବାହାର କରିଛନ୍ତି ଯାହାଦ୍ୱାରା ତାଙ୍କ ପରିଚୟ ଜଣାପଡିଥିଲା। କଳା ରଙ୍ଗର ପୋଷକ ପିନ୍ଧିଥିବା ଲୋକଟି ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ରୁମରୁ ଆରମ୍ଭ କରି ତାଙ୍କ ପାର୍ଥିବ ଶରୀରକୁ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସରେ ମଧ୍ୟ ସେ ଲୋକଟି ନଜରକୁ ଆସୁଛନ୍ତି। ଏଥିସହିତ ପ୍ରମାଣ ନେଇ ପଳାଇବାରେ ମଧ୍ୟ ଭିଡ଼ିଓରେ ନଜର ଆସିଛନ୍ତି। ତେବେ ଗୋଟିଏ ସ୍ଥାନରେ ସେ ନିଜର ମାକ୍ସ ହଟାଇଛନ୍ତି।
ପୂର୍ବରୁ ସନ୍ଦେହ ଥିବା ବେଳେ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ସେ ସୁଶାନ୍ତଙ୍କ ଚାକର ଦିପେସ ଅଟନ୍ତି। ଏହି ଭିଡ଼ିଓଟି ଭାଇରାଲ ହେବା ପରେ କଳା ପୋଷାକ ଧାରି ଯୁବକ ଜଣକ ସୁଶାନ୍ତଙ୍କ ଚାକର ଦିପେଶ ବୋଲି ପ୍ରମାଣିତ ହୋଇଯାଇଥିଲା। ଏପରି ଦୁଇଟି ଫୋଟୋ ସାମ୍ନାକୁ ଆସିଛି ଯେଉଁଥିରେ ଗତି ଫୋଟୋରେ ଦିପେଶଙ୍କ ନିଶ ଥିବା ବେଳେ ଅନ୍ୟଟିରେ ନିଶ କାଟିଦେଇଛନ୍ତି।